ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା ପାଇଁ ଟିପିଡବ୍ଲୁଓଡିଏଲ୍ର ବ୍ୟାପକ ପ୍ରସ୍ତୁତି
ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲା ବରଗଡ଼, ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ସ୍ୱତନ୍ତ୍ର ଉଦ୍ଧାର ଓ ପୁନରୁଦ୍ଧାର ଟିମ୍ ମୁତୟନ କରାଯାଇଛି।
ସମ୍ୱଲପୁର: ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା ପାଇଁ ଟିପିଡବ୍ଲୁଓଡିଏଲ୍ର ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବାତ୍ୟା ମୁକାବିଲା ଏବଂ ବିଦ୍ୟୁତ୍ ସେବା ପୁନରୁଦ୍ଧାର ପାଇଁ ମୋଟ ୮,୬୫୮ ଜଣ କର୍ମଚାରୀଙ୍କୁ ପ୍ରସ୍ତୁତ ରଖାଯାଇଛି । ସେମଧ୍ୟରେ ୭,୬୭୫ ଏଏମ୍ସି ଏବଂ ୯୮୩ ଜଣ ନିଜସ୍ୱ କର୍ମଚାରୀ ସାମିଲ ଅଛନ୍ତି। ଏହାଛଡ଼ା ଅତିରିକ୍ତ ୯୭୩ ପ୍ରକଳ୍ପ କର୍ମଚାରୀ ମଧ୍ୟ ପ୍ରସ୍ତୁତ ଅଛନ୍ତି। ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲା ବରଗଡ଼, ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ସ୍ୱତନ୍ତ୍ର ଉଦ୍ଧାର ଓ ପୁନରୁଦ୍ଧାର ଟିମ୍ ମୁତୟନ କରାଯାଇଛି।
ଜରୁରୀକାଳୀନ ଉପକରଣ ଓ ସାମଗ୍ରୀ ମଧ୍ୟରେ ୮ଟି ମୋବାଇଲ୍ ଡିଷ୍ଟ୍ରିବ୍ୟୁସନ୍ ସବ୍ଷ୍ଟେସନ୍ ଏବଂ ୧୭ଟି ଡିଜେଲ୍ ଜେନେରେଟର୍ (DG) ସେଟ୍ ପ୍ରସ୍ତୁତ ରଖାଯାଇଛି । ଗଛ ଡାଳ କାଟିବା ପାଇଁ ୬୨୬ଟି ଉପକରଣ ଏବଂ ୩୨୪ଟି ଯାନ ରଖଯାଇଛି। ୬୨୧ଟି ଡିଷ୍ଟ୍ରିବ୍ୟୁସନ୍ ଟ୍ରାନ୍ସଫର୍ମର, ୧୦ଟି ପାୱାର୍ ଟ୍ରାନ୍ସଫର୍ମର ଏବଂ ୧୦,୯୫୦ଟି ବିଦ୍ୟୁତ୍ ଖୁଣ୍ଟି ମହଜୁଦ୍ ରହିଛି ।
୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ, ବୁର୍ଲାସ୍ଥିତ କେନ୍ଦ୍ରୀୟ ପାୱାର୍ ସିଷ୍ଟମ୍ କଣ୍ଟ୍ରୋଲ୍ ସେଣ୍ଟର୍ (PSCC) ସମେତ ବଲାଙ୍ଗୀର ଓ କଳାହାଣ୍ଡିର ଆଞ୍ଚଳିକ କେନ୍ଦ୍ରଗୁଡ଼ିକ ୨୪ ଘଣ୍ଟା କାର୍ଯ୍ୟକ୍ଷମ ରହିବ। ମୁଖ୍ୟ ଅଧିକାରୀମାନଙ୍କୁ ସାଟେଲାଇଟ୍ ଫୋନ୍ ଯୋଗାଇ ଦିଆଯାଇଛି। ସହାୟତା ନମ୍ବର ଓ ଅଭିଯୋଗ ପାଇଁ ବ୍ୟବସ୍ଥା ପାଇଁ ୨୪ ଘଣ୍ଟିଆ ଟୋଲ୍-ଫ୍ରି ନମ୍ବର: ୧୯୧୨ ଏବଂ ୧୮୦୦-୨୦୨୮ ଜାରି କରାଯାଇଛି ।
ମିସ୍ଡ କଲ୍ ସେବା: ୯୭୭୭୭୭୪୫୧୧ ନମ୍ବରରେ ମଧ୍ୟ ଅଭିଯୋଗ ଦାଖଲ କରାଯାଇପାରିବ। ଏହା ବ୍ୟତୀତ My Tata Power App, ହ୍ୱାଟ୍ସଆପ୍, IVRS ଏବଂ X (ଟ୍ୱିଟର) ମାଧ୍ୟମରେ ମଧ୍ୟ ସୂଚନା ମିଳିପାରିବ।
ଉପଭୋକ୍ତାଙ୍କ ପାଇଁ ସତର୍କତା ସୂଚନା
ବର୍ଷା ଓ ଜଳବନ୍ଦୀ ସମୟରେ ବିଦ୍ୟୁତ୍ ଖୁଣ୍ଟି କିମ୍ବା ତାରଠାରୁ ଦୂରରେ ରୁହନ୍ତୁ। ଓଦା ହାତରେ କିମ୍ବା ପାଣିରେ ଠିଆ ହୋଇ ବିଦ୍ୟୁତ୍ ଉପକରଣ ବ୍ୟବହାର କରନ୍ତୁ ନାହିଁ। ପ୍ରବଳ ପବନ ସମୟରେ ଘର ଭିତରେ ଏବଂ ଗଛ ତଥା ଅସ୍ଥାୟୀ ସଂରଚନାଠାରୁ ଦୂରେଇ ରୁହନ୍ତୁ। ବାତ୍ୟା ମୁକାବିଲା ସମୟରେ ଜନସୁରକ୍ଷା, ବିଦ୍ୟୁତ୍ ନେଟୱର୍କର ସ୍ଥିରତା ଏବଂ ବିଦ୍ୟୁତ୍ ସରବରାହର ଶୀଘ୍ର ପୁନରୁଦ୍ଧାର ପାଇଁ ଟିପିଡବ୍ଲୁଓଡିଏଲ୍ ସଦା ପ୍ରତିବଦ୍ଧ ବୋଲି ଜନସାଧାରଣଙ୍କୁ ସୂଚାଇଛି ।
ରିପୋର୍ଟ- ଅଜୟ କୁମାର ନାଥ