• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଭୁବନେଶ୍ୱର
  • /Odisha Assembly: ରାଜ୍ୟରେ ମୁଣ୍ଡପିଛା ଋଣ ବଢ଼ିଛି, ୨ ଲକ୍ଷ ୩୯ ହଜାର ଜମାକାରୀଙ୍କୁ ଚିଟଫଣ୍ଡ ଟଙ୍କା ମିଳିଛି

Odisha Assembly: ରାଜ୍ୟରେ ମୁଣ୍ଡପିଛା ଋଣ ବଢ଼ିଛି, ୨ ଲକ୍ଷ ୩୯ ହଜାର ଜମାକାରୀଙ୍କୁ ଚିଟଫଣ୍ଡ ଟଙ୍କା ମିଳିଛି

ସରକାରୀ ଅଧିକାରୀ କଥା ଶୁଣୁ ନଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ବିଧାୟକ । ସରକାରୀ କାର୍ଯ୍ୟରେ ଡକା ନ ଯାଇ ଉଦ୍‌ଘାଟନ କରାଯାଉଥିବା ଅଭିଯୋଗ ହୋଇଛି ।

Written BySoubhagya Ranjan MishraEdited BySoubhagya Ranjan Mishra
Published: Nov 23, 2026, 14:59 IST|Updated: Nov 23, 2026, 15:00 IST
joinshare
Odisha Assembly: ରାଜ୍ୟରେ ମୁଣ୍ଡପିଛା ଋଣ ବଢ଼ିଛି, ୨ ଲକ୍ଷ ୩୯ ହଜାର ଜମାକାରୀଙ୍କୁ ଚିଟଫଣ୍ଡ ଟଙ୍କା ମିଳିଛି
Image Credit: Canva/ZEEOdishaNews

About the Author

Soubhagya Ranjan Mishra

Soubhagya Ranjan Mishra

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
ଓଡ଼ିଶାର ସର୍ବକନିଷ୍ଠ ସ୍କୁବା ଡାଇଭର୍ ସମ୍ବଲପୁରର ତ୍ୱିଷା ପାଣିଗ୍ରାହୀ

ଓଡ଼ିଶାର ସର୍ବକନିଷ୍ଠ ସ୍କୁବା ଡାଇଭର୍ ସମ୍ବଲପୁରର ତ୍ୱିଷା ପାଣିଗ୍ରାହୀ

2

ପାରାଦୀପରେ ଅତୀତ ଉତ୍କଳର ଗୌରବ ଗାଥା ମନେ ପକାଇଲେ ମୁଖ୍ୟମନ୍ତ୍ରୀ

3

Rahul Gandhi: ବାପା ରାଜୀବଙ୍କୁ ମନେ ପକାଇ ଭାବପ୍ରବଣ ହେଲେ ରାହୁଲ ଗାନ୍ଧୀ

4

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

5

'ଆସନ୍ତାକାଲି ସୁଦ୍ଧା ଅଗ୍ରଗତି ନହେଲେ ମୁହଁ ଖୋଲିବି': ଭୁବନେଶ୍ୱର ବାର୍‌ ଘଟଣାରେ ଅଭିନେତ୍ରୀଙ୍କ ଚେତାବନୀ

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.

Odisha Assembly: ଆଜି ବିଧାନସଭାର ଶୀତକାଳିନ ଅଧିବେଶନର ଚତୁର୍ଥ ଦିନରେ ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିଛି । ଗୃହ ଆରମ୍ଭରୁ ପ୍ରଥମେ ହୋହଲ୍ଲା କଂଗ୍ରେସ ବିଧାୟକ କରିଥିଲେ । କୋଟିଆ ପ୍ରସଙ୍ଗରେ ଆଲୋଚନା ଦାବି କରି ହୋହଲ୍ଲା କରିଥିଲେ କଂଗ୍ରେସ ବିଧାୟକ । ଆଲୋଚନା ପାଇଁ ବାଚସ୍ପତିଙ୍କ ପ୍ରତିଶ୍ରୁତି ପରେ ନିଜ ଆସନରେ ବସିଥିଲେ କଂଗ୍ରେସ ସଦସ୍ୟ ।

ରାଜ୍ୟରେ ଦୁର୍ଘଟଣା ମୃତ୍ୟୁ ନେଇ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଗତ ୩ ବର୍ଷରେ ୧୮ ହଜାର ୩୬୪ ଜଣଙ୍କ ଜୀବନ ଯାଇଛି । ୨୦୨୩ରେ ୫୭୩୯, ୨୦୨୪ରେ ୬୧୪୨, ୨୦୨୫ରେ ୬୪୮୩ ମୃତ୍ୟୁବରଣ କରିଛନ୍ତି ।

