SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

CM Mohan Majhi: ରାଜ୍ୟପାଳଙ୍କୁ ଭେଟିଲେ ମୋହନ ମାଝୀ, ରାଜ୍ୟର ପ୍ରଗତି ନେଇ ଚର୍ଚ୍ଚା

ନିକଟରେ ରାଜ୍ୟପାଳ ଦିଲ୍ଲୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଭେଟିଥିଲେ। ଦିଲ୍ଲୀରୁ ଫେରିବା ପରେ ଆଜି ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କ ସହ ସାକ୍ଷାତ କରିଛନ୍ତି।

Written By Priyambada Rana Edited By Priyambada Rana
Published: Oct 09, 2026, 11:55 AM IST | Updated: Oct 09, 2026, 12:00 PM IST
Image Credit: CM Mohan Majhi: ରାଜ୍ୟପାଳଙ୍କୁ ଭେଟିଲେ ମୋହନ ମାଝୀ, ରାଜ୍ୟର ପ୍ରଗତି ନେଇ ଚର୍ଚ୍ଚା
Join

CM Mohan Majhi: ଭୁବନେଶ୍ୱର: ଆଜି ଲୋକଭବନଠାରେ ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଏହି ସାକ୍ଷାତ ଅବସରରେ ରାଜ୍ୟର ସାମଗ୍ରିକ ବିକାଶ, ଜନକଲ୍ୟାଣ ଏବଂ ପ୍ରଗତିଶୀଳ ଶାସନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଦିଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ମଧ୍ୟରେ ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା ହୋଇଥିବା ଜଣାପଡ଼ିଛି। ଏହି ସାକ୍ଷାତ ସମୟରେ ରାଜ୍ୟର ବିକାଶମୂଳକ କାର୍ଯ୍ୟକ୍ରମ ଓ ଜନସାଧାରଣଙ୍କ କଲ୍ୟାଣ ସମ୍ପର୍କିତ ବିଷୟ ଗୁରୁତ୍ୱ ପାଇଥିବା କୁହାଯାଉଛି।

 

ଅନ୍ୟପକ୍ଷରେ, ନିକଟରେ ରାଜ୍ୟପାଳ ଦିଲ୍ଲୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଭେଟିଥିଲେ। ଦିଲ୍ଲୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଏହି ସାକ୍ଷାତ ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି।

ତେବେ ଏହି ସାକ୍ଷାତକୁ ସୌଜନ୍ୟମୂଳକ ବୋଲି କୁହାଯାଇଥିବା ବେଳେ ରାଜ୍ୟର ପ୍ରଗତି, ଜନକଲ୍ୟାଣ ଓ ଉନ୍ନତ ଶାସନ ବ୍ୟବସ୍ଥାକୁ ଆଗେଇ ନେବା ଦିଗରେ ଆଲୋଚନା ହୋଇଥିବା ସୂଚନା ମିଳିଛି।

Add Zee News as a Preferred Source
TAGS:

About the Author

I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
Read More

ZEENEWS TRENDING STORIES