SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Kotia Dispute: କୋଟିଆରେ ପୁଣି ଓଡ଼ିଶା-ଆନ୍ଧ୍ର ପୋଲିସ ମୁହାଁମୁହିଁ! ଚେକ୍ ପୋଷ୍ଟରେ ଉତ୍ତେଜନା, ୭ ପ୍ଲାଟୁନ୍ ଫୋର୍ସ ମୁତୟନ

ଏହି ଘଟଣାରେ କୋରାପୁଟ ଉପଜିଲ୍ଲାପାଳ ଏବଂ ପଟାଙ୍ଗୀ ତହସିଲଦାରଙ୍କ ସହ ମଧ୍ୟ ଆନ୍ଧ୍ର ପୋଲିସର ଯୁକ୍ତିତର୍କ ହୋଇଥିବା ଜଣାପଡ଼ିଛି। ଏହାର ଗୋଟିଏ ଦିନ ପୂର୍ବରୁ ଆନ୍ଧ୍ରପ୍ରଦେଶର ରାସନ ଚାଉଳ ବୋଝେଇ ଟ୍ରକକୁ ଓଡ଼ିଶା ପୋଲିସ ଅଟକାଇଥିଲା। ଏହା ପରେ ସୀମାନ୍ତ ଅଞ୍ଚଳରେ ସୁରକ୍ଷା ଓ ଯାଞ୍ଚ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।

Written By Priyambada Rana Edited By Priyambada Rana
Published: Nov 03, 2026, 03:58 PM IST | Updated: Nov 03, 2026, 04:00 PM IST
Image Credit: Kotia Dispute: କୋଟିଆରେ ପୁଣି ଓଡ଼ିଶା-ଆନ୍ଧ୍ର ପୋଲିସ ମୁହାଁମୁହିଁ! ଚେକ୍ ପୋଷ୍ଟରେ ଉତ୍ତେଜନା, ୭ ପ୍ଲାଟୁନ୍ ଫୋର୍ସ ମୁତୟନ
Join

Kotia Dispute: କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ପୁଣି ଦେଖାଦେଇଛି ଉତ୍ତେଜନା। ନେରେଡିବାଲସା ଚେକ୍ ପୋଷ୍ଟରେ ଦୁଇ ରାଜ୍ୟର ପୋଲିସ ମୁହାଁମୁହିଁ ହୋଇଛନ୍ତି। ଆନ୍ଧ୍ର ପୋଲିସ କୋଟିଆ ଅଞ୍ଚଳକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ଓଡ଼ିଶା ପୋଲିସ ଏହାକୁ ଅଟକାଇବାରୁ ଉଭୟ ପକ୍ଷ ମଧ୍ୟରେ କଥା କଟାକଟି ଓ ଯୁକ୍ତିତର୍କ ହୋଇଥିଲା। ଏହାକୁ ନେଇ ଅଞ୍ଚଳରେ ଉତ୍ତେଜନା ବଢ଼ିଛି।

ଏହି ଘଟଣାରେ କୋରାପୁଟ ଉପଜିଲ୍ଲାପାଳ ଏବଂ ପଟାଙ୍ଗୀ ତହସିଲଦାରଙ୍କ ସହ ମଧ୍ୟ ଆନ୍ଧ୍ର ପୋଲିସର ଯୁକ୍ତିତର୍କ ହୋଇଥିବା ଜଣାପଡ଼ିଛି। ଏହାର ଗୋଟିଏ ଦିନ ପୂର୍ବରୁ ଆନ୍ଧ୍ରପ୍ରଦେଶର ରାସନ ଚାଉଳ ବୋଝେଇ ଟ୍ରକକୁ ଓଡ଼ିଶା ପୋଲିସ ଅଟକାଇଥିଲା। ଏହା ପରେ ସୀମାନ୍ତ ଅଞ୍ଚଳରେ ସୁରକ୍ଷା ଓ ଯାଞ୍ଚ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।

