SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

Written By Priyambada Rana Edited By Priyambada Rana
Published: Nov 03, 2026, 09:56 PM IST | Updated: Nov 03, 2026, 09:59 PM IST
Image Credit: Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...
Join

1.Kotia Dispute: କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ପୁଣି ଦେଖାଦେଇଛି ଉତ୍ତେଜନା। ନେରେଡିବାଲସା ଚେକ୍ ପୋଷ୍ଟରେ ଦୁଇ ରାଜ୍ୟର ପୋଲିସ ମୁହାଁମୁହିଁ ହୋଇଛନ୍ତି। ଆନ୍ଧ୍ର ପୋଲିସ କୋଟିଆ ଅଞ୍ଚଳକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ଓଡ଼ିଶା ପୋଲିସ ଏହାକୁ ଅଟକାଇବାରୁ ଉଭୟ ପକ୍ଷ ମଧ୍ୟରେ କଥା କଟାକଟି ଓ ଯୁକ୍ତିତର୍କ ହୋଇଥିଲା। ଏହାକୁ ନେଇ ଅଞ୍ଚଳରେ ଉତ୍ତେଜନା ବଢ଼ିଛି।

2.Kidnapping Case:ରାୟଗଡ଼ାରେ ୨୦୧୯ ମସିହାର ଏକ ନାବାଳକ ଅପହରଣ ମାମଲାରେ ୯ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। ଏହି ମାମଲାର ଶୁଣାଣି କରି SDJM କୋର୍ଟ ଏହି ରାୟ ଶୁଣାଇଛନ୍ତି। ସୂଚନା ଅନୁଯାୟୀ, ସମସ୍ତ ଦୋଷୀ ରାୟଗଡ଼ା ସହରର ରେଲି ସାହି ଅଞ୍ଚଳର ବାସିନ୍ଦା। ୨୦୧୯ରେ ଜଣେ ନାବାଳକଙ୍କୁ ଅପହରଣ କରାଯାଇଥିବା ନେଇ ମାମଲା ରୁଜୁ ହୋଇଥିଲା। ପରେ ପୋଲିସ ଅଭିଯାନ ଚଳାଇ ଅପହୃତ ବାଳକଙ୍କୁ ଉଦ୍ଧାର କରିଥିଲା। ଦୀର୍ଘ ଦିନ ଧରି ଚାଲିଥିବା ମାମଲାର ଶୁଣାଣି ପରେ କୋର୍ଟ ୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡର ରାୟ ଦେଇଛନ୍ତି।

3.Rahul Gandhi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁଣିଥରେ ଖୋଲା ଡିବେଟ୍ ପାଇଁ ଆହ୍ୱାନ କରିଛନ୍ତି କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ବିଦେଶୀ ଶକ୍ତି ସହ କାହାର ସମ୍ପର୍କ ରହିଛି ଏବଂ ଦେଶଦ୍ରୋହୀ କିଏ, ସେନେଇ ସାର୍ବଜନୀନ ମଞ୍ଚରେ ଖୋଲାଖୋଲି ବିତର୍କ କରିବାକୁ ସେ ମୋଦୀଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି। ଏନେଇ ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଏକ ପୋଷ୍ଟ କରି ପ୍ରଧାନମନ୍ତ୍ରୀଙ୍କୁ ଆହ୍ୱାନ ଜଣାଇଛନ୍ତି।

4.Delhi Air Pollution: ଦୀପାବଳି ପୂର୍ବରୁ ହିଁ ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଭୟଙ୍କର ରୂପ ଧାରଣ କରିଛି। ବିଷାକ୍ତ ଧୂଆଁ ଓ ଧୂଳିକଣାରେ ଭରିଯାଇଛି ଦିଲ୍ଲୀର ବାୟୁମଣ୍ଡଳ। ଏପରିକି ଅନେକ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୪୦୦ ଅତିକ୍ରମ କରିଛି। ଫଳରେ ସାଧାରଣ ଲୋକଙ୍କୁ ନିଃଶ୍ୱାସ ନେବାରେ ମଧ୍ୟ ସମସ୍ୟା ହେଉଛି। ଚିନ୍ତାର ବିଷୟ ହେଉଛି, ଦୀପାବଳିରେ ବାଣ ଫୁଟିବା ପୂର୍ବରୁ ହିଁ ରାଜଧାନୀର ଏଭଳି ସ୍ଥିତି ସୃଷ୍ଟି ହୋଇଛି।

