RSS Chief Mohan Bhagwat: ଆସନ୍ତାକାଲିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମୋହନ ଭାଗବତ
ଆସନ୍ତାକାଲିଠୁ ଓଡ଼ିଶାଗସ୍ତରେ ଆସୁଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ। ସେ ଆସନ୍ତାକାଲି ସମ୍ବଲପୁରରେ ଅପରାହ୍ନ ୪ଟାରେ ପହଞ୍ଚିବେ। ସ୍ୱୟଂସେବକଙ୍କ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
RSS Chief Mohan Bhagwat: ଆସନ୍ତାକାଲିଠୁ ଓଡ଼ିଶାଗସ୍ତରେ ଆସୁଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ। ସେ ଆସନ୍ତାକାଲି ସମ୍ବଲପୁରରେ ଅପରାହ୍ନ ୪ଟାରେ ପହଞ୍ଚିବେ। ସ୍ୱୟଂସେବକଙ୍କ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ କାଲି ସନ୍ଧ୍ୟା ୭ଟାରୁ ୮ଟା ପର୍ଯ୍ୟନ୍ତ ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ଆୟୋଜିତ ହେବାକୁ ଥିବା ସ୍ୱୟଂସେବକଙ୍କ ‘ଆହ୍ୱାନଗଣ’ କାର୍ଯ୍ୟକ୍ରମରେ ମୋହନ ଭାଗବତ ଉପସ୍ଥିତ ରହିବେ । କାର୍ଯ୍ୟକ୍ରମ ଜରିଆରେ ସେ ସ୍ୱୟଂସେବକଙ୍କୁ ମାର୍ଗଦର୍ଶନ କରିବେ। ଏନେଇ ସୂଚନା ଦେଇଛନ୍ତି ଆରଏସଏସ୍ (RSS)ର ଓଡ଼ିଶା ପୂର୍ବ ପ୍ରାନ୍ତ ପ୍ରଚାର ପ୍ରମୁଖ ସୁମନ୍ତ କୁମାର ପଣ୍ଡା।
ଗସ୍ତର ଦ୍ବିତୀୟ ଦିନରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ସଂଘର ଏକ ସାଂଗଠନିକ ବୈଠକ ରେ ଯୋଗ ଦେବେ। ଏଥିରେ ବିଶେଷକରି, ପୂର୍ବ ଓ ପଶ୍ଚିମ ପ୍ରାନ୍ତର କର୍ତ୍ତକର୍ତ୍ତାମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ସେମାନଙ୍କୁ ଗୁରୁ ପରାମର୍ଶ ଦେବେ। ଦୁଇଦିନିଆ କାର୍ଯ୍ୟକ୍ରମ ଶେଷ କରି ଆସନ୍ତା ରବିବାର ଅପରାହ୍ନ ପରେ ଓଡ଼ିଶାରୁ ଫେରିଯିବେ ମୋହନ ଭାଗବତ।