SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Rain Alert: ଆସୁଛି ଲଘୁଚାପ!ଏହି ସବୁ ଜିଲ୍ଲାରେ ଭୀଷଣ ବର୍ଷା ନେଇ ଆଲର୍ଟ

Rain Alert: ବିଶେଷ ବର୍ଷା ସମ୍ଭାବନା ନାହିଁ। ପ୍ରତିଦିନ ଅଳ୍ପ କିଛି ଜାଗାରେ ହାଲୁକା କିମ୍ବା ଅସରାଏ ମଧ୍ୟମ ଧରଣର ବର୍ଷା ହୋଇପାରେ। ଦଶହରାରେ ପାଗ ଭଲ ରହିପାରେ।

Written By Narmada Behera Edited By Narmada Behera
Published: Oct 17, 2026, 07:16 AM IST | Updated: Oct 17, 2026, 07:19 AM IST
Image Credit: ଆସୁଛି ଲଘୁଚାପ!ଏହି ସବୁ ଜିଲ୍ଲାରେ ଭୀଷଣ ବର୍ଷା ନେଇ ଆଲର୍ଟ
Join

Rain Alert: ବିଶେଷ ବର୍ଷା ସମ୍ଭାବନା ନାହିଁ। ପ୍ରତିଦିନ ଅଳ୍ପ କିଛି  ଜାଗାରେ  ହାଲୁକା କିମ୍ବା ଅସରାଏ ମଧ୍ୟମ ଧରଣର ବର୍ଷା ହୋଇପାରେ। ଦଶହରାରେ ପାଗ ଭଲ ରହିପାରେ। ବିଭିନ୍ନ ମଡେଲ୍  ପୂର୍ବାନୁମାନ କରିଛନ୍ତି, ଚଳିତ ଅକ୍ଟୋବର  ମାସ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି।  ଏହାର ପ୍ରଭାବ, ଗତିପଥ ଓ ତିବ୍ରତା  ନେଇ ଏବେଠାରୁ କିଛି ଆକଳନ କରାଯାଇନି।  କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର୍ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଓଡ଼ିଶାରୁ ଦକ୍ଷିଣ -ପଶ୍ଚିମ ମୌସୁମୀ ବାୟୁ ସମ୍ପୁର୍ଣ୍ଣ ଫେରିଯାଇଛି। 

 

 

ତାମିଲନାଡୁ ଦକ୍ଷିଣ ଉପକୂଳରେ ଥିବା  ଏକ ଘୂର୍ଣ୍ଣିବଳୟ ଠାରୁ  ଓଡ଼ିଶା ଉପକୂଳ ନିକଟ ଉତ୍ତର ପଶ୍ଚିମ ବଙ୍ଗୋପସାଗର  ପର୍ଯ୍ୟନ୍ତ  ନିମ୍ନଚାପ ରେଖା ଲମ୍ବିଛି।  ବାୟୁମଣ୍ତଳରେ ଜଳୀୟ ବାଷ୍ପ ଥିବା ଯୋଗୁଁ ଆସନ୍ତା ୧୮ ତାରିଖ  ମଧ୍ୟରେ ଦକ୍ଷିଣ ଓ ଓଡ଼ିଶା ଉପକୂଳ  ରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ।  ଗଂଜାମ, ଗଜପତି, ପୁରୀ, ଖୋର୍ଦ୍ଧା,ଜଗତସିଂହପୁର, ରାୟଗଡା,କୋରାପୁଟ୍ ଓ ମାଲକାନଗିରି ଜିଲ୍ଲାରେ କାଁ ଭାଁ କେତେକ ସ୍ଥାନରେ ବର୍ଷା ହୋଇପାରେ। କେତେକ ସ୍ଥାନରେ ୩୦ ରୁ ୪୦ କିମି ବେଗରେ ପବନ ବହିପାରେ।  

 

ଆସନ୍ତା ୧୯ ତାରିଖରୁ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବ। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର  କାଁ ଭାଁ ସ୍ଥାନରେ ବର୍ଷା ହୋଇପାରେ। ବିଜୟା ଦଶମୀ ବେଳକୁ ଭଲ ପାଗ ରହିବ। ୨୧ ରୁ ୨୬ ତାରିଖ ମଧ୍ୟରେ  ଓଡ଼ିଶାର ଅଧିକାଂଶ ପାଗ ଶୁଖିଲା ରହିବ। ତେବେ, ଦକ୍ଷିଣ ଓଡ଼ିଶାର  କାଁ ଭାଁ ସ୍ଥାନରେ ବର୍ଷା ହୋଇପାରେ। ୨୬ ତାରିଖ ବେଳକୁ ପାଗ ଶୁଖିଲା ରହିପାରେ। ହେଲେ, ୨୨ ରୁ ୨୪ ତାରିଖ ମଧ୍ୟରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ନିକଟର୍ତ୍ତୀ ଆଣ୍ତାମାନ୍ ସାଗର ରେ ଏକ ନୂଆ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହା ପ୍ରଭାବରେ ୨୫ -୨୬ ତାରିଖ ବେଳକୁ  ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏହା କେତେ ଶକ୍ତିଶାଳୀ ହେବ ଓ କେଉଁ ଦିଗକୁ ଗତି କରିବ , ଏବେଠାରୁ କହିବା ସମ୍ଭବ ନୁହେଁ। 
......

 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES