SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Student Union Election 2026 : ଆଗକୁ ଆସୁଛି ଛାତ୍ର ସଂସଦ ନିର୍ବାଚନ, ଏକାଧିକ କଲେଜରେ ଉତ୍ତେଜନା ସହ ଛାତ୍ର ଅଶାନ୍ତି

Student Union Election: ଆଗକୁ ଆସୁଛି ଛାତ୍ର ସଂସଦ ନିର୍ବାଚନ। ହେଲେ, ଏହା ପୂର୍ବରୁ ବିଭିନ୍ନ କଲେଜ୍ ରେ ଛାତ୍ର ଅଶାନ୍ତି ଦେଖାଦେଇଛି। ଜଗତସିଂହପୁର ଏସଭିଏମ୍ କଲେଜ କଲେଜର ୨ ଛାତ୍ରଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି।

Written By Narmada Behera Edited By Narmada Behera
Published: Oct 12, 2026, 06:45 PM IST | Updated: Oct 12, 2026, 06:47 PM IST
Image Credit: ଆଗକୁ ଆସୁଛି ଛାତ୍ର ସଂସଦ ନିର୍ବାଚନ, ଏକାଧିକ କଲେଜରେ ଉତ୍ତେଜନା ସହ ଛାତ୍ର ଅଶାନ୍ତି
Join

Student Union Election: ଆଗକୁ ଆସୁଛି ଛାତ୍ର ସଂସଦ ନିର୍ବାଚନ। ହେଲେ, ଏହା ପୂର୍ବରୁ ବିଭିନ୍ନ କଲେଜ୍ ରେ ଛାତ୍ର ଅଶାନ୍ତି ଦେଖାଦେଇଛି। ଜଗତସିଂହପୁର ଏସଭିଏମ୍ କଲେଜ କଲେଜର ୨ ଛାତ୍ରଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି।ବିସିଜେଡ଼ି (BCJD) ସମର୍ଥିତ ପ୍ରାର୍ଥୀ ଓ ଏବିଭିପି ପ୍ରାର୍ଥୀ ମୁହାଁମୁହିଁ ହୋଇଥିବାରୁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ନିର୍ବାଚନରେ ପକ୍ଷପାତିତା ଅଭିଯୋଗ ହୋଇଛି। ଏନେଇ ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି।

ସେପଟେ,ମହାକାଳପଡା ସ୍ଥିତ ବାୟାବାବା କଲେଜ୍ ରେ ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ରକରି, ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଛି। କଲେଜ ପରିସରରେ ଶକ୍ତି ପ୍ରଦର୍ଶନ ଓ ପ୍ରଚାରକୁ ନେଇ ଉଭୟ ବିଜୁ ଛାତ୍ର ଜନତା ଦଳ ଏବଂ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପ୍ରାର୍ଥୀ ଓ ସମର୍ଥକମାନେ ପରପ୍ପର ମୁହାଁମୁହିଁ ହୋଇଥିଲେ। କେବଳ ସେତିକି ନୁହେଁ, ଉଭୟ ଗୋଷ୍ଠୀର ଛାତ୍ରମାନେ ପରପ୍ପର ବିରୋଧରେ ବିଭିନ୍ନ ସ୍ଲୋଗାନ୍ ଦେଇ କଲେଜ୍ ପରିସରରେ ଉତ୍ତେଜନା ସୃଷ୍ଟି କରିଥିଲେ। ପରିସ୍ଥିତି ଅଶାନ୍ତ ହେବାରୁ କଲେଜ ଅଧ୍ୟକ୍ଷ୍ୟ  ରଞ୍ଜିତ କୁମାର ଦାସ୍ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗୋଷ୍ଠୀର ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।

ଅନ୍ୟପଟେ, ପୁରୀର ଗୋପ କଲେଜ ରେ ଛାତ୍ର ଅଶାନ୍ତି ଦେଖାଦେଇଛି।ଏନେଇ ନିର୍ବାଚନ ବାତିଲ୍ ହେବା ସହ ସାଇନ୍ ଡାଏ ଘୋଷଣା କରାଯାଇଛି। ଏପରିକି କଲେଜ୍ ଅଧ୍ୟକ୍ଷଙ୍କୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି।  ନବରଙ୍ଗପୁର ସରକାରୀ ମଡେଲ୍  କଲେଜ୍ ରେ ଯୋଗ୍ୟ ପ୍ରାର୍ଥୀ ନଥିବାରୁ ନିର୍ବାଚନ ବାତିଲ୍ ହେବା ପରେ ଅଶାନ୍ତି ସୃଷ୍ଟି ହୋଇଥିଲା , ଏନେଇ କଲେଜକୁ ସାଇନ୍ ଡାଏ ଘୋଷଣା କରାଯାଇଥିଲା। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ, ଦେବଗଡ଼ କଲେଜରେ ପ୍ରାର୍ଥିପତ୍ର ନାକଚ ହେବା ସହ ସଭାପତି ପଦ ପାଇଁ ଜଣେ ପ୍ରାର୍ଥୀଙ୍କ ପ୍ରତ୍ୟାହାର ପରେ ଉତ୍ତେଜନା ବଢ଼ିଥିଲା । ପରିସ୍ଥିତି ଦେଖି କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି। ଏବଂ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି। ସେପଟେ, ଉତ୍କଳ ବିଶ୍ବ ବିଦ୍ୟାଳୟ ଓ ରମାଦେବୀରେ ଭୋଟ୍ ହାତେଇବା ପାଇଁ ଆଶାୟୀମାନେ ବିରିୟାନୀ ଓ ଗୁପଚୁପ୍ ବାଣ୍ଟୁଥିବା ମଧ୍ୟ ଦେଖିବାକୁ ମିଳିଛି। ଚଳିତ ମାସ ୧୫ ତାରିଖରେ ନିର୍ବାଚନ ହେବାକୁ ଯାଉଛି।

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES