SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

ବାତ୍ୟା ମୁକାବିଲାରେ ଓଡ଼ିଶା ସଫଳ! ୪୩ ହଜାରରୁ ଅଧିକ ଲୋକ ସୁରକ୍ଷିତ, ଜିରୋ କାଜୁଆଲ୍‌ଟି ଲକ୍ଷ୍ୟ ହାସଲ

ବାତ୍ୟା ପ୍ରଭାବିତ ୮ଟି ଜିଲ୍ଲାର ୬୩୪ଟି ଆଶ୍ରୟସ୍ଥଳୀରେ ୪୩,୮୨୭ ଜଣଙ୍କୁ ସୁରକ୍ଷିତ ଭାବେ ରଖାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ଗଞ୍ଜାମ, ଗଜପତି ଓ ନୂଆପଡ଼ା। ଆଶ୍ରୟସ୍ଥଳୀଗୁଡ଼ିକରେ ଲୋକଙ୍କୁ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ, ପାନୀୟ ଜଳ, ଔଷଧ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଛି।

Written By Priyambada Rana Edited By Priyambada Rana
Published: Oct 28, 2026, 11:48 PM IST | Updated: Oct 28, 2026, 11:58 PM IST
Image Credit: ବାତ୍ୟା ମୁକାବିଲାରେ ଓଡ଼ିଶା ସଫଳ! ୪୩ ହଜାରରୁ ଅଧିକ ଲୋକ ସୁରକ୍ଷିତ, ଜିରୋ କାଜୁଆଲ୍‌ଟି ଲକ୍ଷ୍ୟ ହାସଲ
Join

Zero Casualty: ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଓ ପରିଚାଳନାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ବୁଧବାର ସନ୍ଧ୍ୟାରେ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC)ଙ୍କ କଣ୍ଟ୍ରୋଲ ରୁମ୍‌ରେ ସ୍ଥିତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଜିରୋ କାଜୁଆଲ୍‌ଟି ଲକ୍ଷ୍ୟ ହାସଲରେ ସରକାର ସଫଳ ହୋଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ, ସେତେବେଳ ପର୍ଯ୍ୟନ୍ତ କୌଣସି ଜୀବନହାନିର ଖବର ମିଳିନଥିଲା।

୮ ଜିଲ୍ଲାରେ ୪୩,୮୨୭ ଲୋକଙ୍କୁ ସୁରକ୍ଷିତ ଆଶ୍ରୟ:
ବାତ୍ୟା ପ୍ରଭାବିତ ୮ଟି ଜିଲ୍ଲାର ୬୩୪ଟି ଆଶ୍ରୟସ୍ଥଳୀରେ ୪୩,୮୨୭ ଜଣଙ୍କୁ ସୁରକ୍ଷିତ ଭାବେ ରଖାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ଗଞ୍ଜାମ, ଗଜପତି ଓ ନୂଆପଡ଼ା। ଆଶ୍ରୟସ୍ଥଳୀଗୁଡ଼ିକରେ ଲୋକଙ୍କୁ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ, ପାନୀୟ ଜଳ, ଔଷଧ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଛି।

୩୧୩ଟି ରେସ୍‌ପନ୍ସ ଟିମ୍ ମୁତୟନ:
ବାତ୍ୟାର ମୁକାବିଲା ପାଇଁ ରାଜ୍ୟରେ ମୋଟ ୩୧୩ଟି ରେସ୍‌ପନ୍ସ ଟିମ୍ ନିୟୋଜିତ ହୋଇଛନ୍ତି। ଏଥିରେ ୬୦ଟି ଓଡ୍ରାଫ୍ ଟିମ୍, ୯ଟି ଏନ୍‌ଡିଆର୍‌ଏଫ୍ ଟିମ୍ ଓ ୨୪୪ଟି ଅଗ୍ନିଶମ ସେବା ଟିମ୍ ସାମିଲ ଅଛନ୍ତି। ଏହା ସହିତ ବାତ୍ୟା ମୁକାବିଲା ଓ ରିଲିଫ୍ କାର୍ଯ୍ୟର ତଦାରଖ ପାଇଁ ଦୁଇଜଣ ଉପମୁଖ୍ୟମନ୍ତ୍ରୀ, ୬ ଜଣ ମନ୍ତ୍ରୀ ଓ ୭ ଜଣ ଆଇଏଏସ୍ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦିଆଯାଇଥିଲା।

୨,୨୪୫ ଗର୍ଭବତୀ ମହିଳା ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର:
ବାତ୍ୟା ସମୟରେ ମା’ ଓ ନବଜାତ ଶିଶୁଙ୍କ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ସରକାରଙ୍କ ସୂଚନା ଅନୁସାରେ, ୨,୨୪୫ ଜଣ ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଏହି ସମୟ ମଧ୍ୟରେ ୯୩୧ ଜଣ ଶିଶୁ ସୁରକ୍ଷିତ ଭାବେ ଜନ୍ମ ନେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

 

୧୭ଟି ବ୍ଲକ୍‌ରେ ୧୦୫ ମିମିରୁ ଅଧିକ ବର୍ଷା:
ବାତ୍ୟା ପ୍ରଭାବରେ ରାଜ୍ୟର ୧୭ଟି ବ୍ଲକ୍‌ରେ ୧୦୫ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି। କୋରାପୁଟ ଜିଲ୍ଲାର ପଟାଙ୍ଗୀରେ ସର୍ବାଧିକ ୧୮୮ ମିଲିମିଟର ଏବଂ ଗଜପତି ଜିଲ୍ଲାର ମୋହନାରେ ୧୮୨.୪ ମିଲିମିଟର ବର୍ଷା ହୋଇଛି। ଜିଲ୍ଲାଗୁଡ଼ିକ ମଧ୍ୟରେ ଗଜପତି ବର୍ଷା ଯୋଗୁଁ ସର୍ବାଧିକ ପ୍ରଭାବିତ ହୋଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

୧୯,୧୪୩ଟି ଡଙ୍ଗାରେ ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀ ସୁରକ୍ଷିତ ଫେରିଲେ:
ବାତ୍ୟା ପୂର୍ବରୁ ସମୁଦ୍ରରୁ ମତ୍ସ୍ୟଜୀବୀଙ୍କୁ ଫେରାଇ ଆଣିବା ପାଇଁ ପଦକ୍ଷେପ ନିଆଯାଇଥିଲା। ଗଞ୍ଜାମରୁ ବାଲେଶ୍ୱର ପର୍ଯ୍ୟନ୍ତ ଉପକୂଳ ଅଞ୍ଚଳରୁ ୧୯,୧୪୩ଟି ଡଙ୍ଗାରେ ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀମାନେ ସମସ୍ତେ କୂଳକୁ ଫେରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆନ୍ଧ୍ର ସରକାରଙ୍କ ସହ ଯୋଗାଯୋଗରେ ଥିଲା ଓଡ଼ିଶା:
ବାତ୍ୟା ପୂର୍ବରୁ ଓ ପ୍ରଭାବ ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅନେକ ଥର ଫୋନ୍‌ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ। ଓଡ଼ିଶା ସରକାର ମଧ୍ୟ ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ନିୟମିତ ଯୋଗାଯୋଗରେ ଥିଲେ।

ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେବାର ଆଶଙ୍କା ଥିବାରୁ ଜଳ ନିଷ୍କାସନ ପାଇଁ ପର୍ଯ୍ୟାପ୍ତ ପମ୍ପ୍‌ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ଥିତି ଉପରେ ସରକାରଙ୍କ ନଜର ରହିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।

ବିପର୍ଯ୍ୟୟ ପରିଚାଳନାରେ ରାଜ୍ୟ ଓ ଜିଲ୍ଲା ପ୍ରଶାସନର ପ୍ରସ୍ତୁତିକୁ ନେଇ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ପରିସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ସତର୍କ ରହିବା ଓ ଜଳବନ୍ଦୀ ସମସ୍ୟାର ମୁକାବିଲା କରିବା ଉପରେ ପ୍ରଶାସନର ଗୁରୁତ୍ୱ ରହିଛି।

Add Zee News as a Preferred Source
TAGS:

About the Author

I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
Read More

ZEENEWS TRENDING STORIES