SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Odisha Weather: ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ୯ଜିଲ୍ଲାକୁ ୟେଲୋ ଆଲର୍ଟ; ବର୍ଷା ସହ...

Odisha Weather: ଅକ୍ଟୋବର ମାସରେ ରାଜ୍ୟରେ ହେଉଛି ମାର୍ଚ୍ଚ ଏପ୍ରିଲ୍ ପରି ଟାଣ ଖରା। ମୌସୁମୀର ଲେଉଟାଣୀ ବେଳେ ଆସିଲାଣୀ। ଧିରେ ଧିରେ ରାଜ୍ୟରୁ ବିଦାୟ ନେଇଛି ମୌସୁମୀ। ବିଶେଷଜ୍ଞଙ୍କ ମତରେ ଚଳିତ ବର୍ଷ ସୁପର ଏଲ ନିନୋ ପ୍ରଭାବ ସେପ୍ଟେମ୍ବରରୁ ବଢିଚାଲିଛି।

Written By Narmada Behera Edited By Narmada Behera
Published: Oct 01, 2026, 12:03 PM IST | Updated: Oct 01, 2026, 12:07 PM IST
Image Credit: ଅକ୍ଟୋବର ମାସରେ ରାଜ୍ୟରେ ହେଉଛି ମାର୍ଚ୍ଚ ଏପ୍ରିଲ୍ ପରି ଟାଣ ଖରା। ମୌସୁମୀର ଲେଉଟାଣୀ ବେଳେ ଆସିଲାଣୀ। ଧିରେ ଧିରେ ରାଜ୍ୟରୁ ବିଦାୟ ନେଇଛି ମୌସୁମୀ। ବିଶେଷଜ୍ଞଙ୍କ ମତରେ ଚଳିତ ବର୍ଷ ସୁପର ଏଲ ନିନୋ ପ୍ରଭାବ ସେପ୍ଟେମ୍ବରରୁ ବଢିଚାଲିଛି। ଡିସେମ୍ବର ଯାଏଁ ଏହାର ପ୍ରଭାବ ଦେଖିବାକୁ ମିଳିବ। ଯାହାର ପ୍ରଭାବ ଜନ ଜୀବନକୁ ଅସ୍ତବ୍ୟସ୍ତ କରିଦେବ। ଡିସେମ୍ବରରେ ଶୀତ ବି ଅନୁଭବ ହେବନି ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ।
Join

Odisha Weather: ଅକ୍ଟୋବର ମାସରେ ରାଜ୍ୟରେ ହେଉଛି ମାର୍ଚ୍ଚ ଏପ୍ରିଲ୍ ପରି ଟାଣ ଖରା। ମୌସୁମୀର ଲେଉଟାଣୀ ବେଳେ ଆସିଲାଣୀ। ଧିରେ ଧିରେ ରାଜ୍ୟରୁ ବିଦାୟ ନେଇଛି ମୌସୁମୀ। ବିଶେଷଜ୍ଞଙ୍କ ମତରେ ଚଳିତ ବର୍ଷ ସୁପର ଏଲ ନିନୋ ପ୍ରଭାବ ସେପ୍ଟେମ୍ବରରୁ ବଢିଚାଲିଛି। ଡିସେମ୍ବର ଯାଏଁ ଏହାର ପ୍ରଭାବ ଦେଖିବାକୁ ମିଳିବ। ଯାହାର ପ୍ରଭାବ ଜନ ଜୀବନକୁ ଅସ୍ତବ୍ୟସ୍ତ କରିଦେବ। ଡିସେମ୍ବରରେ ଶୀତ ବି ଅନୁଭବ ହେବନି ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ।  

ଉତ୍ତର ମ୍ୟାନମାର୍ , ବାଂଲାଦେଶ ଓ ବଙ୍ଗୋପସାଗରରେ ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ୍ , ତ୍ରିପୁରା ଓ ଦକ୍ଷିଣ ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ  ଆଗାମୀ ୧୨ ଘଣ୍ଟାରେ ଦୁର୍ବଳ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ସେପଟେ, ପାଣିପାଗ ବିଭାଗର ସୂଚନା ଅନୁଯାୟୀ,  ଉତ୍ତର ପଶ୍ଚିମ ଓ ସଂଲଗ୍ନ କେନ୍ଦ୍ରୀୟ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ  ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।

 

 

ଯାହାର ପ୍ରଭାବରେ ରାଜ୍ୟରେ ଜଗତ୍‌ସିଂହପୁର, କଟକ, ସୁନ୍ଦରଗଡ଼,ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର , ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିପରି,ଆସନ୍ତାକାଲି( ଅକ୍ଟୋବର ୨ ତାରିଖ) ଦିନ ଜଗତ୍‌ସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବଜ୍ରପାତ ,ବିଜୁଳି ଘଡ଼ଘଡି ସହ ମଧ୍ୟମ ଧରଣର ବର୍ଷା ହେବ।  ଅକ୍ଟୋବର ୩ରୁ ୭ ପର୍ଯ୍ୟନ୍ତ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ଆସନ୍ତା ୩ ତାରିଖରୁ ୭ ତାରିଖ ଯାଏଁ ବର୍ଷା ସମ୍ଭାବନା ନ ଥିବା କହିଛି ବିଭାଗ। ଗତକାଲି ଝାରସୁଗୁଡା ଓ ନୟାଗଡ଼ରେ ସର୍ବାଧିକ ତାପମାତ୍ରା ୩୫.୫ ଡିଗ୍ରୀ ରେକର୍ଡ଼ ହୋଇଛି।  

 

Add Zee News as a Preferred Source

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES