SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Weather Update: ଦଶହରା ପୂର୍ବରୁ ଆସୁଛି ଲଘୁଚାପ, ଏହିସବୁ ଜିଲ୍ଲାକୁ ଆଲର୍ଟ ଜାରି!

Weather Update: ରାଜ୍ୟରେ ଏବେ ଉପରମୁହାଁ ପାରଦ। ଖରା ଓ ଗୁଳଗୁଳି ବି ଜାରି ରହିଛି । ପାଣିପାଗ ବିଭାଗ କହିଛି,ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ କିଛି ପରିବର୍ତ୍ତନ ହେବନି।

Written By Narmada Behera Edited By Narmada Behera
Published: Oct 03, 2026, 09:08 AM IST | Updated: Oct 03, 2026, 09:11 AM IST
Image Credit: ରାଜ୍ୟରେ ଏବେ ଉପରମୁହାଁ ପାରଦ। ଖରା ଓ ଗୁଳଗୁଳି ବି ଜାରି ରହିଛି । ପାଣିପାଗ ବିଭାଗ କହିଛି,ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ କିଛି ପରିବର୍ତ୍ତନ ହେବନି।
Join

Weather Update: ରାଜ୍ୟରେ ଏବେ ଉପରମୁହାଁ ପାରଦ। ଖରା ଓ ଗୁଳଗୁଳି ବି ଜାରି ରହିଛି । ପାଣିପାଗ ବିଭାଗ କହିଛି,ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ କିଛି ପରିବର୍ତ୍ତନ ହେବନି। ଅକ୍ଚୋବର ୫ ତାରିଖରୁ ପାଗରେ ସାମାନ୍ୟ ପରିବର୍ତ୍ତନ ହେବ।  ଏବଂ ଉପକୂଳ ସମେତ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ହୋଇପାରେ।

ଅକ୍ଟୋବର ୫ ଓ ୬ ତାରିଖରେ କଟକ, ସୁନ୍ଦରଗଡ଼, କେନ୍ଦୁଝର,ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ, ଗଜପତି, ନୟାଗଡ଼, ଗଞ୍ଜାମ ଓ ପୁରୀ, ଖୋର୍ଦ୍ଧାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୬ ଓ ୭ ତାରିଖରେ ୧୨ ଜିଲ୍ଲାରେ ବର୍ଷା ହୋଇପାରେ। ସେହି ଜିଲ୍ଲା ଗୁଡିକ ହେଲା, କଟକ,କେନ୍ଦୁଝର,ବାଲେଶ୍ୱର, ଭଦ୍ରକ,ଜଗତସିଂହପୁର,ମୟୂରଭଞ୍ଜ,ଗଜପତି, ଯାଜପୁର,କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, ନୟାଗଡ଼ ,ରାୟଗଡ଼ା , କୋରାପୁଟ ଓ ଗଞ୍ଜାମ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।  

 

 

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି,  ବିଭିନ୍ନ ପାଣିପାଗ ମଡେଲ୍ ଆକଳନ କରୁଛି ଯେ,ଅକ୍ଟୋବର ୧୨ ବେଳକୁ ଉତ୍ତର ଆଣ୍ତାମାନ୍ ସାଗର ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ୧୩ ଅକ୍ଟୋବରରେ ଲଘୁଚାପ ଓ ୧୫ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗର କିମ୍ବା ପାଶ୍ବବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ରୂପ ନେଇପାରେ।  ତେଣୁ ଦଶହରା ବେଳକୁ ବର୍ଷା ନେଇ ପୂର୍ବନୁମାନ ହେଉଛି। ସାମ୍ଭାବ୍ୟ ଅବପାତ  ଅଧିକ ଘନୀଭୂତ ହେବ କି ନାହିଁ ସେ ନେଇ କୌଣସି ଆକଳନ କରାଯାଇନାହିଁ।  ତେବେ, ଏହା ଦକ୍ଷିଣ ଓଡି଼ଶାର ଓ ଆନ୍ଧ୍ର ଉପକୂଳ ଆଡେ ମୁହାଁଇବ ବୋଲି  ପୂର୍ବାନୁମାନ କରାଯାଉଛି।

 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES