SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

8th Odisha Assembly Session: ବିଧାନସଭା ଅଧିବେଶନ ପାଇଁ ଟ୍ରାଫିକରେ ବଡ ପରିବର୍ତ୍ତନ

ଓଡ଼ିଶା ବିଧାନସଭାର ଅଷ୍ଟମ ଅଧିବେଶନ ନଭେମ୍ବର ୧୮ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ । କଡ଼ା ସୁରକ୍ଷା ଏବଂ ଶୃଙ୍ଖଳା ବଜାୟ ରଖିବା ପାଇଁ ବିଧାନସଭା ନିକଟବର୍ତ୍ତୀ ଅଞ୍ଚଳରେ ଟ୍ରାଫିକ୍ କଟକଣା କଡାକଡି କରାଯିବ।

Written By Soubhagya Ranjan Mishra Edited By Soubhagya Ranjan Mishra
Published: Nov 17, 2026, 08:07 IST | Updated: Nov 17, 2026, 08:25 IST
Image Credit: bhubaneswar
Join

8th Odisha Assembly Session: ଆସନ୍ତାକାଲି ଅର୍ଥାତ ୧୮ ନଭେମ୍ୱରଠାରୁ ରାଜଧାନୀ ଭୁବନେଶ୍ୱରର ଦୈନନ୍ଦିନ ଯାତ୍ରୀମାନଙ୍କୁ ଯାତାୟାତ ମାର୍ଗରେ ପରିବର୍ତ୍ତନର ସାମ୍ନା କରିବାକୁ ପଡ଼ିବ। ଆରମ୍ଭ ହେବାକୁ ଥିବା ଓଡ଼ିଶା ବିଧାନସଭା ଅଧିବେଶନକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ୍ ପକ୍ଷରୁ ନୂଆ ଟ୍ରାଫିକ୍ ଏବଂ ଜନଶୃଙ୍ଖଳା ମାର୍ଗଦର୍ଶିକା ଜାରି କରାଯାଇଛି।

ଓଡ଼ିଶା ବିଧାନସଭାର ଅଷ୍ଟମ ଅଧିବେଶନ ନଭେମ୍ବର ୧୮ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ । କଡ଼ା ସୁରକ୍ଷା ଏବଂ ଶୃଙ୍ଖଳା ବଜାୟ ରଖିବା ପାଇଁ ବିଧାନସଭା ନିକଟବର୍ତ୍ତୀ ଅଞ୍ଚଳରେ ଟ୍ରାଫିକ୍ କଟକଣା କଡାକଡି କରାଯିବ। ପୋଲିସ୍ କମିଶନର ଡକ୍ଟର ସୁରେଶ ଦେବ ଦତ୍ତ ସିଂଙ୍କ ଦ୍ୱାରା ଓଡ଼ିଶା ସହରାଞ୍ଚଳ ପୋଲିସ୍ ଆଇନ, ୨୦୦୩ ର ଧାରା ୨୮ ଏବଂ ଭୁବନେଶ୍ୱର-କଟକ ପୋଲିସ୍ କମିଶନରେଟ୍ (ଟ୍ରାଫିକ୍ ଏବଂ ଜନଶୃଙ୍ଖଳା) ନିୟମାବଳୀ, ୨୦୦୮ ର ନିୟମ ୩୬ ଅନୁଯାୟୀ ଏହି କଟକଣା ଜାରି କରାଯାଇଛି, ଯାହା ବିଧାନସଭା ଚାଲିଥିବା ସମସ୍ତ ଦିନରେ ବଳବତ୍ତର ରହିବ।

