Weather Update:ବର୍ଷା ଓ ବଜ୍ରପାତ ନେଇ ଏହିସବୁ ଜିଲ୍ଲାକୁ ସତର୍କତା ଜାରି!
Weather Update: ଉତ୍ତର ପୂର୍ବ ବିହାର ଠାରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପର୍ଯ୍ୟନ୍ତ ଝାଡ଼ଖଣ୍ତ ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଉପର ଦେଇ ଏକ ଟ୍ରପ୍ ଲାଇନ୍ ଗଠନ ହୋଇଛି। ଯାହା ସମୁଦ୍ର ପତ୍ତନ ଠାରୁ ୦.୯ କିଲୋମିଟର ଉଚ୍ଚତାରେ ରହିଛି। ଏହି ସିଷ୍ଟମ ଯୋଗୁଁ ମୟୂରଭଂଜ ସମେତ କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।
Weather Update: ଉତ୍ତର ପୂର୍ବ ବିହାର ଠାରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପର୍ଯ୍ୟନ୍ତ ଝାଡ଼ଖଣ୍ତ ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଉପର ଦେଇ ଏକ ଟ୍ରପ୍ ଲାଇନ୍ ଗଠନ ହୋଇଛି। ଯାହା ସମୁଦ୍ର ପତ୍ତନ ଠାରୁ ୦.୯ କିଲୋମିଟର ଉଚ୍ଚତାରେ ରହିଛି। ଏହି ସିଷ୍ଟମ ଯୋଗୁଁ ମୟୂରଭଂଜ ସମେତ କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ମୟୂରଭଂଜ, ନବରଙ୍ଗପୁର, ରାୟଗଡା, କୋରାପୁଟ୍ ଓ ମାଲକାନଗିରି ଆଦି ଜିଲ୍ଲାର ଗୋଟିଏ କିମ୍ବା ୨ଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।
ଅଧିକାଂଶ ଅଞ୍ଚଳରେ ପାଗ ଶୁଖିଲା ରହିବ। ୬ ତାରିଖରେ ମଧ୍ୟ ସୁନ୍ଦରଗଡ ,ମୟୂରଭଂଜ, ଉତ୍ତର ଓଡି଼ଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୭ ତାରିଖରୁ ବର୍ଷାର ପ୍ରଭାବ ବଢିବ। ସୁନ୍ଦରଗଡ, ମୟୂରଂଜ, କେନ୍ଦୁଝର, ଏବଂ ଉପକୂଳ ଓଡ଼ିଶାର ଜିଲ୍ଲା ଗୁଡିକରେ ବଜ୍ରପାତ ଓ ବିଜୁଳି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ୩୦ ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।
୮ ତାରିଖରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ। ସୁନ୍ଦରଗଡ଼, ମୟୂରଭଂଜ, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ ଓ ଉତ୍ତର ଉପକୂଳ ଜିଲ୍ଲାଗୁଡିକରେ ବଜ୍ରପାତ , ବିଜୁଳି ସହ ୩୦ ରୁ ୪୦ କିମି ବେଗରେ ପବନ ରହିଛି। ୯ ଓ ୧୦ ତାରିଖରେ କୌଣସି ୟେଲୋ ଆଲର୍ଟ ନାହିଁ। ଉପକୂଳ ଓ ଉତ୍ତର ଓଡ଼ିଶା ଏବଂ ମୟୂରଭଂଜ, କେନ୍ଦୁଝର ଆଦି ଜିଲ୍ଲାରେ ଏକ ଓ ୨ ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ଆଗାମୀ ୩ ରୁ ୪ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବଡ଼ ପରିବର୍ତ୍ତନ ହେବ ନାହିଁ। ପରେ ବାଦଲ ଓ ବର୍ଷା ଯୋଗୁଁ ଦିନ ତାପମାତ୍ରା ବଢିବ। ବର୍ତ୍ତମାନ ବର୍ଷା ନେଇ କୌଣସି ବଡ଼ ଚିନ୍ତା ନାହିଁ। ତେବେ, ଟ୍ରପ୍ ଲାଇନ୍ ପ୍ରଭାବରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ। ଲୋକମାନେ ବଜ୍ରପାତ ଓ ବିଜୁଳି ସମୟରେ ସତର୍କ ରହିବ ଉଚିତ୍ ବୋଲି ପାଣିପାଗ ବିଜ୍ଞାନୀ ଡଃ ସଞ୍ଜୀବ ଦ୍ବିବେଦି କହିଛନ୍ତି।