Top 10 news: ଚୁଟକିରେ ପଢ଼ନ୍ତୁ ଆଜି ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...
Top 10 news: ଚୁଟକିରେ ପଢ଼ନ୍ତୁ ଆଜି ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...
1.Accident News: ମୟୂରଭଞ୍ଜ ଜିଲ୍ଲାର ଝାରପୋଖରିଆ ଥାନା ଅନ୍ତର୍ଗତ ବମ୍ବେ ଛକ ନିକଟରେ ଏକ ବସ୍ ଦୁର୍ଘଟଣା ଘଟିଛି। ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବା ବେଳେ ବସ୍ଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏଥିରେ ୨ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ବାଙ୍ଗିରିପୋଷି ଓ ସାରସକଣା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଅଗ୍ନିଶମ ଟିମ୍ ୪୫ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ସୂଚନା ମିଳିଛି।
2.Crime: କଟକର ତାଳଦଣ୍ଡା କେନାଲରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ମଧୁପାଟଣା ପୋଲିସ ପହଞ୍ଚି କେନାଲରୁ ମୃତଦେହକୁ ଉଦ୍ଧାର କରିଥିଲା। ପରେ ମୃତଦେହକୁ ଅଧିକ ଯାଞ୍ଚ ଓ ଆବଶ୍ୟକୀୟ ଆଇନଗତ ପ୍ରକ୍ରିୟା ପାଇଁ ଏସ୍ସିବି ମେଡିକାଲକୁ ପଠାଯାଇଛି। ମୃତ ଯୁବକଙ୍କ ପରିଚୟ ଏବଂ ମୃତ୍ୟୁର କାରଣ ସମ୍ପର୍କରେ ଏଯାଏଁ ସ୍ପଷ୍ଟ ସୂଚନା ମିଳିନାହିଁ।
3.Train Accident;ଆସାମରେ ବଡ଼ ଧରଣର ରେଳ ଦୁର୍ଘଟଣା। ଦିଗାରୁ ଷ୍ଟେସନ ନିକଟରେ କୋଲକାତା-ସାଇରଙ୍ଗ ଏକ୍ସପ୍ରେସ୍ର ୬ଟି ବଗି ଲାଇନଚ୍ୟୁତ ହୋଇଛି। ଟ୍ରେନ୍ଟି ମିଜୋରାମରୁ କୋଲକାତା ଅଭିମୁଖେ ଯାଉଥିବା ବେଳେ ଏହି ଅଘଟଣ ଘଟିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ବରିଷ୍ଠ ରେଳବାଇ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ତେବେ ଏପର୍ଯ୍ୟନ୍ତ କୌଣସି ମୃତାହତଙ୍କ ସମ୍ପର୍କରେ ସୂଚନା ମିଳିନାହିଁ। ଦୁର୍ଘଟଣାର କାରଣ ଓ କ୍ଷୟକ୍ଷତି ସମ୍ପର୍କରେ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।
4.Kedarnath Dham: ଶୀତ ଋତୁ ଆରମ୍ଭ ସହ ବନ୍ଦ ହୋଇଛି ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ କେଦାରନାଥ ଧାମର ଦ୍ୱାର। ଚଳିତ ବର୍ଷ ଏପ୍ରିଲ ୨୨ ତାରିଖରେ ଭକ୍ତଙ୍କ ପାଇଁ ଖୋଲିଥିବା କେଦାରନାଥ ମନ୍ଦିରର ଦ୍ୱାର ଆଜି ବିଧିବଦ୍ଧ ଭାବେ ବନ୍ଦ କରାଯାଇଛି। ଚଳିତ ତୀର୍ଥଯାତ୍ରା ଋତୁରେ ୧୯ ଲକ୍ଷ ୨୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ବାବା କେଦାରନାଥଙ୍କ ଦର୍ଶନ କରିଛନ୍ତି।
5.Odisha Weather Update: ରାଜ୍ୟରେ ଧୀରେ ଧୀରେ ଶୀତର ପ୍ରଭାବ ଅନୁଭୂତ ହେବାରେ ଲାଗିଛି। ଏଥି ସସହ ଆସନ୍ତା ଦୁଇ ଦିନ ପାଇଁ ସର୍ବନିମ୍ନ ତାପମାତ୍ରାର ପୂର୍ବାନୁମାନ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ (IMD)। ପାଣିପାଗ କେନ୍ଦ୍ର, ଭୁବନେଶ୍ୱର ପକ୍ଷରୁ ପ୍ରକାଶିତ ନଭେମ୍ବର ୧୧ ଓ ୧୨ ତାରିଖର ପୂର୍ବାନୁମାନ ଅନୁଯାୟୀ, କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ସେଲସିୟସ୍ ରହିବାର ସମ୍ଭାବନା ରହିଛି।
