Top 10 News: ସଚିବସ୍ତରୀୟ ବୈଠକ ଅନୁଷ୍ଠିତ, ଆସନ୍ତା ୧୪ରେ ମିଳିବ ପିଏମ ଆବାସ ଯୋଜନା ଓ ଅନ୍ୟ ଖବର
Top 10 News Today: ଦିନ ତମାମର ୧୦ଟି ବଡ ଖବର ଏଠାରେ ପଢନ୍ତୁ
Top 10 News Today
Headlines 01- ପୁଣି ଥରେ ସଂସଦର ସ୍ବତନ୍ତ୍ର ଅଧିବେଶନ ବସିବା ନେଇ କଳ୍ପନାଜଳ୍ପନା ଲାଗି ରହିଛି । ଯେକୌଣସି ମୁହୂର୍ତ୍ତରେ ସରକାର ଡାକିପାରନ୍ତି ସ୍ବତନ୍ତ୍ର ଅଧିବେଶନ । ସମ୍ବିଧାନ ସଂଶୋଧନ ଜରିଆରେ ମହିଳା ସଂରକ୍ଷଣ ବିଲ୍ ପାସ୍ ମୁଖ୍ୟ ଉଦ୍ଦେଶ୍ୟ ରହିଛି । ଏଜେଣ୍ଡାରେ ଡିଲିମିଟେସନ୍ ବିଲ୍, ଲୋକସଭା ସିଟ୍ ସଂଖ୍ୟା ହେବ ୮୫୦ । ଲୋକସଭାରେ ଦୁଇ ତୃତୀୟାଂଶ ଭୋଟ୍ ପାଇଁ ଦରକାର ୩୬୧ ସଦସ୍ୟଙ୍କ ସମର୍ଥନ । ୧୫ରୁ ୧୮ ଭୋଟ୍ ମାର୍ଜିନରେ ଜିତାପଟ ହାସଲ ନେଇ ଯୋଜନା ରହିଛି । ମାତ୍ର କେବେଠୁ ଆରମ୍ଭ ହେବ ସ୍ବତନ୍ତ୍ର ଅଧିବେଶନ ସେନେଇ ସ୍ପଷ୍ଟ ହୋଇନାହିଁ ।
Headlines 02- ଏନ୍ଭିଡିଆ ସିଇଓ ପଦରୁ ଇସ୍ତଫା ଦେଇଛନ୍ତି ଜେନସେନ୍ ହୁଆଙ୍ଗ । ସିଇଓ ଏବଂ ବୋର୍ଡ ସଦସ୍ୟ ପଦରୁ ଇସ୍ତଫା ଦେଲେ ହୁଆଙ୍ଗ । ମହିଳା ଚୀନ୍ ଗୁପ୍ତଚରଙ୍କ ସହ ସଂପର୍କକୁ ନେଇ ବିବାଦରେ ଥିଲେ । ଚୀନ୍ ଗୁପ୍ତଚର ଆଲିଶ ହୁଆଙ୍ଗଙ୍କ ସହ ସଂପର୍କକୁ ନିଜେ ସ୍ବୀକାର କରିଥିଲେ ।
Headlines 03- ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ରାଜ୍ୟର ପ୍ରମୁଖ ସଫଳତା ଓ ବିକାଶମୂଳକ ପଦକ୍ଷେପର ଅଗ୍ରଗତି ସଂପର୍କିତ ଆଲୋଚନା ହୋଇଥିବା ସୂଚନା ମିଳିଛି । ‘ଅର୍ଣ୍ଣବ’ ପରବର୍ତ୍ତୀ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୦୨୬-୨୭ ବଜେଟ୍ ଖର୍ଚ୍ଚ ସମୀକ୍ଷା ସହ ଆଗାମୀ ବଜେଟ୍ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଛି ।
Headlines 04- ଖୋର୍ଦ୍ଧା ଉପ-ନିବନ୍ଧକଙ୍କ କାର୍ଯ୍ୟାଳୟ ଡାଟା ଏଣ୍ଟ୍ରି ଅପରେଟର କାର୍ଯ୍ୟରୁ ବହିଷ୍କୃତ । ଡାଟା ଏଣ୍ଟ୍ରି ଅପରେଟର ପ୍ରୟାଗ ଗୌଡ଼ଙ୍କୁ ବହିଷ୍କାର କରିଛନ୍ତି ଜିଲ୍ଲାପାଳ । ଜମି ପଞ୍ଜୀକରଣରେ ଜାଲିଆତି ଅଭିଯୋଗରେ ଗିରଫ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସଂପୃକ୍ତ ମାମଲାରେ କନିଷ୍ଠ ରାଜସ୍ୱ ସହାୟକ ଓ ବରିଷ୍ଠ ରାଜସ୍ୱ ସହାୟକ ନିଲମ୍ବିତ ହୋଇଛନ୍ତି।
