SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Severe Cyclone Akvan: ବାତ୍ୟା ‘ଅକୱାନ୍’କୁ ନେଇ ହାଇଆଲର୍ଟ! ୫ ଜିଲ୍ଲାର ଜିଲ୍ଲାପାଳଙ୍କୁ SRCଙ୍କ ଚିଠି

SRCଙ୍କ ନିର୍ଦ୍ଦେଶ ଅନୁସାରେ, ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେବାକୁ ପଡ଼ିବ। ବିଶେଷକରି ବିପଦପୂର୍ଣ୍ଣ ଘର ଓ ଦୁର୍ବଳ କଚ୍ଚା ଘରେ ରହୁଥିବା ଲୋକଙ୍କୁ ଚିହ୍ନଟ କରି ଆଗୁଆ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି।

Written By Priyambada Rana Edited By Priyambada Rana
Published: Nov 18, 2026, 17:53 IST | Updated: Nov 18, 2026, 17:55 IST
Image Credit: AI
Join

Severe Cyclone Akvan: ବାତ୍ୟା ‘ଅକୱାନ୍’କୁ ନେଇ ଓଡ଼ିଶାରେ ବଢ଼ିଛି ପ୍ରଶାସନିକ ତତ୍ପରତା। ସମ୍ଭାବ୍ୟ ବାତ୍ୟାର ମୁକାବିଲା ଏବଂ ଜନଜୀବନର ସୁରକ୍ଷା ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି ରାଜ୍ୟ ପ୍ରଶାସନ। ଏନେଇ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କଟକ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର (SRC)।

SRCଙ୍କ ନିର୍ଦ୍ଦେଶ ଅନୁସାରେ, ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେବାକୁ ପଡ଼ିବ। ବିଶେଷକରି ବିପଦପୂର୍ଣ୍ଣ ଘର ଓ ଦୁର୍ବଳ କଚ୍ଚା ଘରେ ରହୁଥିବା ଲୋକଙ୍କୁ ଚିହ୍ନଟ କରି ଆଗୁଆ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି।

ଏଥିସହ ଆଶ୍ରୟସ୍ଥଳଗୁଡ଼ିକରେ ପର୍ଯ୍ୟାପ୍ତ ପାନୀୟ ଜଳ, ଖାଦ୍ୟ, ଔଷଧ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ରହିଛି। ଜରୁରୀକାଳୀନ ପରିସ୍ଥିତିରେ ଯେପରି ଲୋକଙ୍କୁ ତୁରନ୍ତ ସହାୟତା ମିଳିପାରିବ, ସେଥିପାଇଁ ଜିଲ୍ଲା ପ୍ରଶାସନକୁ ସଜାଗ ରହିବାକୁ କୁହାଯାଇଛି।

ଅନ୍ୟପଟେ, ବାତ୍ୟା ଆଲର୍ଟକୁ ଦୃଷ୍ଟିରେ ରଖି ୭ଟି ଜିଲ୍ଲାରେ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି। ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କନ୍ଧମାଳ ଓ ଖୋର୍ଦ୍ଧା ଜିଲ୍ଲାରେ ସ୍କୁଲ୍ ବନ୍ଦ ରହିବ। ଦିଆଯାଇଥିବା ସୂଚନା ଅନୁସାରେ, ଖୋର୍ଦ୍ଧା ବ୍ୟତୀତ ଅନ୍ୟ ୬ଟି ଜିଲ୍ଲାରେ ନଭେମ୍ବର ୧୯ରୁ ୨୧ ତାରିଖ ଯାଏଁ ଛୁଟି ରହିବ।

ସୂଚନା ଅନୁସାରେ, ବାତ୍ୟା ‘ଅକୱାନ୍’ ଭୀଷଣ ବାତ୍ୟାର ରୂପ ନେଇଛି। ଏହା ଘଣ୍ଟାପ୍ରତି ପ୍ରାୟ ୮ କିଲୋମିଟର ବେଗରେ ଆଗକୁ ବଢ଼ୁଥିବା କୁହାଯାଇଛି। କଳିଙ୍ଗପଟନମ୍‌ଠାରୁ ପ୍ରାୟ ୫୭୦ କିଲୋମିଟର, ଗୋପାଳପୁରଠାରୁ ୬୬୦ କିଲୋମିଟର ଏବଂ ପୁରୀଠାରୁ ୭୨୦ କିଲୋମିଟର ଦୂରରେ ଏହା କେନ୍ଦ୍ରୀଭୂତ ଥିବା ସୂଚନା ମିଳିଛି।

ବାତ୍ୟାର ଗତିପଥ ଓ ତୀବ୍ରତା ଉପରେ ନଜର ରଖିବା ସହ ଜିଲ୍ଲା ପ୍ରଶାସନଗୁଡ଼ିକୁ ସମସ୍ତ ପ୍ରକାର ଆଗୁଆ ପ୍ରସ୍ତୁତି କରିବାକୁ ପରାମର୍ଶ ଦିଆଯାଇଛି। ଲୋକଙ୍କ ଜୀବନ ରକ୍ଷାକୁ ପ୍ରାଥମିକତା ଦେଇ ସ୍ଥାନାନ୍ତର, ରିଲିଫ୍ ଓ ଆଶ୍ରୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଏବେ ଫୋକସ୍ ରହିଛି।

Add Zee News as a Preferred Source
TAGS:

About the Author

I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
Read More

ZEENEWS TRENDING STORIES