SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Bhubaneswar Crime News:ପୁଣି ଗର୍ଜିଲା ବନ୍ଧୁକ,ରାଜଧାନୀରେ ଗୁଳିକାଣ୍ତରେ ଚାଲିଗଲା ଜଣଙ୍କ ଜୀବନ

Bhubaneswar Crime News: ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ବରରେ ଫୁଟିଲା ଗୁଳି। ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳିକାଣ୍ତ ହୋଇ ଜଣଙ୍କର ମୃତ୍ୟୁ ହୋଇଛି।

Written By Narmada Behera Edited By Narmada Behera
Published: Nov 05, 2026, 08:42 AM IST | Updated: Nov 05, 2026, 08:44 AM IST
Image Credit: Representative - AI / Social Media
Join

Bhubaneswar Crime News: ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ବରରେ ଫୁଟିଲା ଗୁଳି। ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳିକାଣ୍ତ ହୋଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ତପନ ନାୟକ। ଲିଙ୍ଗରାଜ୍ ଥାନା ମାଉସୀ ମାଆ ଛକ ଓଭର ବ୍ରିଜ୍ ଉପରେ ଗୁଳିକାଣ୍ତ  ଘଟିଛି।  ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କେଉଁ ପରିସ୍ଥିତିରେ ଏହି ଅଘଟଣ ଘଟିଲା ସେନେଇ ଛାନଭିନ୍ ଆରମ୍ଭ ହୋଇଛି। ମୃତ ତପନ ନାୟକ ହେଉଛନ୍ତି ଜଣେ ଜେସିବି ମେସିନ୍ ଠିକା କଣ୍ଟ୍ରାକ୍ଟର। ତାଙ୍କ ଘର ଶିଶୁପାଳଗଡରେ ହୋଇଥିବା ଜଣାପଡିଛି।

ସୂଚନା ଅନୁସାରେ,ଏକାଠି ବସି ମଦ ପିଉଥିବା ବେଳେ ଦୁଇଗୋଷ୍ଠୀଙ୍କ ମଧ୍ୟରେ କୌଣସି ଏକ ଘଟଣାକୁ ନେଇ ଗୁଳିକାଣ୍ତ ଘଟିଥିଲା।ଗୁଳିମାଡ଼ରେ ଗୁରୁତର ହୋଇପଡିଥିଲେ ତପନ ନାହାକ। ତାଙ୍କୁ ପ୍ରଥମେ କ୍ୟାପିଟାଲ୍ ହସପିଟାଲ୍ ନିଆଯାଇଥିଲା। ପରେ ଏକ ଘରୋଇ ହସପିଟାଲ କୁ ନେବା ବାଟରେ ମୃତ୍ୟୁ ହୋଇଛି। ଘଟଣାପରେ ମାଉସୀ ମାଆ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଖବର ପାଇଁ ଘଟଣାସ୍ଥଳରେ ଲିଙ୍ଗରାଜ୍ ପୋଲିସ ପହଞ୍ଚିଛି। ଡିସିପି ସରବଣା ବିବେକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କେଉଁ କାରଣରୁ ଗୁଳିକାଣ୍ତ ଘଟିଲା। ପୂର୍ବ ଶତ୍ରୃତା ନା ଅନ୍ୟ କୌଣସି କାରଣକୁ ନେଇ ପୋଲିସ୍ ତଦନ୍ତ ଜାରି ରଖିଛି।

 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES