SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Kali Puja 2026: ଭୁବନେଶ୍ୱର ଓଲ୍ଡ ଟାଉନରେ ଧୂମଧାମରେ ପାଳିତ ହେଲା ମହାକାଳୀଙ୍କ ପୂଜା

Kali Puja 2026: ଭୁବନେଶ୍ୱର ଓଲ୍ଡ ଟାଉନରେ ଧୁମଧାମରେ ପାଳିତ ହୋଇଛି ମା' ଦେବୀ ମହାକାଳୀଙ୍କ ପୂଜା। ମା'ଙ୍କ ଆରାଧନା ପାଇଁ ପୂରା ଅଞ୍ଚଳରେ ସୃଷ୍ଟି ହୋଇଥିଲା ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ।

Reported By Manoj Kumar Mallia Written By Narmada Behera
Published: Nov 08, 2026, 10:46 PM IST | Updated: Nov 08, 2026, 10:48 PM IST
Image Credit: Representative -Zee Odisha News
Join


Kali Puja 2026: ଭୁବନେଶ୍ୱର ଓଲ୍ଡ ଟାଉନରେ ଧୁମଧାମରେ ପାଳିତ ହୋଇଛି ମା' ଦେବୀ ମହାକାଳୀଙ୍କ ପୂଜା। ମା'ଙ୍କ ଆରାଧନା ପାଇଁ ପୂରା ଅଞ୍ଚଳରେ ସୃଷ୍ଟି ହୋଇଥିଲା ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ। ଏହି ଅବସରରେ ଆକର୍ଷଣୀୟ ଭାବେ ସଜ୍ଜିତ ହୋଇଥିଲା ପୂଜାମଣ୍ଡପ। ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସୁଥିଲା ପୂଜାସ୍ଥଳ। ମା'ଙ୍କ ଦର୍ଶନ ଓ ଆଶୀର୍ବାଦ ପାଇବା ପାଇଁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା।

ପାରମ୍ପରିକ ରୀତିନୀତି ଓ ବିଧିବିଧାନ ଅନୁଯାୟୀ ମା' ମହାକାଳୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ମନ୍ତ୍ରୋଚ୍ଚାରଣ, ହୋମଯଜ୍ଞ ଓ ଆଳତିରେ ପ୍ରକମ୍ପିତ ହୋଇଥିଲା ପୂଜାମଣ୍ଡପ। ଭକ୍ତମାନେ ମା'ଙ୍କ ନିକଟରେ ଦୀପ ଜାଳିବା ସହ ନିଜ ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଥିଲେ। ମା'ଙ୍କ ଦିବ୍ୟ ରୂପ ଓ ସୁନ୍ଦର ସାଜସଜ୍ଜା ଶ୍ରଦ୍ଧାଳୁଙ୍କ ମନ ମୋହିଥିଲା।

ପୂଜାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଥିଲା। ପରିବାର ସହ ଛୋଟ ପିଲାଠାରୁ ବୟସ୍କ ସମସ୍ତେ ପୂଜାମଣ୍ଡପକୁ ଆସି ମା'ଙ୍କ ଦର୍ଶନ କରିଥିଲେ। ଭକ୍ତି, ଶ୍ରଦ୍ଧା ଓ ଆସ୍ଥାର ଏହି ମହାପର୍ବ ଓଲ୍ଡ ଟାଉନ ଅଞ୍ଚଳକୁ ଉତ୍ସବମୁଖର କରିଥିବା ବେଳେ ମା' ମହାକାଳୀଙ୍କ ଆଶୀର୍ବାଦ ନେଇ ଘରକୁ ଫେରିଥିଲେ ଶ୍ରଦ୍ଧାଳୁ।

 

Add Zee News as a Preferred Source
TAGS:

About the Author

ZEENEWS TRENDING STORIES