ଲାଞ୍ଚ ନେଇ ଭିଜିଲାନ୍ସ ଧରା ପଡିଲେ ଭୁବନେଶ୍ୱରର କେଶରୀ ନଗର RI
ନିଜ ମାଆ ଏବଂ ସାନଭାଇଙ୍କ ମୃତ୍ୟୁ ପରେ ଜଣେ ଆବେଦନକାରୀ ଉତ୍ତରାଧିକାରୀ ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ। ଏହି ପ୍ରମାଣପତ୍ର ପ୍ରଦାନ ପାଇଁ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରି ଆଗକୁ ପଠାଇବା ପାଇଁ ଅଭିଯୁକ୍ତ ରାଜସ୍ୱ ନିରୀକ୍ଷକ ୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ।
Vigilance Case: ଭୁବନେଶ୍ୱର କେଶରୀ ନଗର ରାଜସ୍ୱ ନିରୀକ୍ଷକ ନିରଞ୍ଜନ ସିଂହଙ୍କୁ ଉତ୍ତରାଧିକାରୀ ପ୍ରମାଣପତ୍ର (ଲିଗାଲ୍ ହେୟାର ସାର୍ଟିଫିକେଟ୍) ପ୍ରଦାନ ପ୍ରକ୍ରିୟାକୁ ସହଜ କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି।
ନିଜ ମାଆ ଏବଂ ସାନଭାଇଙ୍କ ମୃତ୍ୟୁ ପରେ ଜଣେ ଆବେଦନକାରୀ ଉତ୍ତରାଧିକାରୀ ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ। ଏହି ପ୍ରମାଣପତ୍ର ପ୍ରଦାନ ପାଇଁ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରି ଆଗକୁ ପଠାଇବା ପାଇଁ ଅଭିଯୁକ୍ତ ରାଜସ୍ୱ ନିରୀକ୍ଷକ ୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ।
ଆବେଦନକାରୀ ଜଣକ ସମସ୍ତ ଆବଶ୍ୟକୀୟ ଦଲିଲ ସହିତ ୦୯.୦୯.୨୦୨ ୬ ରିଖରେ ଅନଲାଇନ୍ ମାଧ୍ୟମରେ ଆବେଦନ କରିଥିଲେ। ଏହା ପରେ ସେ ଆର.ଆଇ-ଙ୍କୁ ୩-୪ ଥର ଭେଟି ଅନୁରୋଧ କରିଥିଲେ ମଧ୍ୟ ସେ କୌଣସି କାରଣ ନଥାଇ କାର୍ଯ୍ୟରେ ବିଳମ୍ବ କରୁଥିଲେ ଏବଂ ଲାଞ୍ଚ ନେବା ପାଇଁ ଜିଦ୍ ଧରିଥିଲେ।
ଏଥିରେ ଅସନ୍ତୁଷ୍ଟ ହୋଇ ଆବେଦନକାରୀ ଜଣକ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲେ। ଯୋଜନା ମୁତାବକ, ଆଜି ୦୫ ଅକ୍ଟୋବର ୨୦୨୬ ଓଡ଼ିଶା ଭିଜିଲାନ୍ସର ଏକ ଟିମ୍ ଆରଆଇ ନିରଞ୍ଜନ ସିଂହଙ୍କୁ ଆବେଦନକାରୀଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ରଙ୍ଗେହାତ କାବୁ କରିଥିଲେ।
ଏହି ସଫଳ ଚଢ଼ାଉ ପରେ, ଆୟ ବହିର୍ଭୂତ ସମ୍ପତ୍ତି (DA) ଠାବ କରିବା ଉଦ୍ଦେଶ୍ୟରେ ଶ୍ରୀ ସିଂହଙ୍କ ସହ ଜଡ଼ିତ ଦୁଇଟି ସ୍ଥାନରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ସର୍ଚ୍ଚ ଅପରେସନ ଚାଲିଛି। ଏହି ସମ୍ପର୍କରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ (ସଂଶୋଧନ) ଅଧିନିୟମ, ୨୦୧୮ ର ଧାରା ୭ ଅନ୍ତର୍ଗତ ମାମଲା (କେସ୍ ନଂ ୨୨, ତାରିଖ ୦୩.୦୯.୨୦୨୬) ରୁଜୁ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ବର୍ତ୍ତମାନ ଅଧିକ ତଦନ୍ତ ଜାରି ରହିଛି।