SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

ଉପରାଷ୍ଟ୍ରପତିଙ୍କ ଓରିଏଣ୍ଟସନ କାର୍ଯ୍ୟକ୍ରମକୁ ବୟକଟ୍‌ କରିବ କଂଗ୍ରେସ, ବିଜେପି ଦେଲା ଜବାବ!

କଂଗ୍ରେସର ବୟକଟ ନିଷ୍ପତ୍ତି ଉପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଯିଏ ନ ଆସିବ ନାହିଁ, ମୋ ପାଇଁ ଶିକ୍ଷା ଦରକାର ।

Written By Soubhagya Ranjan Mishra Edited By Soubhagya Ranjan Mishra
Published: Nov 13, 2026, 03:42 PM IST | Updated: Nov 13, 2026, 03:46 PM IST
Image Credit: Odisha Politics
Join

ଭୁବନେଶ୍ୱର: ଉପରାଷ୍ଟ୍ରପତିଙ୍କ ଓରିଏଣ୍ଟସନ କାର୍ଯ୍ୟକ୍ରମକୁ କଂଗ୍ରେସ ଦଳ ବୟକଟ୍‌ କରିବ ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ବିଜେଡି ମଧ୍ୟ ବୟକଟ୍‌ କରୁ ବୋଲି ଆହ୍ଵାନ ଦେଉଛି ବୋଲି ଭକ୍ତ କହିଛନ୍ତି । ରାଷ୍ଟ୍ରପତି ଓ ଉପ ରାଷ୍ଟ୍ରପତି ସାମ୍ବିଧାନିକ ପଦ ତେଣୁ ଯଥେଷ୍ଟ ସମ୍ମାନ ରହିଛି।
ଏ ସରକାରରେ ବିଧାୟକମାନଙ୍କର ସମ୍ମାନ ନାହିଁ ତେଣୁ ବୟକଟ ଦରକାର । ବିରୋଧୀ ବିଧାୟକ ଭଲଭାବେ ତାଲିମପ୍ରାପ୍ତ, ଟ୍ରେନିଂ ବିଜେପି ବିଧାୟକଙ୍କୁ ଦରକାର ବୋଲି ପିସିସି ସଭାପତି କହିଛନ୍ତି ।

ଅନ୍ୟପଟେ, କଂଗ୍ରେସର ବୟକଟ ନିଷ୍ପତ୍ତି ଉପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଯିଏ ନ ଆସିବ ନାହିଁ, ମୋ ପାଇଁ ଶିକ୍ଷା ଦରକାର । ସେମାନେ ପ୍ରଶିକ୍ଷଣ ନେଇଛନ୍ତି ବିଧାନସଭା ଆସିଲେ ଗଣ୍ଡଗୋଳ କରିବୁ । ସେମାନଙ୍କୁ ଟ୍ରେନିଂ ଦରକାର ନାହିଁ, ଜ୍ଞାନ କି ପଢ଼ିବାର ଦରକାର ନାହିଁ ବୋଲି ରୋକ୍ ଠୋକ୍ ଭାବେ କହିଛନ୍ତି ରାଜସ୍ୱ ମନ୍ତ୍ରୀ ।

ଆପଣଙ୍କୁ କହିରଖୁଛୁ ଯେ, ନଭେମ୍ୱର ୧୬ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ । ସକାଳ ୯ଟା ୧୫ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ଭୁବନେଶ୍ୱର ଓ କଟକରେ ଆୟୋଜିତ ୨ଟି କାର୍ଯ୍ୟକ୍ରମରେ ଯୋଗଦେବେ । ବିଧାନସଭା ସଦସ୍ୟଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିବେ । ୧୦ଟାରୁ ୧୧ଟା ୧୫ ପର୍ଯ୍ୟନ୍ତ ଚାଲିବ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ସକାଳ ୧୧ଟା ୨୫ରେ ଭୁବନେଶ୍ୱରରୁ ସଡ଼କ ପଥରେ କଟକ ବାହାରିବେ । ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର ନୂତନ ଆଇକନିକ୍ ଟାୱାର ଉଦ୍‌ଘାଟନ କରିବେ । ଅପରାହ୍ନ ୨ଟା ୫ରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଫେରିଯିବେ ।

Also Read- IND vs NZ: ଚତୁର୍ଥ ଦିନିକିଆରେ ନ୍ୟୁଜିଲାଣ୍ଡ ଠାରୁ ଭାରତର ପରାଜୟ

Add Zee News as a Preferred Source
TAGS:

About the Author

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ZEENEWS TRENDING STORIES