Weather Update: ଅକ୍ଟୋବର ୨୯ରେ ସାମ୍ଭାବ୍ୟ ବାତ୍ୟା ଆଶଙ୍କା! ଓଡ଼ିଶାରେ କ'ଣ ରହିବ ପ୍ରଭାବ ଜାଣନ୍ତୁ?
Weather Update: ଦଶହରାରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା କମ୍ ରହିଛି। ତେବେ, କାଁ ଭାଁ ସ୍ଥାନରେ ବର୍ଷା ହୋଇପାରେ। ଆଜି ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡି଼ଶାର କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଉଛି।
Weather Update: ଦଶହରାରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା କମ୍ ରହିଛି। ତେବେ, କାଁ ଭାଁ ସ୍ଥାନରେ ବର୍ଷା ହୋଇପାରେ। ଆଜି ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡି଼ଶାର କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଉଛି। ଆଜି ବିଶେଷକରି, ଜଗତସିଂହପୁର,କଟକ, କନ୍ଧମାଳ,ନବରଙ୍ଗପୁର , ରାୟଗଡା, କୋରାପୁଟ୍ , ମାଲକାନଗିରି , ଗଂଜାମ , ଗଜପତି, ପୁରୀ, ଖୋର୍ଦ୍ଧା, ନୟାଗଡ଼ର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ସେହିପରି, ଆସନ୍ତାକାଲି(୨୦ତାରିଖ) କଳାହାଣ୍ତି, କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୨୧ ଓ ୨୨ ତାରିଖରେ କୋରାପୁଟ୍ ଓ ମାଲକାନଗିରିରେ ବର୍ଷା ହୋଇପାରେ। ସେପଟେ, ଅକ୍ଟୋବରରେ ପ୍ରତ୍ୟକ ବର୍ଷ ବାତ୍ୟା ଆସିଥାଏ। ସେ ୧୯୯୯ର ମହାବାତ୍ୟା ହେଉ କି ୨୦୧୩ରେ ଫାଇଲିନ୍,୨୦୧୪ରେ ହୁଡହୁଡ୍ ଓ ୨୦୨୪ର ଦାନା,ଏହିସବୁ ଓଡ଼ିଶା ଉପକୂଳରେ ମାଡ଼ ହୋଇଥିଲା।
ALSO READ: Senior Journalist Bibhuti Pati Passes Away:ବରିଷ୍ଠ ସାମ୍ବାଦିକ ବିଭୂତି ପତିଙ୍କ ବିୟୋଗ,ହୃଦଘାତରେ...
ମାସ ଶେଷକୁ ବାତ୍ୟା ଆଶଙ୍କା ଥିବା ନେଇ ଚର୍ଚ୍ଚା ଜୋର ଧରୁଛି। ଅକ୍ଟୋବର ୨୯ ବେଳକୁ ହୋଇପାରେ ବାତ୍ୟା। ଏହା ଓଡ଼ିଶା ନା ଆନ୍ଧ୍ର ମୁହାଁ ହେବ? ୨୨ ରୁ ୨୩ ତାରିଖ ମଧ୍ୟରେ ଆଣ୍ତାମାନ୍ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି। ଯାହା ପରବର୍ତ୍ତୀ ମୂହୁର୍ତ୍ତରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ହେଲେ, କିଛି ଆନ୍ତର୍ଜାତୀୟ ମଡେଲ୍ ଆକଳନ କରୁଛନ୍ତି ଯେ, ଏହି ଲଘୁଚାପ ସାମ୍ଭାବ୍ୟ ବାତ୍ୟାର ରୂପ ନେଇ ୨୮ ରୁ ୨୯ ତାରିଖ ଦିନ ଏହା ବାତ୍ୟାର ରୂପ ନେଇପାରେ। ଯାହା ଆନ୍ଧ୍ର ଓ ଓଡି଼ଶା ଉପକୂଳ ଛୁଇଁବାର ଅଧିକ ସମ୍ଭାବନା ରହିଛି। ଲଘୁଚାପ ସୃଷ୍ଟି ହେବା ପରେ ଏହାର ଗତିପଥ ଆକଳନ କରାଯାଇପାରିବ। ସେପଟେ, ସାମ୍ଭାବ୍ୟ ବାତ୍ୟା ନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ପ୍ରକାର ସ୍ପଷ୍ଟ ଆକଳନ କରାଯାଇନାହିଁ।