5.Odisha EV Charging Stations: ରାଜ୍ୟରେ ଇଲେକ୍ଟ୍ରିକ୍ ଯାନ (EV) ବ୍ୟବହାରକୁ ଅଧିକ ପ୍ରୋତ୍ସାହନ ଦେବା ସହ ଚାର୍ଜିଂ ସୁବିଧା ବୃଦ୍ଧି ପାଇଁ ଆଉ ୨୯୦ଟି ଇଭି ଚାର୍ଜିଂ ଷ୍ଟେସନ୍ ସ୍ଥାପନ କରାଯିବାର ଯୋଜନା ରହିଛି। PM E-DRIVE ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ଏଥିପାଇଁ ପ୍ରସ୍ତାବ ଦାଖଲ କରାଯାଇଛି। ପ୍ରସ୍ତାବ ଅନୁଯାୟୀ, ଓଡ଼ିଶାର ୧୩ଟି ପ୍ରମୁଖ ସହରରେ ଏହି ଚାର୍ଜିଂ ଷ୍ଟେସନ୍ ସ୍ଥାପନ ହେବ। ଏହାସହ ପାରାଦୀପ-ବଡ଼ବିଲ୍ ରାସ୍ତା ସମେତ ବିଭିନ୍ନ ରାଜପଥରେ ମଧ୍ୟ ଇଭି ଚାର୍ଜିଂ ବ୍ୟବସ୍ଥା କରାଯିବ। ପର୍ଯ୍ୟଟକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପର୍ଯ୍ୟଟନ ବିଭାଗର ୬୮ଟି ପ୍ରମୁଖ ସ୍ଥାନକୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯାଇଛି।

6.Puri Habisyali: ପୁରୀରେ କାର୍ତ୍ତିକ ବ୍ରତ ପାଳନ କରୁଥିବା ହବିଷ୍ୟାଳୀଙ୍କ ସୁବିଧା ଓ ସହଯୋଗ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୩ କୋଟି ୩୦ ଲକ୍ଷ ଟଙ୍କା ଅନୁମୋଦନ କରାଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏହି ଅର୍ଥରାଶି ମଞ୍ଜୁର କରିଛି। କାର୍ତ୍ତିକ ମାସରେ ପୁରୀରେ ହବିଷ୍ୟ ବ୍ରତ ପାଳନ ପାଇଁ ବହୁ ସଂଖ୍ୟାରେ ମହିଳା ଆସିଥାନ୍ତି। ବ୍ରତଧାରୀ ହବିଷ୍ୟାଳୀଙ୍କ ରହିବା, ଖାଇବା ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ଏହି ଅର୍ଥ ବ୍ୟୟ କରାଯିବ।

7.Padma Shri Dr Ashok Mahapatra: ବିଶିଷ୍ଟ ନ୍ୟୁରୋସର୍ଜନ୍ ତଥା ପଦ୍ମଶ୍ରୀ ଡଃ ଅଶୋକ କୁମାର ମହାପାତ୍ରଙ୍କ ମରଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି। ତାଙ୍କ ମରଶରୀରକୁ ଶେଷ ଦର୍ଶନ କରିବା ପାଇଁ ବହୁ ବିଶିଷ୍ଟ ବ୍ୟକ୍ତି ବିମାନବନ୍ଦରରେ ଉପସ୍ଥିତ ରହିଥିଲେ। ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ମଧ୍ୟ ପହଞ୍ଚି ଡଃ ମହାପାତ୍ରଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ତାଙ୍କ ବିୟୋଗରେ ଚିକିତ୍ସା ଜଗତ ସହ ରାଜ୍ୟର ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ଆସନ୍ତାକାଲି ପୁରୀ ସ୍ୱର୍ଗଦ୍ୱାରରେ ଡଃ ଅଶୋକ ମହାପାତ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ତାଙ୍କ ମରଶରୀରକୁ ଶେଷ ବିଦାୟ ଜଣାଇବା ପାଇଁ ଆତ୍ମୀୟ, ଶୁଭେଚ୍ଛୁ ଓ ବହୁ ବିଶିଷ୍ଟ ବ୍ୟକ୍ତି ଏକତ୍ରିତ ହେବେ।

