SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

Written By Priyambada Rana Edited By Priyambada Rana
Published: Nov 21, 2026, 10:03 IST | Updated: Nov 21, 2026, 10:04 IST
Image Credit: AI
Join

1.Odisha Weather Update: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ଘୂର୍ଣ୍ଣିବାତ୍ୟା ‘ଅକଭାନ୍’ ଶେଷରେ ଦୁର୍ବଳ ହୋଇଛି। ଏହାର ଅବଶିଷ୍ଟ ଅଂଶ ଓଡ଼ିଶା ଉପକୂଳ ଅତିକ୍ରମ କରି ଉତ୍ତର ଦିଗକୁ ଗତି କରୁଥିବାବେଳେ ଏବେ ଏକ ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଜାରି ସଦ୍ୟତମ ସୂଚନା ଅନୁଯାୟୀ, ଆଗାମୀ କିଛି ଘଣ୍ଟା ମଧ୍ୟରେ ଏହା ଆହୁରି ଦୁର୍ବଳ ହୋଇ ସାଧାରଣ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି।

2.Batya Akwan: ବାତ୍ୟା ଅକଓ୍ୱାନ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ଅଞ୍ଚଳ ଅତିକ୍ରମ କରିଥିଲେ ମଧ୍ୟ ଚାଷୀଙ୍କ ପାଇଁ ଛାଡ଼ିଯାଇଛି ଦୁଃଖ ଓ ଦୁର୍ଦ୍ଦଶା। ବାତ୍ୟା ପ୍ରଭାବରେ ଦୁଇ ଦିନ ଧରି ଲଗାଣ ବର୍ଷା ହେବାରୁ ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇପଡ଼ିଛି। ଫଳରେ ପାଣିରେ ବୁଡ଼ି ଧାନ ଫସଲ ନଷ୍ଟ ହୋଇଯାଇଛି। ଅମଳ ସମୟରେ ଫସଲ ନଷ୍ଟ ହେବାରୁ ଚିନ୍ତାରେ ପଡ଼ିଛନ୍ତି ସ୍ଥାନୀୟ ଚାଷୀକୁଳ।

3.Akwan Update: ବାତ୍ୟା ''ଆକଭାନ୍'' ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁବା ପରେ ରାଜ୍ୟରେ ବଡ଼ ଧରଣର କ୍ଷୟକ୍ଷତି କିମ୍ବା ଧନଜୀବନ ହାନି ହୋଇନାହିଁ । ତେବେ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଥିବା ବେଳେ ବ୍ୟାପକ ଫସଲ ନଷ୍ଟ ହୋଇଛି । ଗତକାଲି ସ୍ଥିତି ସମୀକ୍ଷା କରିବା ପରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

4.Panchuka: ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ପଞ୍ଚୁକ ବ୍ରତ। ଧର୍ମ ମାସ କାର୍ତ୍ତିକର ଏହି ବିଶେଷ ଅବସରରେ ଭକ୍ତିମୟ ହୋଇଉଠିଛି ଶ୍ରୀକ୍ଷେତ୍ର। ତେବେ ଚଳିତବର୍ଷ ତିଥି କ୍ଷୟ ଯୋଗୁଁ ପାଞ୍ଚ ଦିନ ପରିବର୍ତ୍ତେ ମାତ୍ର ଚାରି ଦିନ ପାଳନ ହେବ ପଞ୍ଚୁକ ବ୍ରତ।

5.Toxic Liquor Tragedy: ମଣିପୁରରେ ବିଷାକ୍ତ ମଦ ପିଇ ମୃତ୍ୟୁର ତାଣ୍ଡବ! ବେଆଇନ ଭାବେ ପ୍ରସ୍ତୁତ କିମ୍ବା ଯୋଗାଣ ହୋଇଥିବା ସନ୍ଦିଗ୍ଧ ମଦ ପିଇ ୪୮ ଘଣ୍ଟା ମଧ୍ୟରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ଅତି କମ୍‌ରେ ୧୮୧ ଜଣ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣା ମଣିପୁରର ଚନ୍ଦେଲ ଜିଲ୍ଲା ଅନ୍ତର୍ଗତ ଚକପିକାରୋଙ୍ଗ ଅଞ୍ଚଳରେ ଘଟିଛି। ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କ ଖେଳିଯାଇଛି।

6.Delhi AQI: ଦିଲ୍ଲୀ-NCRରେ ଶୀତର ପ୍ରକୋପ ବଢ଼ିବା ସହ ବାୟୁ ପ୍ରଦୂଷଣ ଚିନ୍ତା ବଢ଼ାଇଛି। ପାହାଡ଼ିଆ ରାଜ୍ୟଗୁଡ଼ିକରେ ତୁଷାରପାତ ଜାରି ରହିଥିବା ବେଳେ ଦକ୍ଷିଣ ଭାରତରେ ବାତ୍ୟା ଅକଓ୍ୱାନର ପ୍ରଭାବରେ ପ୍ରବଳ ପବନ ଓ ବର୍ଷା ହେଉଛି। ଏହାର ପ୍ରଭାବରେ ଉତ୍ତର ଭାରତର ବିଭିନ୍ନ ଅଞ୍ଚଳରେ କୁହୁଡ଼ି ଓ କାକର ଦେଖାଦେଉଛି। ଅନ୍ୟପଟେ, ନଭେମ୍ବର ୨୧ ତାରିଖ ସକାଳେ ଦିଲ୍ଲୀର ୯ଟି ଅଞ୍ଚଳରେ AQI ୩୫୦ ଅତିକ୍ରମ କରିଥିବା ବେଳେ ୧୫ଟି ଅଞ୍ଚଳରେ ୩୦୦ରୁ ଅଧିକ ରେକର୍ଡ ହୋଇଛି। ଦିଲ୍ଲୀର ସାମଗ୍ରିକ AQI ୨୭୯ ରହିଛି। ଶୀତ ସହ ବିଷାକ୍ତ ବାୟୁ ଦିଲ୍ଲୀ-NCRବାସୀଙ୍କ ପାଇଁ ଦୁଇଗୁଣ ଚିନ୍ତାର କାରଣ ପାଲଟିଛି।

7.NCPର ଦୁଇ ଗୋଷ୍ଠୀ ମଧ୍ୟରେ ମିଶ୍ରଣ ନେଇ ଚାଲିଥିବା ଚର୍ଚ୍ଚାରେ ଏବେ ନୂଆ ମୋଡ଼ ଆସିଛି। ଉଭୟ ଗୋଷ୍ଠୀ ମିଶ୍ରଣ ସମ୍ଭାବନାକୁ ଖଣ୍ଡନ କରିଥିବା ବେଳେ ଏବେ ଶରଦ ପାୱାରଙ୍କ ନାତି ତଥା ବିଧାୟକ ରୋହିତ ପାୱାରଙ୍କୁ ନେଇ ନୂଆ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି। ଏନସିପି (ଅଜିତ୍ ପାୱାର ଗୋଷ୍ଠୀ)ର ମୁଖପାତ୍ର ଉମେଶ ପାଟିଲ ଦାବି କରିଛନ୍ତି ଯେ ରୋହିତ ପାୱାର ଏବେ କଂଗ୍ରେସର ବରିଷ୍ଠ ନେତାଙ୍କ ସମ୍ପର୍କରେ ଅଛନ୍ତି। ତାଙ୍କର କଂଗ୍ରେସର ବରିଷ୍ଠ ନେତାଙ୍କ ସହ ବୈଠକ ହୋଇଥିବା ସେ ଶୁଣିଥିବା କହିଛନ୍ତି। ତେବେ ଏହି ଦାବି ସପକ୍ଷରେ କୌଣସି ଠୋସ୍ ପ୍ରମାଣ ନଥିବା କଥା ନିଜେ ଉମେଶ ପାଟିଲ ସ୍ୱୀକାର କରିଛନ୍ତି। ତେଣୁ ରୋହିତ ପାୱାରଙ୍କ କଂଗ୍ରେସ ସହ ସମ୍ପର୍କକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଏହାର ସତ୍ୟତା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