Headlines 05- ଗଞ୍ଜାମରେ ବନ୍ୟା ପରିସ୍ଥିତି ପାଇଁ ରାଜ୍ୟ ସରକାରଙ୍କ ଅବହେଳାକୁ ଦାୟୀ କରିଛନ୍ତି ବିଜେଡି ନେତ୍ରୀ ଡଃ ଲେଖାଶ୍ରୀ ସାମନ୍ତସିଂହାର। ପାଣିପାଗ ବିଭାଗ ପକ୍ଷରୁ ଆଗୁଆ ସତର୍କ ସୂଚନା ଥିବା ସତ୍ତ୍ୱେ ଡ୍ୟାମ୍ରୁ ଠିକ୍ ସମୟରେ ଜଳ ନିଷ୍କାସନ କରାଗଲା ନାହିଁ। ବରଂ ପ୍ରବଳ ବର୍ଷା ସମୟରେ ହଠାତ୍ ଡ୍ୟାମ୍ ଗେଟ୍ ଖୋଲାଯିବାରୁ ଋଷିକୂଲ୍ୟା ନଦୀରେ ବନ୍ୟା ପରିସ୍ଥିତି ଅଧିକ ଭୟାବହ ହୋଇଥିଲା। ଏହା ଏକ ପ୍ରକାର ମନୁଷ୍ୟକୃତ ବନ୍ୟା ବୋଲି ସେ ଅଭିଯୋଗ କରିଛନ୍ତି।
Headlines 06- ବରାହନାଥ ନିକଟ ବୈତରଣୀ ନଦୀରେ ଅଘଟଣ ଘଟିଛି। ଗାଧୋଉଥିବା ବେଳେ ବୁଡ଼ିଗଲେ ଦୁଇ ପର୍ଯ୍ୟଟକ ସ୍ୱାମୀ-ସ୍ତ୍ରୀ। ଉଦ୍ଧାର ପାଇଁ ଜୋରଦାର ପ୍ରୟାସ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଉଭୟଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ହେଲେ ଦୁଃଖଦ ଖବର, ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କର ମୃତ୍ୟୁ ହୋଇଛି।
Headlines 07- ଭୁବନେଶ୍ବର ମାର୍କେଟ୍ ବିଲ୍ଡିଂରେ ଏସି କମ୍ପ୍ରେସର ଫାଟିବା କାରଣରୁ ୨ଜଣ ଆହତ ହୋଇଛନ୍ତି । ୨ ଆହତ ବ୍ୟକ୍ତି କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚିଛନ୍ତି । କ୍ୟାପିଟାଲ ଥାନା ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି ।
Headlines 08- ପାରାଦୀପ ଜୟଦେବ ସଦନ ଠାରେ ଟ୍ରେଡ଼ ୟୁନିୟନର ମିଳିତ ସମନ୍ୱୟ କମିଟିର ବୈଠକରେ ଶ୍ରମିକ ନେତାମାନଙ୍କ ଆହ୍ୱାନ, ଶ୍ରମିକମାନଙ୍କ ସମସ୍ୟା ସମାଧାନ କରିବାରେ ଯଦି ପାରାଦୀପ ବନ୍ଦର କର୍ତୃପକ୍ଷ ଟାଳଟୁଳ ନୀତି ଅବଲମ୍ବନ କରନ୍ତି, ତେବେ ଆସନ୍ତା ଡିସେମ୍ବର ୭ ତାରିଖରେ ସମସ୍ତ ଠିକା ଶ୍ରମିକ ଓ ଡ଼ିଏଲଆର ମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ୧୩ ଗୋଟି ଟ୍ରେଡ଼ ୟୁନିୟନର ଶ୍ରମିକ ନେତା।
Headlines 09- ଆସନ୍ତା ୧୪ ତାରିଖରେ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପକ୍କା ଘର । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ । ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ବାଣ୍ଟିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଉପସ୍ଥିତ ରହିବେ ।
Headlines 10- ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ପହଞ୍ଚିଛି ଭାରତ । ସେମିରେ ଆଫଗାନିସ୍ତାନକୁ ୮ ୱିକେଟରେ ହରାଇଲା ଭାରତ । ଅଧିନାୟକ ରାଇଚନ୍ଦାନୀଙ୍କ ୯୩, ସେହୱାଗଙ୍କ ପୁଅ ଆର୍ଯ୍ୟବୀରଙ୍କ ୫୧ ରନ୍ ସଂଗ୍ରହ କରିଛନ୍ତି । ଫାଇନାଲରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଭେଟିବ ।