OUSSSCର ବଡ଼ ଘୋଷଣା, SI ପ୍ରାର୍ଥୀଙ୍କୁ ମିଳିଲା ଆଉ ୧୦ ଦିନ
କମିଶନ ପକ୍ଷରୁ ଅକ୍ଟୋବର ୨୯ ତାରିଖରେ ଜାରି ନୋଟିସ୍ ଅନୁଯାୟୀ, CPSE-2024ର ସବ୍-ଇନ୍ସପେକ୍ଟର (SI) ସ୍ତରୀୟ ପରୀକ୍ଷା ପାଇଁ ଆବେଦନ କରିଥିବା ସମସ୍ତ ସମ୍ପୃକ୍ତ ପ୍ରାର୍ଥୀ ଏହି ବର୍ଦ୍ଧିତ ସମୟର ସୁଯୋଗ ନେଇପାରିବେ। ବୟସ ଛାଡ଼ ପାଇବାକୁ ଯୋଗ୍ୟ ପ୍ରାର୍ଥୀମାନେ ମଧ୍ୟ ଏହି ସମୟସୀମା ମଧ୍ୟରେ ନିଜର ତଥ୍ୟ ଯାଞ୍ଚ ଓ ଅପଡେଟ୍ କରିପାରିବେ।
OUSSSC: ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ (OUSSSC) ପକ୍ଷରୁ କମ୍ବାଇନ୍ଡ ପୋଲିସ ସର୍ଭିସ୍ ପରୀକ୍ଷା-୨୦୨୪ (CPSE-2024) ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କୁ ଆଶ୍ୱସ୍ତି ମିଳିଛି। ପ୍ରାର୍ଥୀଙ୍କ ପ୍ରମାଣପତ୍ର ଓ ତଥ୍ୟ ଅପଡେଟ୍ ଏବଂ ଯାଞ୍ଚ କରିବାର ସମୟସୀମାକୁ ଆଉ ୧୦ ଦିନ ବଢ଼ାଇ ଦିଆଯାଇଛି। ଏବେ ପ୍ରାର୍ଥୀମାନେ ୨୦୨୬ ନଭେମ୍ବର ୮ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଶେଷ କରିପାରିବେ।
ନଭେମ୍ବର ୮ ରାତି ୧୦ଟା ଶେଷ ସମୟସୀମା:
କମିଶନ ପକ୍ଷରୁ ଅକ୍ଟୋବର ୨୯ ତାରିଖରେ ଜାରି ନୋଟିସ୍ ଅନୁଯାୟୀ, CPSE-2024ର ସବ୍-ଇନ୍ସପେକ୍ଟର (SI) ସ୍ତରୀୟ ପରୀକ୍ଷା ପାଇଁ ଆବେଦନ କରିଥିବା ସମସ୍ତ ସମ୍ପୃକ୍ତ ପ୍ରାର୍ଥୀ ଏହି ବର୍ଦ୍ଧିତ ସମୟର ସୁଯୋଗ ନେଇପାରିବେ। ବୟସ ଛାଡ଼ ପାଇବାକୁ ଯୋଗ୍ୟ ପ୍ରାର୍ଥୀମାନେ ମଧ୍ୟ ଏହି ସମୟସୀମା ମଧ୍ୟରେ ନିଜର ତଥ୍ୟ ଯାଞ୍ଚ ଓ ଅପଡେଟ୍ କରିପାରିବେ।
କିପରି କରିବେ ତଥ୍ୟ ଯାଞ୍ଚ?
ପ୍ରାର୍ଥୀମାନେ କମିଶନର ଅଫିସିଆଲ୍ ୱେବ୍ସାଇଟ୍ https://ousssc.odisha.gov.in କୁ ଯାଇ ନିଜର ଲଗ୍ଇନ୍ ମାଧ୍ୟମରେ ଆବଶ୍ୟକ ତଥ୍ୟ ଅପଡେଟ୍ ଓ ଯାଞ୍ଚ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ କୁହାଯାଇଛି। ଏହି ପ୍ରକ୍ରିୟାରେ ଅପଡେଟ୍ କିମ୍ବା ଯାଞ୍ଚ କରାଯାଇଥିବା ତଥ୍ୟକୁ CPSE-2024ର ପରବର୍ତ୍ତୀ ସମସ୍ତ ପର୍ଯ୍ୟାୟ ପାଇଁ ଚୂଡ଼ାନ୍ତ ଭାବେ ଗ୍ରହଣ କରାଯିବ ବୋଲି କମିଶନ ସ୍ପଷ୍ଟ କରିଛି।
ଆଉ ସମୟସୀମା ବଢ଼ିବ ନାହିଁ:
କମିଶନ ଏହି ସମୟସୀମା ବୃଦ୍ଧିକୁ ଶେଷ ସୁଯୋଗ ବୋଲି ଉଲ୍ଲେଖ କରିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ତଥ୍ୟ ଅପଡେଟ୍ କିମ୍ବା ଯାଞ୍ଚ ନକରିଥିବା ପ୍ରାର୍ଥୀମାନେ ଏଥିପାଇଁ ନିଜେ ଦାୟୀ ରହିବେ। ତେଣୁ ଶେଷ ମୁହୂର୍ତ୍ତର ଅସୁବିଧାକୁ ଏଡ଼ାଇବା ପାଇଁ ପ୍ରାର୍ଥୀମାନେ ଯଥାଶୀଘ୍ର ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ କମିଶନ ପରାମର୍ଶ ଦେଇଛି। କମିଶନର ଅଧ୍ୟକ୍ଷଙ୍କ ନିର୍ଦ୍ଦେଶକ୍ରମେ ସଚିବଙ୍କ ପକ୍ଷରୁ ଏହି ନୋଟିସ୍ ଜାରି କରାଯାଇଛି।