ବିଧାନସଭା ପରିସର ଚାରିପାଖରେ ଥିବା ଉଚ୍ଚ-ସୁରକ୍ଷା ଅଞ୍ଚଳର ସୁରକ୍ଷା ଏବଂ ଟ୍ରାଫିକ୍ ଭିଡ଼କୁ ଏଡ଼ାଇବା ପାଇଁ ଯାନବାହନ ଚାଳକମାନଙ୍କୁ ମୁଖ୍ୟତ ପାଞ୍ଚଟି ନିର୍ଦ୍ଦିଷ୍ଟ ମାର୍ଗ ପରିବର୍ତ୍ତନ ଅନୁସରଣ କରିବାକୁ ପଡ଼ିବ । ହାଉସିଂ ବୋର୍ଡ ଛକରୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଯାଉଥିବା ଗାଡି କେଶରୀ ଟକିଜ୍ ଛକଠାରୁ ଅନ୍ୟତ୍ର ଡାଇଭର୍ଟ କରାଯିବ। ସେହିପରି ଏଜି ଛକରୁ ପିଏମଜି ଛକ ଆଡ଼କୁ ଯାଉଥିବା ଟ୍ରାଫିକ୍ ଜୟଦେବ ଭବନଠାରୁ ଡାହାଣକୁ ମୋଡ଼ି ଆଇଜି ପାର୍କ ରୋଡ୍ ଦେଇ ଯିବ। ବିଶେଷ କରି ରେଳ ଷ୍ଟେଶନକୁ ଯଆଉଥିବା ଚାଳକମାନେ ଜାଣିରଖନ୍ତୁ ଯେ, ମାଷ୍ଟର କ୍ୟାଣ୍ଟିନ ପଟୁ ପିଏମଜି ଛକ ଆଡ଼କୁ ଆସୁଥିବା ସମସ୍ତ ଯାନବାହନକୁ ଲୋୟର ପିଏମଜି ନିକଟସ୍ଥ ସଂଲଗ୍ନ ଗଳି ରାସ୍ତା ଦେଇ ଛଡ଼ାଯିବ। କେବଳ ସେତିକି ନୁହେଁ, ୧୨୦ ଇନଫାଣ୍ଟ୍ରି ବାଟାଲିୟନ ଛକରୁ ଯାନବାହନଗୁଡ଼ିକୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଯିବାକୁ ଅନୁମତି ଦିଆଯିବ ନାହିଁ ବରଂ ଏହା ପରିବର୍ତ୍ତେ ସେଗୁଡ଼ିକୁ ପାୱାର ହାଉସ୍ ଛକ ଆଡ଼କୁ ପଠାଯିବ। ଲୋକ ଭବନ ଛକରୁ ଏମଏଲଏ (MLA) କଲୋନୀ ଏବଂ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଯାଉଥିବା ଟ୍ରାଫିକକୁ ୧୨୦ ବାଟାଲିୟନ ଛକଠାରୁ ଶାସ୍ତ୍ରୀନଗର ଛକ ଆଡ଼କୁ ଡାଇଭର୍ଟ କରାଯିବ।

ସୂଚନାଯୋଗ୍ୟ, କମିଶନରେଟ୍ ପୋଲିସ୍ ସ୍ପଷ୍ଟ କରିଛି ଯେ ପୋଲିସ୍, ଅଗ୍ନିଶମ ବାହିନୀ ଏବଂ ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ସେବା ଯାନବାହନ ଉପରେ ଏହି ଟ୍ରାଫିକ୍ କଟକଣା ଲାଗୁ ହେବ ନାହିଁ। ଏହା ବ୍ୟତୀତ, ରାଜ୍ୟ ବିଧାନସଭା, ଲୋକସେବା ଭବନ ଏବଂ କଟକଣାଯୁକ୍ତ ଅଞ୍ଚଳ ମଧ୍ୟରେ ଥିବା ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟକୁ ପ୍ରବେଶ କରିବା ପାଇଁ ବୈଧ ଅନୁମତି ପତ୍ର ଥିବା ଯାନବାହନଗୁଡ଼ିକୁ ଏହି ପରିବର୍ତ୍ତନରୁ ବାଦ୍ ଦିଆଯାଇଛି। ବିଧାନସଭା ଅଧିବେଶନ ସମୟରେ ଭୁବନେଶ୍ୱର ସହରରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଆଗୁଆ ନିଜର ଯାତ୍ରା ଯୋଜନା କରିବାକୁ ଏବଂ କର୍ତ୍ତବ୍ୟରତ ଟ୍ରାଫିକ୍ କର୍ମଚାରୀଙ୍କୁ ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

Also Read- Cyclone Alert: ଗତ ୯ ଘଣ୍ଟା ଧରି ପ୍ରାୟ ସମାନ ସ୍ଥାନରେ ରହିଛି ବାତ୍ୟା

Add Zee News as a Preferred Source
TAGS:

About the Author

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ZEENEWS TRENDING STORIES