SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Actress Jasmin Majhi Death: କଳା ଜଗତରୁ ଆସିଲା ଦୁଃଖଦ ଖବର, ଚାଲିଗଲେ ଏହି ଆଲବମ୍ ଅଭିନେତ୍ରୀ

Actress Jasmin Majhi Death: କଳା ଜଗତରୁ ଆସିଲା ଦୁଃଖଦ ଖବର। ସମ୍ବଲପୁରୀ ଆଲବମ୍ ଅଭିନେତ୍ରୀ ତଥା ଡାନ୍ସର ଜାସ୍ମିନ ମାଝୀଙ୍କ ମୃତ୍ୟୁ ହୋଇଛି। ତେବେ, ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ସେ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଆଲବମ୍ ଜଗତରେ ଶୋକର ଛାୟା ଖେଳି ଯାଇଛି।

Written By Narmada Behera Edited By Narmada Behera
Published: Sep 28, 2026, 02:01 PM IST | Updated: Sep 28, 2026, 02:03 PM IST
Image Credit: କଳା ଜଗତରୁ ଆସିଲା ଦୁଃଖଦ ଖବର। ସମ୍ବଲପୁରୀ ଆଲବମ୍ ଅଭିନେତ୍ରୀ ତଥା ଡାନ୍ସର ଜାସ୍ମିନ ମାଝୀଙ୍କ ମୃତ୍ୟୁ ହୋଇଛି। ତେବେ, ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ସେ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଆଲବମ୍ ଜଗତରେ ଶୋକର ଛାୟା ଖେଳି ଯାଇଛି।
Join

Actress Jasmin Majhi Death: କଳା ଜଗତରୁ ଆସିଲା ଦୁଃଖଦ ଖବର। ସମ୍ବଲପୁରୀ ଆଲବମ୍ ଅଭିନେତ୍ରୀ ତଥା ଡାନ୍ସର  ଜାସ୍ମିନ ମାଝୀଙ୍କ ମୃତ୍ୟୁ ହୋଇଛି। ତେବେ, ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ସେ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଆଲବମ୍ ଜଗତରେ ଶୋକର ଛାୟା ଖେଳି ଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଜସ୍ମିନଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ଫ୍ୟାନ୍ସ ଓ ସାଥୀ କଳାକାରମାନେ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ତାଙ୍କ ବିୟୋକ ଖବରକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି।

ସୂଚନା ଅନୁସାରେ,ଗତ ୨୫ ତାରିଖ ଘର ପାଇଖିନା ପାଇଁ ରଖାଯାଇଥିବା ଏସିଡ୍ କୁ ପିଇଦେଇଥିଲେ। ପରେ ସେ ଗୁରୁତର ହୋଇଯାଇଥିଲେ। ପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଖପ୍ରାଖୋଲ୍ ମେଡିକାଲ୍ କୁ ନେଇ ଥିଲେ। ପରେ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ ବଲାଙ୍ଗୀର ସ୍ଥିତ ଭୀମଭୋଇ ମେଡିକାଲ୍ କଲେଜ୍ ଓ ହସପିଟାଲ୍ କୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ସେ ଚିକିତ୍ସାଧିନ ଅବସ୍ଥାରେ ରବିବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଥିଲା।

ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନ ଥିବା ବେଳେ  ସୋସିଆଲ୍ ମିଡିଆରେ ଚର୍ଚ୍ଚା ହେଉଛି ଯେ,ଗତ କିଛି ଦିନ ପୂର୍ବେ ତାଙ୍କ ପ୍ରେମିକଙ୍କ ହୃଦଘାତରେ ପ୍ରାଣ ହରାଇଥିଲେ। ଯାହାକୁ ନେଇ ସେ କିଛି ଦିନ ହେବ ଟେନସନ୍ ରେ ରହୁଥିଲେ। ଏନେଇ ସେ ବିଷ (ଏସିଡ୍) ପିଇଦେଇଥିବା ଜଣାପଡିଛି। ତେବେ, ଏହି ଘଟଣାର କୌଣସି ସ୍ପଷ୍ଟତା ମିଳିପାରି ନାହିଁ। ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି। ମୃତ୍ୟୁର ପ୍ରକୃତ କାରଣ ଖୁବଶିଘ୍ର ଲୋକଲୋଚନକୁ ଆସିବ ବୋଲି ଜଣାପଡିବ।

ଜାସ୍ମିନ ମାଝୀଙ୍କ ବିଷୟରେ କିଛି ଅଜଣା କଥା:

ଜାସ୍ମିନ୍ ମାଝୀଙ୍କ ଘର ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ୍ ଥାନା ଅନ୍ତର୍ଗତ ଘୁଚାପାଲି ଗାଁ। ପଲାଟି ଦିନରୁ କଳା ପ୍ରତି ରୁଚି ରଖିଥିବା ଜାସ୍ମିନ ଜଣେ ସଫଳ ଆଲବମ୍ ଅଭିନେତ୍ରୀ ଓ ଜଣେ ସଂକିର୍ତ୍ତନ ଗାୟିକା ।  ବିଶେଷକରି, ସେ ଓଡ଼ିଆ ଆଲବମ୍ ଓ ମ୍ୟୁଜିକ୍ ଭିଡ଼ିଓ ଇଣ୍ତଷ୍ଟ୍ରିରେ ଏକ ପରିଚିତ ଚେହେରା ଥିଲେ। ନିଜର ଦକ୍ଷ ଅଭିନୟ ଏବଂ ଚମକ୍କାର ନୃତ୍ୟ କଳା ମାଧ୍ୟମରେ  ଦର୍ଶକଙ୍କ ହୃଦୟ ଜିଣିପାରିଥିଲେ। ତାଙ୍କର  ଏଭିଳି ବିୟୋଗକୁ ସମସ୍ତେ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। 
 

Add Zee News as a Preferred Source

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES