SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Weather Update: ଅକ୍ଟୋବର ଶେଷରେ ଲଘୁଚାପ! ଭୀଷଣ ବର୍ଷାକୁ ନେଇ ଏହିସବୁ ଜିଲ୍ଲାକୁ ଆଲର୍ଟ ଜାରି

ଅକ୍ଟୋବର ଶେଷରେ ଲଘୁଚାପ! ଆଉ କିଛି ମଡେଲ୍ ବାତ୍ୟା ଆକଳନ କରୁଛନ୍ତି। ହେଲେ,ପାଣିପାଗ ବିଭାଗ ଆକଳନ କରିଛି ଯେ, ଥାଇଲାଣ୍ତ ଉପସାଗର -ଥାଇଲାଣ୍ତ ଓ ମିଆଁମାର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।

Written By Narmada Behera Edited By Narmada Behera
Published: Oct 20, 2026, 08:15 PM IST | Updated: Oct 20, 2026, 08:16 PM IST
Image Credit: Weather Update: ଅକ୍ଟୋବର ଶେଷରେ ଲଘୁଚାପ! ଭୀଷଣ ବର୍ଷାକୁ ନେଇ ଏହିସବୁ ଜିଲ୍ଲାକୁ ଆଲର୍ଟ ଜାରି
Join

Weather Update: ଅକ୍ଟୋବର ଶେଷରେ ଲଘୁଚାପ! ଆଉ କିଛି ମଡେଲ୍ ବାତ୍ୟା ଆକଳନ କରୁଛନ୍ତି। ହେଲେ,ପାଣିପାଗ ବିଭାଗ ଆକଳନ କରିଛି ଯେ, ଥାଇଲାଣ୍ତ ଉପସାଗର -ଥାଇଲାଣ୍ତ ଓ ମିଆଁମାର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଯାହା ୨୧ ତାରିଖ ସୁଧା ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳକୁ ପ୍ରବେଶ କରିବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ଘନୀଭୂତ ହୋଇ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି କରିପାରେ। ହେଲେ ଏହା ଲଘୁଚାପରେ ପରିଣତ ହେବ କି ନାହିଁ ସେନେଇ କୌଣସି ଅପଡେଟ୍ ଜାରି କରିନାହିଁ ବିଭାଗ। ସେପଟେ, ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ କହିଥିଲା ଯେ,ଅକ୍ଟୋବର ଶେଷ କିମ୍ବା ନଭେମ୍ବର ପ୍ରଥମ ସପ୍ତାହ ବେଳକୁ ବାତ୍ୟା ସୃଷ୍ଟି ହୋଇପାରେ। ଯାହା ଦକ୍ଷିଣ ଭାରତରେ ଉତ୍ତର ପୂର୍ବ ମୌସୁମୀ ସକ୍ରିୟ ହେବା ସହ ଆନ୍ଧ୍ର, କେରଳ ଓ ତାମିଲନାଡୁ ଅଞ୍ଚଳରେ ବର୍ଷା ବଢିପାରେ।

 

 

ALSO READ: Yusuf Pathan Land Row: ପୂର୍ବତନ କ୍ରିକେଟର ୟସୁଫ ପଠାନଙ୍କୁ ସରକାର ଦେଲେ ବଡ଼ ଉପହାର!ଜାଣନ୍ତୁ

ALSO READ: Puri News: କୁମ୍ଭାରପଡ଼ାରେ ମାଆକୁ ମାରି ପ୍ଲାଷ୍ଟର କରିଦେବା ଘଟଣା,ଅଭିଯୁକ୍ତ ପୁଅକୁ ବାନ୍ଧିଲା ପୋଲିସ

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ,ଆସନ୍ତାକାଲି  କୋରାପୁଟ୍ ଏବଂ ମାଲକାନଗିରି ଜିଲ୍ଲାରେ ବର୍ଷା ହେବା ସହ ୩୦ ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏନେଇ ୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।  ୨୧ ରୁ ୨୬ ତାରିଖ ପର୍ଯ୍ୟନ୍ତ ପାଗ ସାଧାରଣତଃ ଶୁଖିଲା ରହିବ। ଅକ୍ଟୋବର ୨୭ରେ କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି।

ସେହି ଜିଲ୍ଲା ଗୁଡିକ ହେଲା କୋରାପୁଟ,ମାଲକାନଗିରି,ଗଜପତି,ଗଞ୍ଜାମ,କେନ୍ଦ୍ରାପଡ଼ା,ଜଗତସିଂହପୁର,କଟକ,ରାୟଗଡ଼ା,ପୁରୀ,ଖୋର୍ଦ୍ଧା ଏବଂ ନୟାଗଡ଼। ଆସନ୍ତା ସପ୍ତାହେ ଯାଏଁ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବନି ବୋଲି କହିଛି ବିଭାଗ। ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୩୪.୬ ଡିଗ୍ରୀ ସେଲସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା ୧୮.୬ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES