Weather Update: ରୁହନ୍ତୁ ସତର୍କ, ବଜ୍ରପାତ ନେଇ ଏହି ଜିଲ୍ଲାକୁ ଆଲର୍ଟ ଜାରି
ଆଜି ସକାଳୁ ରାଜଧାନୀ ଭୁବନେଶ୍ୱର ସମେତ ଆଖ ପାଖ ଅଞ୍ଚଳରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି ।
Weather Update: ଦକ୍ଷିଣ ଆଣ୍ଡାମାନ ସାଗରରେ ଘନୀଭୂତ ହେଉଛି ଏକ ଲଘୁଚାପ । ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଲଘୁଚାପ କ୍ଷେତ୍ର ସହ ବାଦଲ ଆଚ୍ଛାଦିତ ହୋଇଛି । ଗତକାଲି ତୁଳନାରେ ଜଡିତ ବାଦଲ ଆଚ୍ଛାଦନ ବୃଦ୍ଧି ପାଇଛି । ଲଘୁଚାପ ଘନୀଭୂତ ପ୍ରକ୍ରିୟା ଅଧିକ ହେଉଥିବା ସୂଚନା ମିଳିଛି ।
ଅନ୍ୟପଟେ, ଆଜି ସକାଳୁ ରାଜଧାନୀ ଭୁବନେଶ୍ୱର ସମେତ ଆଖ ପାଖ ଅଞ୍ଚଳରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । ଚଳିତ ବର୍ଷର ପ୍ରଥମ କୁହୁଡ଼ି ଦେଖାଦେଇଛି । ଘନ କୁହୁଡ଼ି ଯୋଗୁ ରାସ୍ତାରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି । ବାତ୍ୟା ‘ଅର୍ଣ୍ଣବ’ ଗଲା ପରେ କୁହୁଡ଼ି ଦୃଶ୍ୟମାନ ହୋଇଛି । ରାତି ତାପମାତ୍ରା ହ୍ରାସ ପାଇଥିବା ସମୟରେ ସାମାନ୍ୟ ଶୀତ ଅନୁଭୂତ ହୋଇଛି ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କିଛି ଜିଲ୍ଲାକୁ ବଜ୍ରପାତ ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜିଠାରୁ ଆସନ୍ତା କାଲି ସକାଳ ୮ଟା ୩୦ ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ ଜିଲ୍ଲାକୁ ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ନଭେମ୍ୱର ୧ରୁ ୨ ତାରିଖ ସକାଳ ୮ଟା୩୦ ମଧ୍ୟରେ ଉପକୂଳବର୍ତ୍ତୀ ସମସ୍ତ ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡାକୁ ବଜ୍ରପାତ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।
ନଭେମ୍ୱର ୨ରୁ ୪ ତାରିଖ ମଧ୍ୟରେ ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାକୁ ବଜ୍ରପାତ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।
Also Read- GSLV-F18 NVS-03 Launch: ନେଭିଗେସନ୍ କ୍ଷମତାରେ ଆସିବ ଉନ୍ନତି, ISRO ଲଞ୍ଚ କଲା ଏହି ସାଟେଲାଇଟ୍