SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

SRC Press Meet: ବାତ୍ୟା 'ଅର୍ଣ୍ଣବ'ମୁକାବିଲା ନେଇ ଏସଆରସିଙ୍କ ପ୍ରେସମିଟ, କହିଲେ ଆଗାମୀ ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ...

SRC Press Meet: ବାତ୍ୟା ଅର୍ଣ୍ଣବକୁ ନେଇ ପ୍ରେସମିଟ୍ କରିଛନ୍ତି ଏସଆରସି ରାଜେଶ ପ୍ରଭାକର ପାଟିଲ। ସେ କହିଛନ୍ତି ବାତ୍ୟା ଲ୍ୟାଣ୍ତଫଲ୍ ଶେଷ ହୋଇଛ। ଓଡ଼ିଶାରେ କୌଣସି ପ୍ରକାର ବଡ଼ ଧରଣର କ୍ଷୟକ୍ଷତି ହୋଇନାହିଁ। ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ବପୂର୍ଣ୍ଣ।

Written By Narmada Behera Edited By Narmada Behera
Published: Oct 28, 2026, 02:06 PM IST | Updated: Oct 28, 2026, 02:08 PM IST
Image Credit: Representative - Social Media
Join

SRC Press Meet: ବାତ୍ୟା ଅର୍ଣ୍ଣବକୁ ନେଇ ପ୍ରେସମିଟ୍ କରିଛନ୍ତି ଏସଆରସି ରାଜେଶ ପ୍ରଭାକର ପାଟିଲ। ସେ କହିଛନ୍ତି ବାତ୍ୟା ଲ୍ୟାଣ୍ତଫଲ୍ ଶେଷ ହୋଇଛ। ଓଡ଼ିଶାରେ କୌଣସି ପ୍ରକାର ବଡ଼ ଧରଣର କ୍ଷୟକ୍ଷତି ହୋଇନାହିଁ। ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ବପୂର୍ଣ୍ଣ। ବାତ୍ୟାଟି ସ୍ଥଳଭାଗ ଦେଇ ଗତି କରୁଥିବା ବେଳେ ଆକଳନ କରାଯାଇଥିବା ପଥ ଅନୁସାରେ ଆଗକୁ ବଢୁଛି। ଆଜି ସନ୍ଧ୍ୟା ସୁଧା ମାଲକାନଗିରିରେ ପହଞ୍ଚିବାର ସମ୍ଭାବନା ରହିଛି।

ବାତ୍ୟାଟି ସ୍ଥଳଭାଗ ଦେଇ ଗତି କରୁଛି ଏବଂ ପୂର୍ବରୁ ଆକଳନ କରାଯାଇଥିବା ପଥ ଅନୁସାରେ ଆଗକୁ ବଢ଼ୁଛି। ଭାରତୀୟ ପାଣିପାଗ ବିଭାଗ (IMD) ର ପୂର୍ବାନୁମାନ ଅନୁଯାୟୀ, ଏହି ବାତ୍ୟା ବୁଧବାର ସନ୍ଧ୍ୟା ସୁଦ୍ଧା ମାଲକାନଗିରି ଜିଲ୍ଲାରେ ପହଞ୍ଚିବାର ସମ୍ଭାବନା ରହିଛି। ମଙ୍ଗଳବାର ଭୋର୍ ଅର୍ଥାତ୍ ରାତି ୨ଟାରୁ ସକାଳ ୮ଟା ଯାଏଁ ପ୍ରାୟ ୬ ଘଣ୍ଟା ଧରି ଲ୍ୟାଣ୍ତଫଲ୍ ସ୍ଥଳଭାଗ ଅତିକ୍ରମ କରିବା ପ୍ରକ୍ରିୟା ଚାଲିଥିଲା। ଏବଂ କିଛି ସମୟ ପାଇଁ ବାତ୍ୟାଟି ସ୍ଥିର ହୋଇଗଲା। ସ୍ଥଳଭାଗ ଅତିକ୍ରମ କରିବା ପ୍ରକ୍ରିୟା ଶେଷ ହୋଇଥିବା ବେଳେ ବାତ୍ୟାଟି ଏବେ ଆଗକୁ ବଢୁଛି।

ସେ ଆହୁରି କହିଛନ୍ତି ଯେ, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ଗତ ୨୪ ଘଣ୍ଟାରେ ମୋହନା ବ୍ଲକରେ ୧୮୨ ମିଲିମିଟର ଏବଂ ପାରଳାଖେମୁଣ୍ଡିରେ ୧୪୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ୨,୦୦୦ରୁ ଅଧିକ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏ-ନେଇ ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ କୁହାଯାଇଛି। 
 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES