SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

ତିର୍ତ୍ତୋଲ ପୋଲିସକୁ ସଫଳତା, ଚୋରା ବ୍ୟବସାୟୀ ଗିରଫ

ବିଶେଷ ସୂତ୍ରରୁ ଖବର ପାଇ ତିର୍ତ୍ତୋଲ ଥାନା ପକ୍ଷରୁ ଏକ ଟିମ ଗଠନ କରାଯାଇ ଚଢ଼ାଉ କରାଯାଇଥିଲା ।

Reported By Narayan Behera Written By Soubhagya Ranjan Mishra
Published: Oct 04, 2026, 04:58 PM IST | Updated: Oct 04, 2026, 05:04 PM IST
Image Credit: Jagatsinghpur News
Join

ଜଗତସିଂହପୁର: ତିର୍ତ୍ତୋଲ ପୋଲିସକୁ ମିଳିଛି ଏକ ବଡ ସଫଳତା। ଚୋରା ପିତ୍ତଳ, ଷ୍ଟିଲ, ତମ୍ବା, ଲୁହା ରଡ଼ ସହିତ ଗୋଟିଏ ଗାଡି ଜବତ ହୋଇଛି। ଏଥିସହ ଜଣେ ଚୋରା ବ୍ୟବସାୟୀକୁ ଗିରଫ କରିଛି ପୋଲିସ । ଦୁଇ ଭାଇ ବହୁ ଦିନରୁ ଚଳାଇ ଆସୁଥିଲେ ଚୋରା ସାମଗ୍ରୀ କାରବାର। ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ଯେମିତି କି ନୂଆ ଷ୍ଟିଲ, ପିତ୍ତଲ ଏବଂ ତମ୍ବାର ସାମଗ୍ରୀ ସମେତ ଲୁହା ରଡ଼ ଏବଂ ପୁରୁଣା ତମ୍ବାତାର, ଟିୱେଲ, ଜିଆଇ ପାଇପ ଚୋରା ଚାଲାଣର ରାକେଟ ଚଳାଇ ଥିଲେ ଦୁଇ ଭାଇ ।

ପୋଲିସ ହାତରେ ଧରା ପଡିଥିବା ଦୁଇ ଭାଇ ହେଲେ ତାଳପଡା ନିକଟ ବରୁଣ୍ଡି ଗ୍ରାମର ଅନିଲ କୁମାର ସାହୁ ଓରଫ (ପପୁ) ଏବଂ ଅନୁପ ଗୌରବ ସାହୁ । ବିଶେଷ ସୂତ୍ରରୁ ଖବର ପାଇ ତିର୍ତ୍ତୋଲ ଥାନା ପକ୍ଷରୁ ଏକ ଟିମ ଗଠନ କରାଯାଇ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ପୋଲିସକୁ ଦେଖି ଦୁଇ ଭାଇ ଖସି ପଳାଇବାକୁ ଉଦ୍ୟମ କରୁଥିବା ସମୟରେ ପପୁକୁ କାବୁ କରିନେଇଥିଲା ପୋଲିସ । ସାକ୍ଷୀମାନଙ୍କ ଉପସ୍ଥିତିରେ ପପୁର ସ୍କାର୍ପ ୟାର୍ଡ଼ରେ ତଲାସୀ କରାଯିବା ସମୟରେ ବହୁ ଚୋରି ସାମଗ୍ରୀ ଜବତ ହୋଇଥିଲା। ପପୁର ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯାଇଛି ।  ଘଟଣାରେ ଅଧିକ ଅନୁସନ୍ଧାନ ଜାରୀ ରହିଥିବା ବେଳେ ଏହି ନେଟୱାର୍କରେ ସମୃକ୍ତି ଥିବା ଅନ୍ୟମାନଙ୍କୁ ଗିରଫ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀ ଜରିଆରେ ତିର୍ତ୍ତୋଲ ଏସଡିପିଓ ଅଜୟ କୁମାର ଦାସ କହିଛନ୍ତି ।

Add Zee News as a Preferred Source
TAGS:

About the Author

Narayan Behera
Read More

ZEENEWS TRENDING STORIES