SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Weather Update: ଆସୁଛି ଲଘୁଚାପ! ଭିଜିବ କି ଦଶହରା?

Weather Update: ସାମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବଡ଼ ଧରଣର ବର୍ଷା ସମ୍ଭାବନା ନାହିଁ।

Written By Narmada Behera Edited By Narmada Behera
Published: Oct 10, 2026, 11:07 PM IST | Updated: Oct 10, 2026, 11:09 PM IST
Image Credit: ଆସୁଛି ଲଘୁଚାପ! ଭିଜିବ କି ଦଶହରା?
Join

Weather Update: ସାମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବଡ଼ ଧରଣର ବର୍ଷା ସମ୍ଭାବନା ନାହିଁ। ଏପରିକି ଦଶହରାରେ ପାଗ ଶୁଖିଲା ରହିପାରେ।  ଭାରତୀୟ ପାଣିପାଗ ବିଭାଗ ବିଜ୍ଞାନର ବିଭାଗ ସୂଚନା ଅନୁସାରେ, ଅଫ୍ ଆଇଣଲାଣ୍ତ ଉପରେ  ଏକ ଘୂର୍ଣ୍ଣିବଳୟ ରହିଛି। ଏହା ୧୧ ତାରିଖ ବେଳକୁ  ଉତ୍ତର ଆଣ୍ତାମାନ୍ କୁ ଆସିପାରେ।  

ଫଳରେ ଦକ୍ଷିଣ ପୂର୍ବ  ବଙ୍ଗୋପସାଗରରେ ୧୩ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ଅନୁମାନ କରାଯାଉଛି ଯେ,  ରାଜ୍ୟରେ ଲଗାଣ କିମ୍ବା ବଡ଼ ବର୍ଷା ସମ୍ଭାବନା  କମ୍ । ଆସନ୍ତା ୬ ଦିନ ପର୍ଯ୍ୟନ୍ତ ଦିନ ଓ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହୋଇନ ପାରେ। ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ନିୟମତ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ  ବର୍ଷା  ସମ୍ଭାବନା ଅଛି। ଗଞ୍ଜାମରୁ ବାଲେଶ୍ବର ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ଓ ପାଖ ଜିଲ୍ଲା ଗୁଡିକରେ  ଗୋଟିଏ ଦୁଇଟି ଜାଗାରେ ବର୍ଷା ହେବାର ସମ୍ଭାବନା ରହିଛି। ୧୩ ତାରିଖରୁ ରାଜ୍ୟରେ ପାଗ ବଦଳିପାରେ।

୧୫ ରୁ ୧୬ ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ବର୍ଷା ହୋଇପାରେ। ଗଂଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ,ବାଲେଶ୍ବର, ଖୋର୍ଧା, କଟକ, ଯାଜପୁର,ମୟୂରଭଞ୍ଜ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।  ସେପଟେ, ପାଣିପାଗ ବିଶାରଦ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିପାରେ। ହେଲେ ୧୭ ରୁ ୧୯ ମଧ୍ୟରେ ଦକ୍ଷିଣ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ହାଲୁକା ଓ ଅଳ୍ପ କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ୨୦ ତାରିଖ ପରେ ପାଗରେ ସୁଧାର ଆସିପାରେ।

ତାଙ୍କ ଆକଳନ ଅନୁସାରେ, ୧୩ରେ ଲଘୁଚାପ ସୃଷ୍ଟି ହେବା ପରେ ୧୪ ରୁ ୧୬ ତାରିଖ ଭିତରେ ଏକା ଅଧିକ ସଂଗଠିତ ହୋଇ କେନ୍ଦ୍ରୀୟ କିମ୍ବା ପଶ୍ଚିମ -କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଗତି କରିପାରେ। ୧୫ ତାରିଖ ପାଖାପାଖି ଏକ ସଦୃଶ ( ଓ୍ବେଲ୍ ମାର୍କଡ) ଲଘୁଚାପ ହୋଇପାରେ।  ଏହା ଉତ୍ତର ଆନ୍ଧ୍ର -ଦକ୍ଷିଣ ଓଡ଼ିଶା କୁ ମୁହାଁଇଲେ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ବର୍ଷା ବଢିପାରେ। ଆନ୍ଧ୍ର -ତାମିଲନାଡୁ ମୁହାଁଇଲେ ରାଜ୍ୟରେ ବର୍ଷା କମ୍ ରହିବ।

 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES