Accident News: କାର୍ ଓ ବାଇକ୍ଗୁଡ଼ିକ ଉପରେ ଚଢିଗଲା ଟ୍ରକ୍, ସାମ୍ନାକୁ ଆସିଲା ଭିଡିଓ
ଏହି ଦୁର୍ଘଟଣା ଏତେ ଜୋରଦାର ଥିଲା ଯେ, ଘଟଣାସ୍ଥଳରେ କିଛି ସମୟ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।
Ganjam Road Accident: ଗଞ୍ଜାମ ଚାମାଖଣ୍ଡି ଛକ ନିକଟରେ ଏକ ଦୃତଗାମି ଟ୍ରକ୍ ଦୁର୍ଘଟଣା ଘଟାଇଛି । କିଛି କାର୍ ଏବଂ ମୋଟରସାଇକେଲ ରାସ୍ତାରେ ଥିବା ସମୟରେ ଟ୍ରକ୍ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ୭ ରୁ ୮ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଦୁର୍ଘଟଣାର ସିସିଟିଭି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ଏହି ଦୁର୍ଘଟଣା ଏତେ ଜୋରଦାର ଥିଲା ଯେ, ଘଟଣାସ୍ଥଳରେ କିଛି ସମୟ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଦୁର୍ଘଟଣା ଘଟିବା ପରେ ଆଖପାଖର ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ସାହାଯ୍ୟ କରିଥିଲେ। ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଏବଂ ଗୁରୁତରମାନଙ୍କୁ ଡାକ୍ତରଖାନା ପଠାଯାଇଥିଲା।
ମହିଳାଙ୍କ ମୃତ୍ୟୁ ଏବଂ ଅନେକ ଲୋକ ଗୁରୁତର ଆହତ ହେବା ପରେ ସ୍ଥାନୀୟ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇପଡ଼ିଥିଲେ। ଦୁର୍ଘଟଣାସ୍ଥଳ ତଥା ଜାତୀୟ ରାଜପଥକୁ ଅବରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା। ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକମାନେ ସେହି ଅଞ୍ଚଳରେ ବାରମ୍ବାର ଘଟୁଥିବା ସଡ଼କ ଦୁର୍ଘଟଣା ରୋକିବା ପାଇଁ ସରକାରୀ ସ୍ତରରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଥିଲେ।
ରାସ୍ତାରେ ବିକ୍ଷୋଭ ଆରମ୍ଭ ହେବା ପରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଯାଇଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଥିବା ଦେଖିବାକୁ ମିଳିଥିଲା। ଏହା ଏକ ମୁଖ୍ୟ ରାସ୍ତା ହୋଇଥିବାରୁ ଲୋକଙ୍କୁ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାରେ ବିଳମ୍ବର ସମ୍ମୁଖୀନ ହେବାକୁ ପଡ଼ିଥିଲା।