6.Oil Tanker Explosion: ହର୍ମୁଜ୍ ପ୍ରଣାଳୀରେ ବଡ଼ ଧରଣର ଅଘଟଣ। ତିନୋଟି ବିଶାଳ ତେଲ ଟ୍ୟାଙ୍କରରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ଘଟିଥିବା ଖବର ସାମ୍ନାକୁ ଆସିଛି। ବିସ୍ଫୋରଣ ପରେ ତିନୋଟି ଜାହାଜରେ ନିଆଁ ଲାଗିଯିବା ସହ ଆକାଶରେ ଘନ କଳା ଧୂଆଁ ଛାଇଯାଇଥିଲା। ଆମେରିକା ଓ ଇରାନ ମଧ୍ୟରେ ପୂର୍ବରୁ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ଏହି ଘଟଣା ଉପସାଗରୀୟ ଅଞ୍ଚଳର ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇଛି।
7.Kotia Issue; କୋଟିଆରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ନିର୍ବାଚନ ପରିଚାଳନାକୁ ବିରୋଧ କରାଯାଇଛି। ଏହା ସୁପ୍ରିମକୋର୍ଟଙ୍କ ସ୍ଥିତାବସ୍ଥା ବଜାୟ ରଖିବା ନିର୍ଦ୍ଦେଶର ଉଲ୍ଲଂଘନ ବୋଲି ଅଭିଯୋଗ ହୋଇଛି। ଏହି ପ୍ରସଙ୍ଗରେ ଚତୁର୍ଥ ଥର ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟରେ ଅଭିଯୋଗ ଦାଖଲ ହୋଇଛି। ଆଇନଜୀବୀ ଅନୁପ କୁମାର ପାତ୍ର ଏହି ଅଭିଯୋଗ କରିଛନ୍ତି। କୋଟିଆରେ ଆନ୍ଧ୍ରର ନିର୍ବାଚନୀ କାର୍ଯ୍ୟକଳାପ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ ନେଇ ଏବେ ପୁଣି ଥରେ ବିବାଦ ସୃଷ୍ଟି ହୋଇଛି।
8.Vegitable rate Hike: କଟକରେ କାର୍ତ୍ତିକ ମାସରେ ପନିପରିବା ଦର ଆକାଶଛୁଆଁ ହୋଇଛି। ବଜାରରେ ପରିବା ଦର ବୃଦ୍ଧି ଯୋଗୁଁ ଖାଉଟିଙ୍କ ଚିନ୍ତା ବଢ଼ିଛି। ବନ୍ୟା ଓ ଲଗାଣ ବର୍ଷାର ପ୍ରଭାବରେ ପନିପରିବା ଯୋଗାଣ ବାଧାପ୍ରାପ୍ତ ହେବାରୁ ବଜାରରେ ଦର ବୃଦ୍ଧି ପାଇଥିବା କୁହାଯାଉଛି। ଫଳରେ ଦୈନନ୍ଦିନ ରୋଷେଇ ପାଇଁ ପରିବା କିଣିବା ଖାଉଟିଙ୍କ ପାଇଁ ମହଙ୍ଗା ପଡ଼ୁଛି। କାର୍ତ୍ତିକ ମାସରେ ପନିପରିବା ଚାହିଦା ମଧ୍ୟରେ ଦରବୃଦ୍ଧି ସାଧାରଣ ଲୋକଙ୍କ ଉପରେ ଆର୍ଥିକ ବୋଝ ବଢ଼ାଇଛି।
9.Donald Trump: ଆମେରିକା ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ପିଟ୍ ହେଗସେଥ୍ଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବକୁ ଖାରଜ କରିଛି ରିପବ୍ଲିକାନ୍ ପାର୍ଟି। କଡ଼ା ମୁକାବିଲା ପରେ ୨୧୧-୨୦୪ ଭୋଟ୍ରେ ଏହି ପ୍ରସ୍ତାବକୁ ଏକ କମିଟିକୁ ପଠାଇବା ପାଇଁ ସଦନ ନିଷ୍ପତ୍ତି ନେଇଛି। ଏହି ରଣନୀତି ଯୋଗୁଁ ପ୍ରସ୍ତାବ ଉପରେ ସିଧାସଳଖ ଆଲୋଚନା ଓ ଭୋଟିଂ ସ୍ଥଗିତ ରହିଛି। ଫଳରେ ମହାଭିଯୋଗ ପ୍ରସ୍ତାବ ଉପରେ ତୁରନ୍ତ କୌଣସି ନିଷ୍ପତ୍ତି ହେବାର ସମ୍ଭାବନା ଟଳିଛି। ଏହି ଘଟଣା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ମଧ୍ୟ ଏକ ଅସହଜ ପରିସ୍ଥିତିକୁ ଏଡ଼ାଇ ଦେଇଛି।
10.IPL 2027: ଆଇପିଏଲ୍ ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ବଡ଼ ଟ୍ରେଡ୍ ଡିଲ୍ ହୋଇଛି। ଏହି ଟ୍ରେଡ୍ ଡିଲ୍କୁ ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲ୍ ସହ ଉଭୟ ଫ୍ରାଞ୍ଚାଇଜି ପକ୍ଷରୁ ଘୋଷଣା କରାଯାଇଛି। ଏହା ଅନୁସାରେ ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ପଞ୍ଜାବ କିଙ୍ଗ୍ସରେ ସାମିଲ ହୋଇଥିବା ବେଳେ ଦ୍ରୁତ ବୋଲର ଅର୍ଶଦୀପ ସିଂହ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିବେ। ଏହି ଖେଳାଳି ଅଦଳବଦଳ ଆଗାମୀ ଆଇପିଏଲ୍ ସିଜନ୍କୁ ନେଇ କ୍ରିକେଟ୍ ମହଲରେ ଚର୍ଚ୍ଚା ବଢ଼ାଇଛି।