8.Police Job Aspirants: ଭୁବନେଶ୍ୱର ଗାନ୍ଧୀମାର୍ଗର ଲୋୟର ପିଏମଜିରେ ପୋଲିସ ଚାକିରି ଆଶାୟୀମାନେ ଏକ ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି। ଧାରଣାରେ ବସିଥିବା ଆଶାୟୀମାନେ କାନ ଧରି ଆଣ୍ଠେଇ ସରକାରଙ୍କ ପ୍ରତି ନିଜର ଅସନ୍ତୋଷ ଓ କ୍ଷୋଭ ପ୍ରକାଶ କରିଛନ୍ତି। ପ୍ରତିବାଦ ସମୟରେ ଆଶାୟୀମାନେ ଡବଲ ଇଞ୍ଜିନ ସରକାରକୁ ଭୋଟ୍ ଦେବା ନିଜର ଭୁଲ ନିଷ୍ପତ୍ତି ଥିଲା ବୋଲି କହିଛନ୍ତି। ନିଜ ନିଷ୍ପତ୍ତି ପାଇଁ କାନ ଧରି ଆଣ୍ଠେଇ ପ୍ରତିବାଦ କରିବା ସହ ସରକାରଙ୍କ ବିରୋଧରେ ସ୍ୱର ଉଠାଇଛନ୍ତି।

9.Iran Survival Guide: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଇରାନ ପକ୍ଷରୁ ନାଗରିକଙ୍କ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ସର୍ଭାଇଭାଲ୍ ଗାଇଡ୍ ଜାରି କରାଯାଇଛି। ସମ୍ଭାବ୍ୟ ପରମାଣୁ ବିସ୍ଫୋରଣ ଏବଂ ରେଡିଓଆକ୍ଟିଭ୍ ପ୍ରଦୂଷଣ ଭଳି ଜରୁରୀ ପରିସ୍ଥିତିରେ କିପରି ନିଜ ଜୀବନ ବଞ୍ଚାଇବେ, ସେନେଇ ଏହି ଗାଇଡ୍‌ରେ ବିସ୍ତୃତ ପରାମର୍ଶ ଦିଆଯାଇଛି। ଇରାନର ସରକାରୀ ସମ୍ବାଦ ସଂସ୍ଥା IRNA ପକ୍ଷରୁ ପ୍ରାୟ ୮ ମିନିଟ୍‌ର ଏକ ଭିଡିଓ ଜାରି କରାଯାଇ ଲୋକଙ୍କୁ ସତର୍କ କରାଯାଇଛି।

10.Preeti Jhankar: ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଡିଏଭି ପବ୍ଲିକ୍ ସ୍କୁଲ, କଳିଙ୍ଗନଗର, ଭୁବନେଶ୍ୱରର ଏକାଦଶ ଶ୍ରେଣୀର ଛାତ୍ରୀ ପ୍ରୀତି ଝଙ୍କାର। ସେ ମହାରାଷ୍ଟ୍ରର ପୁଣେସ୍ଥିତ ରାହତାନୀର ଏସ୍‌ଏନ୍‌ବିପି ଇଣ୍ଟରନ୍ୟାସନାଲ୍ ସ୍କୁଲଠାରେ ୨୬ ଅକ୍ଟୋବରରୁ ୩୧ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ସିବିଏସ୍ଇ ଜାତୀୟ ଜିମ୍ନାଷ୍ଟିକ୍ସ ଚାମ୍ପିୟନସିପ୍–୨୦୨୬ରେ ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

Add Zee News as a Preferred Source
TAGS:

About the Author

I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
Read More

ZEENEWS TRENDING STORIES