ସରକାରୀ ଅଧିକାରୀ କଥା ଶୁଣୁ ନଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ବିଧାୟକ । ସରକାରୀ କାର୍ଯ୍ୟରେ ଡକା ନ ଯାଇ ଉଦ୍‌ଘାଟନ କରାଯାଉଥିବା ଅଭିଯୋଗ ହୋଇଛି । ଗୃହରେ କଂଗ୍ରେସ ବିଧାୟକ ସତ୍ୟଜିତ ଗମାଙ୍ଗୋ ଅଭିଯୋଗ କରିଛନ୍ତି । ସରକାରୀ ଅଧିକାରୀଙ୍କ ବ୍ୟବହାରକୁ ନେଇ ସମାଲୋଚନା କରିଛନ୍ତି ବିଧାୟିକା ସୋଫିଆ ଫିର୍ଦ୍ଦୋଶ । ଏଥିପାଇଁ ସରକାରୀ ବାବୁଙ୍କୁ ଟ୍ରେନିଂ ଦେବାକୁ ଦାବି କରିଛନ୍ତି ସୋଫିଆ । ପଞ୍ଚାୟତ ସମିତି ବୈଠକରେ ଡକା ଯାଉନି କହି କ୍ଷୋଭ ଝାଡ଼ିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । ଅଭିଯୋଗକୁ ଗୁରୁତ୍ବର ସହ ଗ୍ରହଣ କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ । କଟକ RDCରେ ଖୁବ୍‌ଶୀଘ୍ର ଏଥିକ୍ସ କମିଟି ଦ୍ୱାରା ଟ୍ରେନିଂ କାର୍ଯ୍ୟକ୍ରମ କରାଯିବ ।

୩ ବର୍ଷରେ ୧୩ ପୋଲିସ ବାବୁଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ହୋଇଛି । ଖାକିରେ କଳଙ୍କ ନେଇ ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲିଖିତ ଉତ୍ତର ରଖିଛନ୍ତି । ମୟୂରଭଞ୍ଜ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଅନୁଗୁଳ, ନୂଆପଡ଼ାରୁ ଏପରି ଅଭିଯୋଗ ଆସିଛି । ରାଇରଙ୍ଗପୁର, କନ୍ଧମାଳ, କମିସନରେଟ ପୋଲିସରୁ ବି ଅଭିଯୋଗ ଆସିଛି । କଟକ କ୍ରାଇମବ୍ରାଞ୍ଚର ଜଣେ IIC ବି ଯୌନ ନିର୍ଯାତନାରେ ସାମିଲ ରହିଥିବା ଅଭିଯୋଗ ରହିଛି । ଭୁବନେଶ୍ୱର କମିସନରେଟ ପୋଲିସର ଜଣେ ASI ବି ଯୌନ ନିର୍ଯାତନାରେ ସାମିଲ ହୋଇଥିବା ଅଭିଯୋଗ ରହିଛି । ୬ ଗିରଫ, ୩ ଜଣଙ୍କୁ ନୋଟିସ୍‌, ଜଣେ ଜାମିନରେ ଅଛନ୍ତି ।

ରାଜ୍ୟରେ ମୁଣ୍ଡପିଛା ଋଣ ବଢ଼ିଛି । ଗୃହରେ ମୁଖ୍ୟମନ୍ତ୍ରୀ ଏନେଇ ଲିଖିତ ଉତ୍ତର ରଖିଛନ୍ତି । ଅକ୍ଟୋବର ସୁଦ୍ଧା ମୁଣ୍ଡ ପିଛା ଋଣ ପହଞ୍ଚିଲାଣି ୨୭ ହଜାର ୫୦୨ ଟଙ୍କା । ଅକ୍ଟୋବର ପୂର୍ବରୁ ମୁଣ୍ଡ ପିଛା ଋଣ ଥିଲା ୨୬ ହଜାର ୧୩୩ ଟଙ୍କା । ରାଜ୍ୟର ଋଣ ଭାର ୧ ଲକ୍ଷ୍ୟ ୩୦ ହଜାର କୋଟି ଟଙ୍କା ଟପିଛି ।

ଅଢ଼େଇ ବର୍ଷରେ ଭିଜିଲାନ୍ସ ଜାଲରେ ୭୦୬ ଅଧିକାରୀ/କର୍ମଚାରୀ ଫସିଛନ୍ତି । ୧୪୧ଟି ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ଏବଂ ୨୩୭ଟି ଫନ୍ଦି ମାମଲା ହୋଇଛି । ୧୪୭ଟି ଅର୍ଥ ତୋଷରପାତ ମାମଲା ରୁଜୁ କରିଛି ରାଜ୍ୟ ଭିଜିଲାନ୍ସ । ତନ୍ମଧ୍ୟରେ ୧୩୫ ପ୍ରଥମ ଶ୍ରେଣୀ, ୧୧୪ ଦ୍ଵିତୀୟ ଶ୍ରେଣୀ ଅଧିକାରୀ ରହିଛନ୍ତି । ୩୮୪ ତୃତୀୟ ଶ୍ରେଣୀ, ୧୪ ଚତୁର୍ଥ ଶ୍ରେଣୀ କର୍ମଚାରୀ ଧରାପଡ଼ିଛନ୍ତି । ମୋଟ ୫୨୫ଟି ମାମଲାରେ ୫୫୦ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଭିତରୁ ୨୪୬ ସରକାରୀ ଅଧିକାରୀ/କର୍ମଚାରୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ଆଜି ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତର ତଥ୍ୟ ରଖିଛନ୍ତି ରାଜ୍ୟ ସରକାର । ୨ ଲକ୍ଷ ୩୯ ହଜାର ଜମାକାରୀଙ୍କୁ ୯୩ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଫେରିଛି । ଗଞ୍ଜାମର ୧ ଲକ୍ଷ ୧୪ ହଜାର ୪୦୧ ଜମାକାରୀଙ୍କୁ ୪୧ କୋଟି ୮୪ ଲକ୍ଷ ଫେରିଛି । ଗୋଲଡେନ୍ ଲ୍ୟାଣ୍ଡ, ହାଇଟେକ୍, ରୋଜ୍ ଭ୍ୟାଲି ଜମାକାରୀଙ୍କୁ ଫେରିଛି ଟଙ୍କା ।

