Cyclone Update: ବାତ୍ୟା ଲ୍ୟାଣ୍ଡଫଲ୍ ବେଳେ ପବନ ବେଗ କେତେ ରହିବ? IMD ଡିଜି କହିଲେ...
ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ୬୦ରୁ ୭୦ କିମି ପବନ ବହିବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ନର୍ଦ୍ଦେଶିକା ମନୋରମା ମହାନ୍ତି । ଦକ୍ଷିଣ ଓଡ଼ିଶାରେ ଝଟ୍କା ପବନର ବେଗ ୮୦ କିମି ପର୍ଯ୍ୟନ୍ତ ରହିବ ।
Cyclone Update: ଧିରେ ଧିରେ ସମୁଦ୍ର ମଧ୍ୟରୁ ଉପକୂଳ ମୁହାଁ ହେବାରେ ଲାଗିଛି ବାତ୍ୟା । ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ୬୦ରୁ ୮୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଦକ୍ଷିଣ ଓଡ଼ିଶାରେ ଝଟ୍କା ପବନର ବେଗ ୯୦ କିମି ପର୍ଯ୍ୟନ୍ତ ରହିପାରେ । ୨୮ ପୂର୍ବାହ୍ନରେ ବାପଟଲା-ବିଶାଖାପାଟଣା ମଧ୍ୟରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି । ୟାନମ ଓ କାକିନାଡ଼ା ପାର୍ଶ୍ବ ଦେଇ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି । ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ୧୧୫ରୁ ୧୨୫ କିମି ମଧ୍ୟରେ ରହିବ । ଝଟ୍କା ପବନର ବେଗ ୧୪୦ କିମି ପର୍ଯ୍ୟନ୍ତ ଯାଇପାରେ । ୨୭ ତାରିଖ ସନ୍ଧ୍ୟା କିମ୍ବା ରାତିରୁ ଓଡ଼ିଶାରେ ବର୍ଷା ହେବ । ୨୮ ତାରିଖରେ ଅତି ପ୍ରବଳ ଓ କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨୯ ବେଳକୁ ଗଭୀର ଅବପାତ ହୋଇ ଛତିଶଗଡ଼ ଆଡ଼େ ଯିବ ଏବଂ ୩୦ ତାରିଖ ସକାଳ ବେଳକୁ ପ୍ରଭାବ କମି ଯାଇଥିବ ।
ଅନ୍ୟପଟେ, ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ୬୦ରୁ ୭୦ କିମି ପବନ ବହିବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ନର୍ଦ୍ଦେଶିକା ମନୋରମା ମହାନ୍ତି । ଦକ୍ଷିଣ ଓଡ଼ିଶାରେ ଝଟ୍କା ପବନର ବେଗ ୮୦ କିମି ପର୍ଯ୍ୟନ୍ତ ରହିବ । ଅକ୍ଟୋବର ୨୮ ପୂର୍ବାହ୍ନରେ ବାପଟଲା-ବିଶାଖାପାଟଣା ମଧ୍ୟରେ ଲ୍ୟାଣ୍ଡଫଲ କରିବ । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୧୫ରୁ ୧୨୫ କିମି ରହିବ । ଝଟ୍କା ପବନର ବେଗ ୧୪୦ କିମି ପର୍ଯ୍ୟନ୍ତ ଯାଇପାରେ । ୨୭ ତାରିଖ ସନ୍ଧ୍ୟା କିମ୍ବା ରାତିରୁ ଓଡ଼ିଶାରେ ବର୍ଷା ହେବ । ୨୮ ତାରିଖରେ ଅତି ପ୍ରବଳ ଓ କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ । କିଛି ସ୍ଥାନରେ ଭୂସ୍ଖଳନ ଆଶଙ୍କା ରହିଛି ଏବଂ ଚାଷୀମାନଙ୍କର ଫସଲ ହାନି ମଧ୍ୟ ହୋଇପାରେ ।