Bengal Tiger: ମଧ୍ୟପ୍ରଦେଶରୁ ଓଡ଼ିଶା ଆସିବେ ୩ ମହାବଳ, ଚିହ୍ନଟ ହୋଇ ଆରମ୍ଭ ହେବ ସ୍ଥାନାନ୍ତର ପ୍ରକ୍ରିୟା
Bengal Tiger: ମଧ୍ୟପ୍ରଦେଶରୁ ଓଡ଼ିଶାକୁ ଆସିବେ ୩ ମହାବଳ ବାଘ। ସରକାରଙ୍କ ଔପଚାରିକ ଅନୁରୋଧକୁ ଅପେକ୍ଷା କରିଛି ମଧ୍ୟପ୍ରଦେଶ ବନବିଭାଗ। ସେମାନେ ଶୀତ ଋତୁରେ ବନ ବିଭାଗ ପାଖକୁ ଏହି ପ୍ରସ୍ତାବ ପଠାଇପାରନ୍ତି। ରାଜ୍ୟ ସରକାରଙ୍କ ଅନୁରୋଧ ମିଳିବା ପରେ ସ୍ଥାନାନ୍ତର ପାଇଁ ବାଘ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଛତିଶଗଡ଼ ବନ ବିଭାଗ ପକ୍ଷରୁ କୁହାଯାଇଛି। ବନ୍ୟପ୍ରାଣୀ ବିଭାଗର ଅତିରିକ୍ତ ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ ( ଏପିସିସିଏଫ) ଏଲ୍ . କୃଷ୍ଣମୂର୍ତ୍ତୀ ଗଣମାଧ୍ୟମକୁ କହିଛନ୍ତି ଯେ, ରାଜ୍ୟ ମଧ୍ୟରେ ବାଘ ସ୍ଥାନାନ୍ତର ଯୋଜନା ଅଧିନରେ ଛତିଶଗଡକୁ ୪ଟି, ଓଡ଼ିଶାକୁ ୩ଟି ରାଜସ୍ଥାନକୁ ଗୋଟିଏ ବାଘ ଦିଆଯିବା ପାଇଁ ନିସ୍ପତି ହୋଇଛି।

ବର୍ତ୍ତମାନ ସୁଧା ଏହି ରାଜ୍ୟ ଗୁଡିକ ପକ୍ଷରୁ କୌଣସି ପ୍ରକାର ଦାବି କରାଯାଇ ନାହିଁ। ତେଣୁ ଦାବି ମିଳିବା ପରେ ହିଁ ସ୍ଥାନାନ୍ତର ପାଇଁ ବାଘ ଚିହ୍ନଟ ଆରମ୍ଭ ହେବ। ମଧ୍ୟପ୍ରଦେଶର ବାନ୍ଧବଗଡ,ପେଞ୍ଚ୍ ଏବଂ ସାତପୁରା ବାଘ ସଂରକ୍ଷଣ କେନ୍ଦ୍ରରେ ବାଘ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ। ଓଡ଼ିଶାର ଶିମିଳିପାଳ, ସାତକୋଶିଆ ଅଭୟାରଣ୍ୟରେ ମହାବଳଙ୍କ ଖାଦ୍ୟ ବିଶେଷକରି,ବାରାହ ଓ ହରିଣ ପ୍ରଚୁର ପରିମାଣରେ ଉପଲବ୍ଧ। ତେଣୁ ଏହି ଅଭୟାରଣ୍ୟକୁ ମହାବଳ ସ୍ଥାନାନ୍ତର କରାଗଲେ ମହାବଳଙ୍କ ସଂଖ୍ୟା ବୃଦ୍ଧି ପାଇବ।
ସୂଚନା ଅନୁସାରେ, ଶିମିଳିପାଳରେ ବାଘସଂଖ୍ୟା ବୃଦ୍ଧି ସହ ମେଲେନାଷ୍ଟିକ୍ ପ୍ରଜାତିର ଆନୁବଂଶିକ ପ୍ରକ୍ରିୟା ରୋକିବାକୁ ୨୦୨୪ ରେ ବନ ବିଭାଗ ମହାରାଷ୍ଟ୍ରର ତଡାବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ପ୍ରଥମେ 'ଯମୁନା'କୁ ଶିମିଳିପାଳରେ ଛଡା ଯାଇଥିଲା। ୨୦୨୪ ନଭେମ୍ବରରେ 'ଜିନ୍ନତ'କୁ ଶିମିଳିପାଳରେ ଛଡାଯାଇଥିଲା। ଜିନ୍ନତ ୪ ଶାବକ ଜନ୍ମଦେବା ପରେ ଶିମିଳିପାଳରେ ମହାବଳ ସଂଖ୍ୟା ବୃଦ୍ଧି ନେଇ ବନ ବିଭାଗ ଏକ ପ୍ରକାର ନିଶ୍ଚିତ ହୋଇଥିଲା। ତେଣୁ ମଧ୍ୟପ୍ରଦେଶରୁ ବାଘ ସ୍ଥାନାନ୍ତର ପ୍ରକ୍ରିୟାରେ ଆଉ ୩ଟି ବାଘ ଆଣି ଓଡିଶା ଜଙ୍ଗଲରେ ଛଡାଗଲେ ଏଠାରେ ମହାବଳଙ୍କ ସଂଖ୍ୟା ବୃଦ୍ଧି ଘଟିବ ବୋଲି ପରିବେଶବିତ୍ ମାନେ ମତ ପ୍ରକାଶ କରିଛନ୍ତି।