Odisha Assembly: ସମୟ ପୂର୍ବରୁ ସରିଲା ମୌସୁମୀ ଅଧିବେଶନ,ଅନିର୍ଦ୍ଦିଷ୍ଟ କାଳ ପାଇଁ...
Odisha Assembly: MMDR ପ୍ରସଙ୍ଗକୁ ନେଇ ବାରମ୍ବାର ଗୃହ ମୁଲତବୀ। ଅଚଳାବସ୍ଥା ଭିତରେ ଆଜି ଶେଷ ହୋଇଛି ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ। ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି।
Odisha Assembly: MMDR ପ୍ରସଙ୍ଗକୁ ନେଇ ବାରମ୍ବାର ଗୃହ ମୁଲତବୀ। ଅଚଳାବସ୍ଥା ଭିତରେ ଆଜି ଶେଷ ହୋଇଛି ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ। ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି। ରାଜ୍ୟରେ ଏବେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାରୀ ଦଳର ମୁଖ୍ୟ ସଚେତକ ପ୍ରସ୍ତାବ ଆଣିଥିଲେ। ବନ୍ୟା ପ୍ରଭାବିତ ଅଞ୍ଚଳର, ରିଲିଫ ଓ ଉଦ୍ଧାର କାର୍ଯ୍ୟକୁ ନେଇ ଗୃହରେ ଆଲୋଚନା ହେବାର ଆଶବ୍ୟକତା ଥିଲା। ହେଲେ ଚଳିତ ମୌସୁମୀ ଅଧିବେଶନର କାର୍ଯ୍ୟକାରିତା କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ବିଧାନସଭାର ୫ଟି କାର୍ଯ୍ୟ ଦିବସରେ କେବଳ ୪ଟି ବିଲ୍ ହେଲା ପାରିତ ହୋଇଥିବା ବେଳେ ୯ଟି କାର୍ଯ୍ୟ ଦିବସ ମଧ୍ୟରୁ ମାତ୍ର ୫ ଦିନ ଚାଲିପାରିଛି ବିଧାନସଭା ଅଧିବେଶନ।
ଗୃହ ଆରମ୍ଭର ପ୍ରଥମ ଦିନରୁ ହିଁ ଏମଏମଡିଆର ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଘେରିଥିଲେ। ବିରୋଧି ଦଳର ସଦସ୍ୟମାନେ ହାତରେ ପୋଷ୍ଟର ଓ ପ୍ଲାକାର୍ଡ ଧରି ଗୃହର ମଧ୍ୟଭାଗକୁ ଆସି ପ୍ରଶ୍ନକାଳ ଓ ଶୂନ୍ୟକାଳ ପ୍ରଭାବିତ କରିଥିଲେ।ଯାହା ଫଳରେ ଗୃହକାର୍ଯ୍ୟ ଆଶାନୁରୂପ ଭାବରେ ଚାଲିପାରିନଥିଲା। ତେବେ, ଅଧିବେଶନ ଶେଷରେ, ମୁଖ୍ୟମନ୍ତ୍ରୀ ଧନ୍ୟବାଦ୍ ଜଣାଇଥିଲେ। ଜନ ବିଶ୍ବାସ ବିଲ୍ ପାରିତ ହେବା ସହ ସମସ୍ତ ଦଳର ସଦସ୍ୟ, ସରକାରୀ ଅଧିକାରୀ,ନିରାପତ୍ତା କାର୍ଯ୍ୟରେ ଥିବା ପୋଲିସ୍ , ବିଧାନସଭା ଅଧିକାରୀଙ୍କ ସହ ଗଣମାଧ୍ୟମଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି।