୧୦ ଦିନର ଅନଶନ ପରେ ମୁଣ୍ଡନ ହେଲେ ଟାଟା କମ୍ପାନୀ ଠିକା କର୍ମଚାରୀ
ଟାଟା କମ୍ପାନୀର ଠିକା ବିଦ୍ୟୁତ କର୍ମଚାରୀଙ୍କ ଆନ୍ଦୋଳନକୁ ନେଇ ତେଜିଛି ଅସନ୍ତୋଷ। ଦୀର୍ଘ ୪୦ ଦିନ ଧରି ଧାରଣା ଏବଂ ୧୦ ଦିନ ଧରି ଆମରଣ ଅନଶନ ଜାରି ରହିଥିଲେ ମଧ୍ୟ କର୍ମଚାରୀଙ୍କ ଦାବି ପ୍ରତି ଟାଟା କର୍ତ୍ତୃପକ୍ଷ କିମ୍ବା ରାଜ୍ୟ ସରକାର କେହି ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଛି।
ଭୁବନେଶ୍ୱର: (ମନୋଜ ମାଲିଆ) ଦୀର୍ଘ ୪୦ ଦିନର ଧାରଣା ଓ ୧୦ ଦିନର ଅନଶନ ପରେ ବି ମିଳୁନି ନ୍ୟାୟ । ଦଶାହ କର୍ମ ପାଳନ କରି ଟାଟା କମ୍ପାନୀର ଠିକା ବିଦ୍ୟୁତ କର୍ମଚାରୀମାନେ ଆଜି ଅଭିନବ ପ୍ରତିବାଦ କରିଛନ୍ତି । ସରକାର ଟାଟା କମ୍ପାନୀର ଗୁଲାମୀ କରୁଛନ୍ତି ବୋଲି ଗଣମାଧ୍ୟମ ସାମ୍ନାରେ କହିଛନ୍ତି କର୍ମଚାରୀ ।
ଟାଟା କମ୍ପାନୀର ଠିକା ବିଦ୍ୟୁତ କର୍ମଚାରୀଙ୍କ ଆନ୍ଦୋଳନକୁ ନେଇ ତେଜିଛି ଅସନ୍ତୋଷ। ଦୀର୍ଘ ୪୦ ଦିନ ଧରି ଧାରଣା ଏବଂ ୧୦ ଦିନ ଧରି ଆମରଣ ଅନଶନ ଜାରି ରହିଥିଲେ ମଧ୍ୟ କର୍ମଚାରୀଙ୍କ ଦାବି ପ୍ରତି ଟାଟା କର୍ତ୍ତୃପକ୍ଷ କିମ୍ବା ରାଜ୍ୟ ସରକାର କେହି ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଛି।
ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁଯାୟୀ, ଗତକାଲି ଟାଟା କର୍ତ୍ତୃପକ୍ଷ ଆଲୋଚନା ପାଇଁ ଡାକିଥିଲେ ମଧ୍ୟ କର୍ମଚାରୀଙ୍କ କୌଣସି ଦାବି ମାନିବାକୁ ପ୍ରସ୍ତୁତ ହୋଇନଥିଲେ। ଏପରିକି ଓଡ଼ିଆ ଅସ୍ମିତାର ନାରା ଦେଇ କ୍ଷମତାକୁ ଆସିଥିବା ସରକାର ଏବେ ସବୁ ଭୁଲିଯାଇ ଟାଟା କମ୍ପାନୀର ସ୍ୱାର୍ଥକୁ ଗୁରୁତ୍ୱ ଦେଉଥିବା ଅଭିଯୋଗ କରିଛି ଠିକା ବିଦ୍ୟୁତ କର୍ମଚାରୀ ସଂଘ।
ଏହାର ପ୍ରତିବାଦରେ ଆନ୍ଦୋଳନ ସ୍ଥଳରେ ଏକ ନିଆରା ପ୍ରତିବାଦ କରାଯାଇଛି। ସରକାରଙ୍କ ନିଷ୍କ୍ରିୟତାକୁ ବିରୋଧ କରି ଦଶାହ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଆସନ୍ତାକାଲି ଏକାଦଶାହ ଅବସରରେ ଅବଢ଼ା କାର୍ଯ୍ୟକ୍ରମ ରଖାଯାଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ସମେତ କିଛି ମନ୍ତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି।
ସରକାର ଏବଂ ଟାଟା କର୍ତ୍ତୃପକ୍ଷ ଆନ୍ଦୋଳନସ୍ଥଳକୁ ଆସି କର୍ମଚାରୀଙ୍କ ସମସ୍ୟା ଓ ଦୁର୍ଦ୍ଦଶା ଦେଖନ୍ତୁ ବୋଲି ସଂଘ ପକ୍ଷରୁ ଆହ୍ୱାନ ଦିଆଯାଇଛି। ଦୀର୍ଘଦିନର ଆନ୍ଦୋଳନ ପରେ ମଧ୍ୟ ଦାବି ପୂରଣ ନହେବାରୁ ଏବେ ଏହି ଅଭିନବ ପ୍ରତିବାଦକୁ ଆପଣାଇଛନ୍ତି ଠିକା ବିଦ୍ୟୁତ କର୍ମଚାରୀ।
Also Read- ଜୀ ସାର୍ଥକରେ ଏହି ରବିବାର ଦିନ ଦେଖନ୍ତୁ 'ମିସ କଲେ ଚାନ୍ସ ଗଲା'