କୋଟିଆରେ କଡ଼ା ସୁରକ୍ଷା ବ୍ୟବସ୍ଥା:
ଆସନ୍ତା ୫ ତାରିଖରେ ଆନ୍ଧ୍ରପ୍ରଦେଶରେ ପଞ୍ଚାୟତ ନିର୍ବାଚନ ଥିବାରୁ କୋଟିଆ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଓଡ଼ିଶା ପ୍ରଶାସନ ପକ୍ଷରୁ କଡ଼ାକଡ଼ି କରାଯାଇଛି। ଅଞ୍ଚଳରେ ୭ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଏଥିସହ ତିନୋଟି ଚେକ୍ ଗେଟ୍ ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଛି।

ସ୍ଥିତି ଉପରେ ନିରନ୍ତର ନଜର ରଖିବା ପାଇଁ ୯ ଜଣ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍‌ଙ୍କୁ ଦାୟିତ୍ୱ ଦିଆଯାଇଛି। ସେମାନେ ରୋଟେସନ୍ ଭିତ୍ତିରେ ଅଞ୍ଚଳରେ ନିୟୋଜିତ ରହିବେ। ଅନ୍ୟପଟେ ନେରେଡିବାଲସା, ଫାଟୁସିନେରୀ ଓ ଫଗୁଣସିନେରୀ ଅଞ୍ଚଳରେ ମେଡିକାଲ କ୍ୟାମ୍ପ ଏବଂ ଜନସଚେତନତା କାର୍ଯ୍ୟକ୍ରମ ଉପରେ ମଧ୍ୟ ପ୍ରଶାସନ ଗୁରୁତ୍ୱ ଦେଉଛି।

ଆନ୍ଧ୍ର ସାମ୍ବିଧାନିକ ସଙ୍କଟ ସୃଷ୍ଟି କରୁଛି: ରାଜସ୍ୱ ମନ୍ତ୍ରୀ
କୋଟିଆ ବିବାଦକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ କଡ଼ା ପ୍ରତିକ୍ରିୟା ରଖିଛନ୍ତି। କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଏହାକୁ କେହି ଓଡ଼ିଶାଠାରୁ ଅଲଗା କରିପାରିବେ ନାହିଁ ବୋଲି ସେ କହିଛନ୍ତି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ଆନ୍ଧ୍ରପ୍ରଦେଶ ସାମ୍ବିଧାନିକ ସଙ୍କଟ ସୃଷ୍ଟି କରୁଥିବା ମନ୍ତ୍ରୀ ଅଭିଯୋଗ କରିଛନ୍ତି। ଏହି ପ୍ରସଙ୍ଗରେ ଓଡ଼ିଶା ସରକାର ଆନ୍ଧ୍ର ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ସେ କହିଛନ୍ତି। ଏଥିସହ କୋଟିଆ ପ୍ରସଙ୍ଗରେ ଓଡ଼ିଶାର ସବୁ ରାଜନୈତିକ ଦଳର ନେତା ଏକଜୁଟ୍ ଥିବା ମଧ୍ୟ ସ୍ପଷ୍ଟ କରିଛନ୍ତି।

୨୦୨୧ରେ ପୋଲିଂ ବୁଥ୍ କରିଥିଲା ଆନ୍ଧ୍ର, ଏଥର ନାହିଁ:
ମନ୍ତ୍ରୀଙ୍କ କହିବା ଅନୁସାରେ, ୨୦୨୧ ନିର୍ବାଚନ ସମୟରେ ଆନ୍ଧ୍ରପ୍ରଦେଶ କୋଟିଆରେ ପୋଲିଂ ବୁଥ୍ ସ୍ଥାପନ କରିଥିଲା। କିନ୍ତୁ ଓଡ଼ିଶାର ଦୃଢ଼ ବିରୋଧ ପରେ ଚଳିତ ନିର୍ବାଚନରେ କୋଟିଆରେ ପୋଲିଂ ବୁଥ୍ କରିନାହିଁ ଆନ୍ଧ୍ର।

ତେବେ ଆସନ୍ତା ୫ ତାରିଖର ନିର୍ବାଚନକୁ ନେଇ କୋଟିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଓଡ଼ିଶା ପ୍ରଶାସନର ସୁରକ୍ଷା ବ୍ୟବସ୍ଥା ଓ ପରବର୍ତ୍ତୀ ପଦକ୍ଷେପ ଉପରେ ଏବେ ସମସ୍ତଙ୍କ ନଜର ରହିଛି।

Add Zee News as a Preferred Source
TAGS:

About the Author

I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
Read More

ZEENEWS TRENDING STORIES