SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

Written By Priyambada Rana Edited By Priyambada Rana
Published: Nov 15, 2026, 09:54 PM IST | Updated: Nov 15, 2026, 09:56 PM IST
Image Credit: AI
Join

1.Panchayat Election: ରାଜ୍ୟରେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ଏବେଠାରୁ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଏଥର ଫୋକସ୍‌ରେ ରହିଛନ୍ତି ଜେନ୍ ଜି ଭୋଟର। ଗାଁ ଗାଁ ବୁଲି ନେତାମାନେ କର୍ମୀଙ୍କୁ ଏକାଠି କରିବା ସହ ସଂଗଠନକୁ ମଜବୁତ କରୁଛନ୍ତି। ଶାସକ ବିଜେପି ପକ୍ଷରୁ ମଧ୍ୟ ଶୀର୍ଷ ନେତୃତ୍ୱ ପ୍ରଚାର ଓ ସାଂଗଠନିକ କାର୍ଯ୍ୟରେ ଲାଗିପଡ଼ିଛନ୍ତି। ଅନ୍ୟପଟେ ବିଜେଡି ଓ କଂଗ୍ରେସ ଶାସକ ଦଳର ବିଫଳତାକୁ ପ୍ରସଙ୍ଗ କରି ଭୋଟରଙ୍କ ପାଖରେ ପହଞ୍ଚିବା ଆରମ୍ଭ କରିଛନ୍ତି। ପଞ୍ଚାୟତ ନିର୍ବାଚନକୁ ଆଗାମୀ ରାଜନୈତିକ ଲଢ଼େଇର ସେମିଫାଇନାଲ୍ ଭାବେ ଦେଖି ସବୁ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରୁଛନ୍ତି।

2.Cyclone: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଅବପାତ। ଆଗାମୀ ଦୁଇ ଦିନ ମଧ୍ୟରେ ଏହା ଅଧିକ ଶକ୍ତିଶାଳୀ ହୋଇ ବାତ୍ୟା ଏବଂ ପରବର୍ତ୍ତୀ ସମୟରେ ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ୧୫ ନଭେମ୍ବର ୨୦୨୬ ତାରିଖରେ ଜାରି ପୂର୍ବାନୁମାନ ଅନୁଯାୟୀ, ଦକ୍ଷିଣ-ପୂର୍ବ ଏବଂ ତତ୍‌ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି।

3.Rain Alert: ସମଗ୍ର ଦେଶରେ ପୁଣି ଥରେ ପାଣିପାଗରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ୧୫ ନଭେମ୍ବର ୨୦୨୬ରୁ ପଶ୍ଚିମ ରାଜସ୍ଥାନ, ଲଦାଖ, ହିମାଚଳ ପ୍ରଦେଶ ଏବଂ ଜାମ୍ମୁ-କାଶ୍ମୀରର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା, ପବନ ଏବଂ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ମଧ୍ୟ ଦ୍ରୁତ ଗତିରେ ଘନୀଭୂତ ହେବାରେ ଲାଗିଛି। ଏହା ୧୬ ନଭେମ୍ବର ୨୦୨୬ ସନ୍ଧ୍ୟା ସୁଦ୍ଧା ବାତ୍ୟାରେ ପରିଣତ ହୋଇପାରେ। ଏହି ବାତ୍ୟା ପ୍ରଭାବରେ ୧୮ରୁ ୧୯ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

4.Panchuka: ଆଗକୁ ପଞ୍ଚୁକ ଥିବାରୁ ଶ୍ରୀକ୍ଷେତ୍ର ପୁରୀରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ସମୟରେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଏଥର ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଉଛି। ଶୃଙ୍ଖଳିତ ଦର୍ଶନ ସୁନିଶ୍ଚିତ କରିବା ପାଇଁ ପ୍ରାୟ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ ନିୟୋଜିତ ହେବେ।

