SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Cyclone Aqwan: ଗୋପାଳପୁର ନିକଟରେ ବାତ୍ୟା ‘ଆକୱାନ୍‌’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ, ୩ ଲକ୍ଷରୁ ଊର୍ଦ୍ଧ୍ୱ ସ୍ଥାନାନ୍ତର; ସ୍ଥିତି ଉପରେ ନଜର ରଖିଛନ୍ତି ମୁଖ୍ୟ ଶାସନ ସଚିବ

Cyclone Aqwan: ଦକ୍ଷିଣ ଓଡ଼ିଶା ଉପକୂଳରେ ବାତ୍ୟା ‘ଆକୱାନ୍‌’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ସକାଳ ପ୍ରାୟ ୭ଟା ୩୦ରୁ ୮ଟା ମଧ୍ୟରେ ଗୋପାଳପୁର ନିକଟରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ରହିଥିବା ବେଳେ ଝଟକା ପବନର ବେଗ ୯୦ କିଲୋମିଟର ପର୍ଯ୍ୟନ୍ତ ରହିଛି। ଆଗାମୀ କିଛି ଘଣ୍ଟା ଧରି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିବ।

Reported By Manoj Kumar Mallia Written By Narmada Behera
Published: Nov 20, 2026, 10:53 IST | Updated: Nov 20, 2026, 10:57 IST
Image Credit: Representative - Cyclone Update
Join

Cyclone Aqwan: ଦକ୍ଷିଣ ଓଡ଼ିଶା ଉପକୂଳରେ ବାତ୍ୟା ‘ଆକୱାନ୍‌’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ସକାଳ ପ୍ରାୟ ୭ଟା ୩୦ରୁ ୮ଟା ମଧ୍ୟରେ ଗୋପାଳପୁର ନିକଟରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ରହିଥିବା ବେଳେ ଝଟକା ପବନର ବେଗ ୯୦ କିଲୋମିଟର ପର୍ଯ୍ୟନ୍ତ ରହିଛି। ଆଗାମୀ କିଛି ଘଣ୍ଟା ଧରି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିବ।

ବାତ୍ୟାର ଗତିବିଧି ଓ ପ୍ରଭାବ ଉପରେ ରାଜ୍ୟ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଭୁବନେଶ୍ୱରସ୍ଥିତ ଏସଆରସି କାର୍ଯ୍ୟାଳୟରୁ ୨୪ ଘଣ୍ଟିଆ ସ୍ଥିତି ଉପରେ ନଜର ରଖିବା ସହ ବାତ୍ୟା ମୁକାବିଲା ପ୍ରସ୍ତୁତି ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରୁଛନ୍ତି।

ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁଯାୟୀ, ବାତ୍ୟା ଆଶଙ୍କା ଥିବା ବିପଦସଙ୍କୁଳ ଓ ତଳିଆ ଅଞ୍ଚଳରୁ ଏଯାବତ୍ ୩ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ୪ ହଜାର ୧୭୦ ଜଣ ଗର୍ଭବତୀ ମହିଳାଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ସେମାନଙ୍କ ମଧ୍ୟରୁ ୧ ହଜାର ୩୧୭ ଜଣ ଶିଶୁ ଜନ୍ମ ଦେଇଛନ୍ତି।

ALSO READ: Cyclone Aqwans: ଗୋପାଳପୁର ନିକଟରେ ବାତ୍ୟା ‘ଆକୱାନ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ, ୭ରୁ ୮ ଘଣ୍ଟା ଧରି ଚାଲିବ: ମନୋରମା ମହାନ୍ତି

ALSO READ: Trains Cancelled: ବାତ୍ୟା 'ଅକଭାନ୍' ପାଇଁ ଏହିସବୁ ରୁଟ୍ ରେ ଟ୍ରେନ୍ ବାତିଲ୍, ଦେଖନ୍ତୁ ପୂରା ତାଲିକା

ସେହିପରି ପ୍ରଭାବିତ ଜିଲ୍ଲାଗୁଡ଼ିକରେ ୯ ହଜାର ୩୪୧ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି। ସେଥିମଧ୍ୟରୁ ୨ ହଜାର ୬୨୩ଟି ଆଶ୍ରୟସ୍ଥଳୀରେ ଲୋକଙ୍କ ରହିବା ସହ ରନ୍ଧା ଖାଦ୍ୟ ଯୋଗାଣ ବ୍ୟବସ୍ଥା କରାଯାଇଛି।ଉଦ୍ଧାର ଓ ଜରୁରୀକାଳୀନ ସେବା ପାଇଁ ମୋଟ ୪୨୩ଟି ଟିମ୍ ମୁତୟନ ହୋଇଛନ୍ତି। ଏଥିରେ ୬୦ଟି ଓଡ୍ରାଫ୍ ଟିମ୍, ୧୪ଟି ଏନଡିଆରଏଫ୍ ଟିମ୍ ସହ ଅଗ୍ନିଶମ ବାହିନୀ ଓ ବନ ବିଭାଗର ଗଛକଟା ଟିମ୍ ସାମିଲ ଅଛନ୍ତି। ରାସ୍ତାରୁ ଗଛ ହଟାଇବା ଓ ଯୋଗାଯୋଗ ବ୍ୟବସ୍ଥା ସ୍ୱାଭାବିକ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

ଅନ୍ୟପଟେ ଦକ୍ଷିଣ ଓଡ଼ିଶାର ୬ଟି ପାହାଡ଼ିଆ ଜିଲ୍ଲାରେ ଚିହ୍ନଟ ୯୪୧ଟି ଭୂସ୍ଖଳନ ପ୍ରବଣ ଗ୍ରାମରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବାତ୍ୟା ସମୟରେ ଟେଲି ଯୋଗାଯୋଗ ବ୍ୟବସ୍ଥା ଅଚଳ ନହେବା ପାଇଁ ଜିଲ୍ଲାପାଳମାନଙ୍କୁ ସାଟେଲାଇଟ୍ ଫୋନ୍ ଏବଂ ମୋବାଇଲ୍ ନେଟୱର୍କ ସେବା ପାଇଁ 'ସେଲ୍ ଅନ୍ ହ୍ୱିଲ୍ସ' ଯୋଗାଇ ଦିଆଯାଇଛି।

ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବା ମାତ୍ରେ ପ୍ରଭାବିତ ଅଞ୍ଚଳରେ ରାସ୍ତାଘାଟ ସଫା କରିବା, ବିଦ୍ୟୁତ୍ ଓ ଟେଲି ଯୋଗାଯୋଗ ପୁନଃସ୍ଥାପନ ସହ ଅନ୍ୟାନ୍ୟ ଜରୁରୀକାଳୀନ ସେବା ଆରମ୍ଭ କରିବାକୁ ସମସ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ହାଇଆଲର୍ଟରେ ରଖାଯାଇଛି। ବାତ୍ୟା ମୁକାବିଲା ସହ ଜନଜୀବନର ସୁରକ୍ଷା ଓ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ଉପରେ ସରକାରଙ୍କ ନଜର ରହିଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ।
 

Add Zee News as a Preferred Source
TAGS:

About the Author

ZEENEWS TRENDING STORIES