Odisha Weather: ଅବପାତ ଦୁର୍ବଳ! ଆସନ୍ତା ୨୪ ଘଣ୍ଟା ଏହିସବୁ ଜିଲ୍ଲାରେ ହେବ ଭୀଷଣ ବର୍ଷା ସହ ୫୦ କିମି ବେଗରେ ବହିବ ପବନ....
Odisha Weather: ଏ କି ପ୍ରକାର ଗଭୀର ଅବପାତ ଥିଲା? ୪ ଦିନ କାଳ ଓଡ଼ିଶାରେ ନିର୍ଧୁମ୍ ବର୍ଷିଲା। ଆହୁରି ଗୋଟିଏ ଦିନ ବର୍ଷିବା ନେଇ ଆକଳନ କରାଯାଉଛି।
Odisha Weather: ଏ କି ପ୍ରକାର ଗଭୀର ଅବପାତ ଥିଲା? ୪ ଦିନ କାଳ ଓଡ଼ିଶାରେ ନିର୍ଧୁମ୍ ବର୍ଷିଲା। ଆହୁରି ଗୋଟିଏ ଦିନ ବର୍ଷିବା ନେଇ ଆକଳନ କରାଯାଉଛି। ଗତ ୨୪ ଘଣ୍ଟା ଭିତରେ ଦକ୍ଷିଣରୁ ଉତ୍ତର , ଉପକୂଳରୁ ପଶ୍ଚିମ ଚାରିଆଡେ ପ୍ରବଳ ବର୍ଷା କରିଛି। ଦକ୍ଷିଣ ଓଡ଼ିଶାର ଗୋଟିଏ ସ୍ଥାନରେ ଦିନକରେ ପାଖାପାଖି ୪ ଶହ ମିଲିମିଟର ବର୍ଷା ଢାଳିଛି। ଦକ୍ଷିଣ ଓଡି଼ଶାରେ ଏହାର ପ୍ରକୋପ ସୀମିତ ରହିନି। ଉପକୂଳ, , ଉତ୍ତର, ପଶ୍ଚିମ ଓଡି଼ଶାକୁ କଲବଲ୍ କରିଛି। ସବୁଠାରୁ ଆଶ୍ଚର୍ଯ୍ୟ କଲା, ସ୍ଥଳଭାଗକପ ପ୍ରବେଶ କରିବାର ପ୍ରାୟ ୪୦ ଘଣ୍ଟା ପରେ ବି ପବନ ବେଗ ଥିଲା ୫୦-୬୦ କିମି ଉପରେ। ଏମିକି ଅବପାତ ଛତିଶଗଡ ଯିବା ପରେ ଓଡି଼ଶାରେ କୋପ କମିନି। ରାତି ପର୍ଯ୍ୟନ୍ତ ତୁହାକୁ ତୁହା ବର୍ଷା ଲାଗିଛି। ଅବପାତ ଗତିପଥଠୁ ଶହ ଶହ କିଲୋମିଟର ଦୂରରେ ଥିବା ଅଞ୍ଚଳେ ବିଶାଳ ଗଛ ଉପୁଡି ପଡିଛି। ଭୁବନେଶ୍ବରରେ ଶୁକ୍ରବାର ମଧ୍ୟ ତୁହାକୁ ତୁହା ପବନ ଧକ୍କା ମାଡ଼ ହୋଇଥିଲା। ସୁ ସୁ ଶଦ୍ଧ ବାତ୍ୟା ଭଳି । ସମସ୍ତଙ୍କ ମନରେ ପ୍ରଶ୍ନ ଯେ, ଗଭୀର ଅବପାତ ଏତେ ଶକ୍ତିଶାଳୀ ହେଲା କେମିତି? ଏହି ସିଣ୍ଟମ୍ କୁ ନେଇ ପାଣିପାଗ ବିଜ୍ଞାନୀ ସଂସ୍ଥା ଓ ବିଭିନ୍ନ ମଡେଲ୍ ମଧ୍ୟରେ ଦ୍ବନ୍ଦ ଦେଖାଦେଇଛି। ଆମେରିକା ଜଏଣ୍ଟ ଟାଇଫୁନ୍ ସେଣ୍ଟର ଏହାକୁ ବାତ୍ୟା ବୋଲି ଦର୍ଶାଇଥିଲା। ହେଲେ ଆଇଏମଡି଼ ଏହାକୁ ଗଭୀର ଅବପାତ ହିଁ ଦର୍ଶାଇଛି।
ସେପଟେ, ଲଗାଣ ବର୍ଷା କାରଣରୁ ରାଜ୍ୟର ଅଧିକାଂଶ ସ୍କୁଲ୍ କୁ ଛୁଟି ଘୋଷଣା କରାଯାଇଛି। ୨୭ ତାରିଖ ସକାଳ ଯାଏଁ ରାଜ୍ୟକୁ ବିଜୁଳି ଘଡ଼ଘଡ଼ି ବର୍ଷା ହେବା ନେଇ ସତର୍କତା ଜାରି ହୋଇଛି। ୨୭ ତାରିଖ ଅପରାହ୍ନରୁ ବର୍ଷା କମିବ। ଆଜି(ଶନିବାର) ସୁନ୍ଦରଗଡ, ଝାରସୁଗୁଡା,ବରଗଡ଼ ଆଦି କିଛି ଉତ୍ତର ପଶ୍ଚିମ ଜିଲ୍ଲାରେ ବିକ୍ଷିପ୍ତ ଭାବେ ବର୍ଷା ବିଜୁଳି ଘଡ଼ଘଡି଼ ସହ ଘଣ୍ଟାପ୍ରତି ୪୦ ରୁ ୫୦ କିମି ବେଗରେ ପବନ ବହିବ। ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ସୀମାନ୍ତ ଜିଲ୍ଲା ଗୁଡିକରେ ଆଉ ୨୪ ଘଣ୍ଚା ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ସମ୍ଭାବନା ରହିଛି।