5.Baliyatra: କଟକର ପ୍ରସିଦ୍ଧ ବାଲିଯାତ୍ରା ମହାକୁମ୍ଭ ଆରମ୍ଭ ହେବାକୁ ଆଉ ଅଳ୍ପ କିଛି ଦିନ ବାକି ଥିବାବେଳେ ପ୍ଲଟ୍ ଆବଣ୍ଟନକୁ ନେଇ ବିବାଦ ଦେଖାଦେଇଛି। ମେଳାକୁ ନେଇ ହଜାର ହଜାର ବ୍ୟବସାୟୀ ଆଶା ଓ ଆକାଂକ୍ଷା ରଖିଥିବାବେଳେ ଛୋଟ ବ୍ୟବସାୟୀଙ୍କ ପାଇଁ ନିଲାମ ଏବଂ ବଡ଼ କର୍ପୋରେଟ୍ ସଂସ୍ଥାଙ୍କ ପାଇଁ ବେସ୍ ପ୍ରାଇସ୍ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଏହାସହ ବାଲିଯାତ୍ରା ବ୍ୟବସାୟୀ ସଂଘ ନାଁରେ ୩୫ ହଜାର ବର୍ଗଫୁଟ ଜମି ଆବଣ୍ଟନ କରାଯିବାକୁ ନେଇ ମଧ୍ୟ ବିବାଦ ତେଜିଛି। ମେଳା ଆରମ୍ଭ ପୂର୍ବରୁ ଏଭଳି ବିବାଦ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି।

6.SPO Case: ଜମ୍ମୁ-କଶ୍ମୀରର କିସ୍ତୱାଡ଼ରେ ଦୁଇ ଜଣ ସ୍ପେଶାଲ୍ ପୋଲିସ ଅଫିସର (SPO)ଙ୍କ ହତ୍ୟା ଘଟଣାକୁ ନେଇ ଏବେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ଗତ ବୁଧବାର ଦୁଇ ଜଣ SPO ନିଖୋଜ ହୋଇଥିବାବେଳେ ଗୁରୁବାର ସକାଳେ ଜଙ୍ଗଲରୁ ସେମାନଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ସୁରକ୍ଷା ବାହିନୀ ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି ସନ୍ଦେହ କରି ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ଜାରି ରଖିଛି। ଅନ୍ୟପଟେ କଂଗ୍ରେସ ଏହି ଘଟଣାରେ ସନ୍ଦେହ ପ୍ରକାଶ କରି କହିଛି ଯେ, ହୁଏତ ସେନା ଯବାନମାନେ ଚିହ୍ନିବାରେ ଭୁଲ୍ କରି ଭୁଲବଶତଃ ଗୁଳି ଚଳାଇଥାଇପାରନ୍ତି। ସେହିପରି ବିଜେପି ବିଧାୟକଙ୍କ ମସଜିଦ୍ ସମ୍ପର୍କିତ ବୟାନକୁ ନେଇ ଜାମା ମସଜିଦ୍‌ର ଇମାମ ମଧ୍ୟ କଡ଼ା ଜବାବ ଦେଇଛନ୍ତି। ଏହି ଘଟଣାକୁ ନେଇ ସୁରକ୍ଷା ଚିନ୍ତା ସହ ରାଜନୈତିକ ବିବାଦ ମଧ୍ୟ ତୀବ୍ର ହେବାରେ ଲାଗିଛି।

7.Chhat Puja: ଛଠ ପର୍ବକୁ ଦୃଷ୍ଟିରେ ରଖି ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ (DMRC) ପକ୍ଷରୁ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ନଭେମ୍ବର ୧୬ ତାରିଖରେ ଦିଲ୍ଲୀ ମେଟ୍ରୋ ସେବା ସକାଳ ୪ଟା ୩୦ ମିନିଟ୍‌ରୁ ଆରମ୍ଭ ହେବ। ଏହାଦ୍ୱାରା ଭୋର ସମୟରେ ଛଠ ଘାଟରେ ପହଞ୍ଚିବାକୁ ଥିବା ଶ୍ରଦ୍ଧାଳୁମାନେ ଉପକୃତ ହେବେ। ମେଟ୍ରୋ ସେବା ଶୀଘ୍ର ଆରମ୍ଭ ହେବାରୁ ସାଧାରଣ ପରିବହନ ସୁବିଧା ବଢ଼ିବା ସହ ବ୍ୟକ୍ତିଗତ ଗାଡ଼ି ଉପରେ ନିର୍ଭରଶୀଳତା ମଧ୍ୟ କମିବା ଆଶା କରାଯାଉଛି।

8.West Bengal Encounter: ପଶ୍ଚିମବଙ୍ଗରେ ନୂଆ ସରକାର ଗଠନ ପରେ ଅପରାଧୀଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ରାଜ୍ୟର ପଞ୍ଚମ ପୋଲିସ ଏନକାଉଣ୍ଟରରେ ବୀରଭୂମ ପୋଲିସ ଅଭିଯୁକ୍ତ ରତନ ଶେଖକୁ ଗୁଳି କରି ମାରିଛି। ଗତ ଶୁକ୍ରବାର ରତନକୁ ଧରିବାକୁ ଯାଇଥିବା ପୋଲିସ ଟିମ୍‌ ଉପରେ ସେ ଗୁଳି ଚଳାଇ ଫେରାର ହୋଇଯାଇଥିବା ଅଭିଯୋଗ ରହିଥିଲା। ଏହି ଗୁଳିମାଡ଼ରେ କନଷ୍ଟେବଳ ବିଶ୍ୱଜିତ ଦାସଙ୍କ ଗୋଡ଼ରେ ଗୁଳି ବାଜିବା ସହ ସେ ଗୁରୁତର ଆହତ ହୋଇଥିଲେ। ଏହାପରେ ପୋଲିସ ରତନର ସନ୍ଧାନରେ ଥିଲା।

9.ICC 2035 Schedule: କ୍ରିକେଟ୍ ପ୍ରେମୀଙ୍କ ପାଇଁ ବଡ଼ ଖବର। ୨୦୩୫ ପର୍ଯ୍ୟନ୍ତ ପୁରୁଷ କ୍ରିକେଟ୍‌ର ସମସ୍ତ ପ୍ରମୁଖ ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ ଘୋଷଣା କରିଛି ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC)। ୨୦୨୮ ଟି-୨୦ ବିଶ୍ୱକପ୍‌ରୁ ଆରମ୍ଭ କରି ୨୦୩୫ ଦିନିକିଆ ବିଶ୍ୱକପ୍ ପର୍ଯ୍ୟନ୍ତ ଆଗାମୀ ବର୍ଷଗୁଡ଼ିକରେ କ୍ରିକେଟ୍‌ର ଅନେକ ବଡ଼ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ। ଏହି ତାଲିକାରେ ଟି-୨୦ ବିଶ୍ୱକପ୍, ଦିନିକିଆ ବିଶ୍ୱକପ୍, ଚାମ୍ପିୟନ୍ସ ଟ୍ରଫି ଏବଂ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ୍ (WTC) ଫାଇନାଲ୍ ସାମିଲ ରହିଛି।

10.India vs New Zealand: ନ୍ୟୁଜିଲାଣ୍ଡ ମାଟିରେ ଭାରତୀୟ କ୍ରିକେଟ୍ ଦଳର ଐତିହାସିକ ବିଜୟ। ବେ ଓଭାଲ ଷ୍ଟାଡିୟମରେ ଖେଳାଯାଇଥିବା ପାଞ୍ଚମ ତଥା ଶେଷ ଦିନିକିଆ ମ୍ୟାଚ୍‌ରେ ଘରୋଇ ନ୍ୟୁଜିଲାଣ୍ଡକୁ ୨୨ ରନ୍‌ରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ। ଏହି ବିଜୟ ସହ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ODI ସିରିଜ୍‌କୁ ୩-୧ରେ ନିଜ ନାମରେ କରିଛି। ଦୀର୍ଘ ୭ ବର୍ଷ ପରେ ନ୍ୟୁଜିଲାଣ୍ଡ ମାଟିରେ ଭାରତ ଦ୍ୱିପାକ୍ଷିକ ଦିନିକିଆ ସିରିଜ୍ ଜିତିବାରେ ସଫଳ ହୋଇଛି।

Add Zee News as a Preferred Source
TAGS:

About the Author

I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
Read More

ZEENEWS TRENDING STORIES