Odisha News: ଗଞ୍ଜାମରେ ବନ୍ୟା ବିପନ୍ନଙ୍କୁ ରିଲିଫ୍ ବଣ୍ଟନ ନେଇ ସୂଚନା ଦେଲେ ସୁରେଶ ପୂଜାରୀ
Odisha News: ଗଞ୍ଜାମ ଜିଲ୍ଲାରେ ବନ୍ୟା ପ୍ରଭାବିତ ଲୋକଙ୍କୁ ରିଲିଫ୍ ବଣ୍ଟନ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।
Odisha News: ଗଞ୍ଜାମ ଜିଲ୍ଲାରେ ବନ୍ୟା ପ୍ରଭାବିତ ଲୋକଙ୍କୁ ରିଲିଫ୍ ବଣ୍ଟନ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।
ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଭାବିତ ପରିବାରଙ୍କୁ ଆର୍ଥିକ ସହାୟତା ସହ ୫୦ କେଜି ଚାଉଳ ଯୋଗାଇ ଦିଆଯିବ। ପ୍ରତି ପରିବାରକୁ ୨,୫୦୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ, ଫସଲହାନି, ଘରଭଙ୍ଗା ଆଦି ସହାୟତା ପାଇଁ ଡାଟାବେସ୍ ପ୍ରସ୍ତୁତ କରାଯାଉଛି। ଡାଟାବେସ୍ ପ୍ରସ୍ତୁତ ପରେ ସେ ରାଶି ମଧ୍ୟ ସହାୟତା ପାଇବେ। ପିଡିଏସ୍ ସାମଗ୍ରୀ ବଣ୍ଟନ ଆରମ୍ଭ ହୋଇସାରିଛି।ହିତାଧିକାରୀଙ୍କ ନିକଟରେ ଯଥାଶୀଘ୍ର ସହାୟତା ପହଞ୍ଚାଇବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।
ALSO READ: IAS Reshuffle:IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର,ରୂପା ମିଶ୍ରଙ୍କୁ ପଞ୍ଚାୟତିରାଜ ବିଭାଗର ଦାୟିତ୍ୱ
ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ବଣ୍ଟନ ଓ ପୁନରୁଦ୍ଧାର କାର୍ଯ୍ୟକୁ ସ୍ୱଚ୍ଛ ଏବଂ ତ୍ୱରାନ୍ୱିତ କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ଗଞ୍ଜାମରେ ଦୁଇ ଜଣ, ଗଜପତି ରେ ଜଣେ ଓ କାନ୍ଧମାଳରେ ବରିଷ୍ଠ (IAS) ଅଧିକାରୀଙ୍କୁ ନିୟୋଜିତ କରାଯାଇଛି।ସେମାନେ ଲୋକଙ୍କ ପାଖରେ ସହାୟତା ଠିକ ଭାବେ ପହଁଚୁଛି ଙ୍କ ନାହିଁ, ଭିତ୍ତିଭୂମି ର ମରାମତି ଆଦି କାମ ଦେଖିବେ।
ମାଟି ଧସେଇ ୧୩ ଜଣ ନିଖୋଜ ଘଟଣାରେ କହିଲେ ୨୫ ରୁ ୩୦ ଫୁଟ ମାଟି ସେ ସ୍ଥାନ ଉପରେ ରହିଛି ତା ସହ ବଡ଼ ବଡ଼ ପଥର ମଧ୍ୟ ରହିଥିଲା ତାକୁ ବିସ୍ଫୋରକ ମାଧ୍ୟମ ରେ ଫଟାଇ ଏତେ ତଳେ ମଧ୍ୟ ଖୋଜାଖୋଜି ପରେ ଭିତରେ କୌଣସି ଜୀବନ ର ସନ୍ଧାନ ପାଇପାରିନଥିଲେ ବୋଲି ସୂଚନା ଦେଲେ ମନ୍ତ୍ରୀ ସୁରେଶ ପୂଜାରୀ।