8.Earthquake: ଦକ୍ଷିଣ ଆମେରିକୀୟ ଦେଶ ପେରୁରେ ଆଜି ଦୁଇ ଦୁଇଥର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ନଭେମ୍ବର ୨୧ ତାରିଖରେ ଆସିଥିବା ଏହି ଦୁଇଟି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ଯଥାକ୍ରମେ ୬.୭ ଓ ୬.୯ ରେକର୍ଡ କରାଯାଇଛି। ଆମେରିକାର ଭୂତତ୍ତ୍ୱ ସର୍ଭେ (USGS) ଅନୁସାରେ, ପ୍ରଥମ ଭୂମିକମ୍ପ ଭାରତୀୟ ସମୟ ସକାଳ ୫ଟା ୩୯ ମିନିଟ୍‌ରେ ହୋଇଥିବା ବେଳେ ଦ୍ୱିତୀୟଟି ସକାଳ ୭ଟା ୧୦ ମିନିଟ୍‌ରେ ଅନୁଭୂତ ହୋଇଥିଲା। ପ୍ରଥମ ଭୂମିକମ୍ପର କେନ୍ଦ୍ରସ୍ଥଳ ପେରୁର କାରହୁଆମାୟୋଠାରୁ ୯ କିଲୋମିଟର ଦୂରରେ ରହିଥିଲା। ଏହାର କେନ୍ଦ୍ର ଆଣ୍ଡିଜ୍ ପର୍ବତମାଳାର ଜୁନିନ୍ ସହରଠାରୁ ୩୪ କିଲୋମିଟର ଉତ୍ତରରେ ଭୂପୃଷ୍ଠଠାରୁ ୧୦୮ କିଲୋମିଟର ଗଭୀରତାରେ ଥିବା ଜଣାପଡ଼ିଛି।

9.Gold Rate: ବିବାହ ଋତୁ ଆରମ୍ଭ ହେଉଥିବା ବେଳେ ସୁନା ଓ ରୁପା ଦରରେ ବଡ଼ ହ୍ରାସ ଦେଖିବାକୁ ମିଳିଛି। ନଭେମ୍ବର ୨୦ରେ ସୁନା ଦର ୨୦୨୬ର ସବୁଠୁ ନିମ୍ନ ସ୍ତରକୁ ଖସିଥିଲା। ବର୍ଷ ଆରମ୍ଭରେ ପ୍ରାୟ ୧.୮୦ ଲକ୍ଷ ଟଙ୍କା ନିକଟରେ ପହଞ୍ଚିଥିବା ସୁନା ଦର ଏବେ ବଡ଼ ହ୍ରାସର ସମ୍ମୁଖୀନ ହୋଇଛି। MCXରେ ସୁନା ଦର ୫,୫୦୩ ଟଙ୍କା ହ୍ରାସ ପାଇ ୪.୩୨% କମିବା ସହ ପ୍ରତି ୧୦ ଗ୍ରାମକୁ ୧,୨୧,୯୪୯ ଟଙ୍କାରେ କାରବାର ବନ୍ଦ କରିଥିଲା। ସେହିପରି ରୁପା ଦର ମଧ୍ୟ ୧୦,୦୮୮ ଟଙ୍କା ଖସି ୧,୪୬,୮୬୮ ଟଙ୍କାର ସର୍ବନିମ୍ନ ସ୍ତର ଛୁଇଁଥିଲା। ପରେ କିଛି ସୁଧାର ହୋଇ ରୁପା ୧,୪୮,୯୦୦ ଟଙ୍କାରେ କାରବାର ବନ୍ଦ କରିଥିଲା।

10.KL Rahul Creates History: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ବ୍ୟାଟର କେଏଲ୍ ରାହୁଲଙ୍କ ଦମଦାର ପ୍ରଦର୍ଶନ। ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ (WTC)ରେ ଆଉ ଏକ ବଡ଼ ଉପଲବ୍ଧି ହାସଲ କରିଛନ୍ତି ରାହୁଲ। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ୧୦୦୦ ରନ୍ ପୂରଣ କରି ଇତିହାସ ରଚିଛନ୍ତି ଏହି ଭାରତୀୟ ବ୍ୟାଟର। ଏହା ସହ WTCର ଗୋଟିଏ ଚକ୍ରରେ ୧୦୦୦ କିମ୍ବା ତା’ଠାରୁ ଅଧିକ ରନ୍ କରିବାରେ ସେ ପଞ୍ଚମ ଭାରତୀୟ ବ୍ୟାଟର ହୋଇଛନ୍ତି।

Add Zee News as a Preferred Source
TAGS:

About the Author

I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
Read More

ZEENEWS TRENDING STORIES