Toor Dal And Sugar Price Hike:ଚିନି,ଡାଲି ଦର ବୃଦ୍ଧି, କିଲୋ ପିଛା ଏତେ ଟଙ୍କା ବଢିଲା ଦର
ପୁଣି ବଢିଲା ଚିନି ଦର। କୁଇଣ୍ଟାଲ୍ ପିଛା ୫୦ କି ୧୦୦ ନୁହେଁ, ଏକାଥରକେ ୩୦୦ ରୁ ୫୦୦ ଟଙ୍କା ବଢିଛି। କିଛି ଦିନ ପୂର୍ବରୁ ଚିନି କୁଇଣ୍ଟାଲ୍ ପିଛା ଦର ୫୦୦ ଟଙ୍କା ଥିବା ବେଳେ ଏବେ ଛୋଟଦାନା ଓ ବଡ଼ଦାନା ପ୍ରକାରଭେଦରେ ୫୩୦୦ ରୁ ୫୫୦୦ ଟଙ୍କା ହୋଇଛି।
Toor Dal And Sugar Price Hike: ପୁଣି ବଢିଲା ଚିନି ଦର। କୁଇଣ୍ଟାଲ୍ ପିଛା ୫୦ କି ୧୦୦ ନୁହେଁ, ଏକାଥରକେ ୩୦୦ ରୁ ୫୦୦ ଟଙ୍କା ବଢିଛି। କିଛି ଦିନ ପୂର୍ବରୁ ଚିନି କୁଇଣ୍ଟାଲ୍ ପିଛା ଦର ୫୦୦ ଟଙ୍କା ଥିବା ବେଳେ ଏବେ ଛୋଟଦାନା ଓ ବଡ଼ଦାନା ପ୍ରକାରଭେଦରେ ୫୩୦୦ ରୁ ୫୫୦୦ ଟଙ୍କା ହୋଇଛି। ଏଣେ ଖୁଚୁରା ବଜାରରେ କିଲୋ ପିଛା ୬୦ ଟଙ୍କା ବିକ୍ରି ହେଲାଣୀ ଚିନି। ଖାଲି ଚିନି ନୁହେଁ, ହରଡ଼ ଡାଲି ଓ ବୁଟ ଡାଲି ଦର ବି ବଢିଛି। କୁଇଣ୍ଟାଲ୍ ପିଛା ଏକାବେଳେ ୫୦୦ ରୁ ୭୦୦ ଟଙ୍କା ବୃଦ୍ଧି ପାଇଛି।
ପୂର୍ବରୁ ହରଡ଼ ଡାଲି କ୍ବିଣ୍ଟାଲ୍ ଦର ୧୩,୫୦୦ ଟଙ୍କା ଥିବା ବେଳେ ଏବେ ସ୍ଥଳବିଶେଷରେ ୧୪,୦୦୦ ଟପିଲାଣୀ । ବଜାରରେ ଡାଲି କିଲୋ ୧୪୨ ରୁ ୧୫୦ କୁ ଡେଇଁଲାଣୀ। ବୁଟଡାଲି ଦର ବି କ୍ବିଣ୍ଟାଲ୍ ପିଛା ୬୦୦ ରୁ ୭୦୦ ଟଙ୍କା ବଢିଛି। ଦଶହରା ଘଡ଼ି, ନବରାତ୍ର ଆରମ୍ଭ ହୋଇଛି। ଏ-ହି ଭଳି ସମୟରେ ହାଣ୍ତିଶାଳର ଦୁଇ ପ୍ରମୁଖ ଖାଦ୍ୟ ଚିନି ଓ ଡାଲିର ଦର ବୃଦ୍ଧି ଖାଲି ଓଷାକାରୀ ଧାରି ନୁହେଁ, ସମସ୍ତଙ୍କ ଚିନ୍ତା ବଢାଇଛି। ବ୍ୟବସାୟୀଙ୍କ ସୂଚନା ଅନୁସାରେ, ରାଜ୍ୟରେ ଚିନି ଓ ଡାଲିର ଉତ୍ପାଦନ ଶୂନ। ରାଜ୍ୟରେ ବାର୍ଷିକ ୯ ଟନ୍ ଚିନି ଦରକାର ପଡୁଥିବା ବେଳେ ମହାରାଷ୍ଟ୍ର ଓ କର୍ଣ୍ଣାଟକରୁ ୯୮ ପ୍ରତିଶତ ଚିନି ଆସୁଛି। ଗତ ମାସ ତଳେ ଚିନି ଦର ୭୦ ଟଙ୍କା ପର୍ଯ୍ୟନ୍ତ ବଢିଥିଲା। ପରେ ପୁଣି ଟିକେ କମିଥିଲା।
ଏବେ ପୁଣି ସେହି ପରିସ୍ଥିତି ଉପୁଜିଲାଣୀ। ସେହିପରି ବାର୍ଷିକ ୯ ଲକ୍ଷ ୩୦ ହଜାର ଟନ୍ ଡାଲି ର ଆବଶ୍ୟକତା ପଡୁଛି ରାଜ୍ୟରେ। ଡାଲି ଅଭାବ ମେଣ୍ଟାଇବା ପାଇଁ ଛତିଶଗଡ଼, ମହାରାଷ୍ଟ୍ର ଓ ନାଗପୁରରୁ ୮ଟନ୍ ଡାଲି ଆସୁଛି। ବାକି ରାଜ୍ୟରେ ଚାଷ ହେଉଥିବା ମୁଗ , ବିରି ଓ କୋଳଥ ଲୋକଙ୍କ ଚାହିଦା ପୂରଣ କରୁଛି। ଗତ ସପ୍ତାହରେ ଚାଉଳ ଦର ବଢିଥିଲା। ସରୁ ବା ଫାଇନ୍ ଚାଉଳ କ୍ବିଣ୍ଟାଲ୍ ପିଛା ୮୦୦ ରୁ ୧ ହଜାର ଟଙ୍କା ଏବଂ ସୁପର ଫାଇନ୍ ଚାଉଳ ୧ ହଜାରରୁ ୧୫ ଶହ ଟଙ୍କା ବଢିଥିଲା। ଏବେ ପୁଣି ଅରୁଆ ଚାଉଳ ଦରରେ ୧୦ ରୁ ୨୦ ଟଙ୍କା ଯାଏଁ ବୃଦ୍ଧି ହୋଇଛି। ଜିରା ରାଇସ୍ ଏବେ କିଲୋ ପିଛା ୬୦ ରୁ ୬୫ ଟଙ୍କା ,ଡେରାଡୁନ୍ ଚାଉଳ ୧୦୫ ରୁ ୧୧୦ ଟଙ୍କା ରହିଛି। ବାସୁମତି ଚାଉଳ କିଲୋ ପିଛା ୨୦ ଟଙ୍କା ବଢି ୧୭୦ ଟଙ୍କାରେ ପହଞ୍ଚିଛି। ଗଲା ୪ ତାରିଖରୁ ଓମଫେଡ୍ କ୍ଷୀର ଦର ୨ ରୁ ୪ ଟଙ୍କା ବୃଦ୍ଧି ହୋଇଛି। ରାଜ୍ୟବାସୀ ଏଭଳି ଦର ବୃଦ୍ଧି କଷଣରେ ପେଶୀ ହେଉଥିବା ବେଳେ କେହି ଏଥିପ୍ରତି ଧ୍ୟାନ ଦେଉନାହାଁନ୍ତି। ସରକାର ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ହୋଇପଡିଛି।