ବର୍ତ୍ତମାନ ଓଡ଼ିଶା ପୋଲିସରେ ୨୬ ହଜାର ୧୦୧ ପଦବୀ ଖାଲି ରହିଥିବା ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ୬ ହଜାର ୮୮୫ ପଦବୀ ପୂରଣ ପାଇଁ ଆରମ୍ଭ ହୋଇଛି ନିଯୁକ୍ତି ପ୍ରକ୍ରିୟା । ଏହା ବ୍ୟତୀତ ୨୯୮ ASI ପଦବୀ ପୂରଣ ପାଇଁ OUSSSCକୁ କୁହାଯାଇଛି । ପୋଲିସ ବିଭାଗରେ ମୋଟ ୮୪,୨୩୭ଟି ମଞ୍ଜୁରୀପ୍ରାପ୍ତ ପଦବୀ ରହିଛି ।

ଆୟୁଷ୍ମାନ ଯୋଜନାରେ ଓଡ଼ିଶାରେ ରୋଗୀ ଚିକିତ୍ସା ନେଇ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଅଢ଼େଇ ବର୍ଷରେ ଆୟୁଷ୍ମାନ କାର୍ଡରେ ୨୫ ଲକ୍ଷରୁ ଅଧିକ ରୋଗୀଙ୍କ ଚିକିତ୍ସା ହୋଇଛି । ଏଥିପାଇଁ ଖର୍ଚ୍ଚ ହୋଇଛି ମୋଟ ୬,୮୭୭ କୋଟି ଟଙ୍କା । ୧୧ ଏପ୍ରିଲ ୨୦୨୫ରୁ ୧୯ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଛି । ସେହିପରି ଓଡ଼ିଶା ବାହାରେ ମଧ୍ୟ ୨ ଲକ୍ଷ ରୋଗୀଙ୍କ ଚିକିତ୍ସା ହୋଇଛି । ଓଡ଼ିଶା ବାହାରେ ଚିକିତ୍ସା ପାଇଁ ଖର୍ଚ୍ଚ ହୋଇଛି ୬୫୬ କୋଟି ଟଙ୍କା । ସ୍ୱାସ୍ଥ୍ୟ କାର୍ଡ ଚିକିତ୍ସାରେ କଟକ ଆଗରେ ଏବଂ ଗଞ୍ଜାମ ଦ୍ୱିତୀୟରେ ରହିଛି ।

ଅନ୍ୟପଟେ, ଅଢ଼େଇ ବର୍ଷରେ ୨୦ଟି ସ୍ଥାନରେ ଅଭିଯୋଗ ଶୁଣାଣି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୋଟ ୧୫,୬୬୭ ଅଭିଯୋଗ ଆସିଥିବା ସମୟରେ ୧୪,୯୮୩ ମାମଲାର ସମାଧାନ । ଅର୍ଥାତ ୯୬ ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି । ପ୍ରମିଳା ମଲ୍ଲିକଙ୍କ ପ୍ରଶ୍ନରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଉତ୍ତର ରଖିଛନ୍ତି । ଏବେ କେବଳ ୬୮୪ଟି ମାମଲା ବିଚାରାଧୀନ ରହିଛି ବୋଲି ମନ୍ତ୍ରୀ କହିଛନ୍ତି ।

Also Read- ଟ୍ରକ୍ କ୍ଲିନରରୁ ଇଣ୍ଟରନେଟ୍ ସେନସେସନ୍ ପାଲଟିଲେ ଅରୁଣ: ଭାବବିହ୍ୟୁଳ କରିବ ସଂଘର୍ଷର କାହାଣୀ

Also Read- ରେଷ୍ଟୁରାଣ୍ଟରେ ଅଭିନେତ୍ରୀ ସୋମାଲିନଙ୍କ ସହ କଣ ଘଟିଲା ? ସାମ୍ନାକୁ ଆସିଲା ସତ !

Add Zee News as a Preferred Source
TAGS:
Odia News