Odisha Assembly: ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ମୁଲତବି
ବନ୍ୟା ମୁକାବିଲାରେ ସରକାର ଫେଲ୍ ପ୍ରସଙ୍ଗ ଉଠାଇଛି ବିଜେଡି ଏବଂ ବ୍ୟାନର ଦେଖାଇ ଗୃହ ମଧ୍ୟ ଭାଗରେ ବିଜେଡି ପ୍ରତିବାଦ କରିଛି । କୋଟିଆ ପ୍ରସଙ୍ଗରେ ଗୃହ ମଧ୍ୟଭାଗରେ କଂଗ୍ରେସ ମଧ୍ୟ ପ୍ରତିବାଦ କରିଛି ।
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ଶୀତ ଅଧିବେଶନ । ଏହି ଅଧିବେଶନ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ସମୟରେ ଏଥିରେ ମୋଟ୍ ୩୩ଟି କାର୍ଯ୍ୟଦିବସ ରହିଛି ।
ଶୀତ ଅଧିବେଶନ ଆରମ୍ଭରେ ଶୋକ ପ୍ରସ୍ତାବ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦିବଂଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା । ଅର୍ଣ୍ଣବଜନିତ ଭୂସ୍ଖଳନରେ ମୃତକଙ୍କ ପରିବାର ପାଇଁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଶୋକ ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ । ଶୋକ ପ୍ରସ୍ତାବ ଉପରେ ସମବେଦନା ଜଣାଇଲେ ବିରୋଧୀଦଳ ନେତା ନବୀନ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି ।
ଶୋକ ପ୍ରସ୍ତାବ ପରେ ପ୍ରଶ୍ନକାଳରେ କିଛି ସମୟ ପାଇଁ ଗୃହ କମ୍ପିଥିଲା । ତେବେ ପରେ ପ୍ଲାକାର୍ଡ ଧରି ହଟ୍ଟଗୋଳ କରିଥିଲେ ବିରୋଧୀ ସଦସ୍ୟ । ଯୋଗାଣ ମନ୍ତ୍ରୀ ଉତ୍ତର ରଖିଲା ସମୟରେ ପ୍ରବଳ ହଟ୍ଟଗୋଳ କରିଥିଲେ ବିରୋଧୀ । ବନ୍ୟା ମୁକାବିଲାରେ ସରକାର ଫେଲ୍ ପ୍ରସଙ୍ଗ ଉଠାଇଛି ବିଜେଡି ଏବଂ ବ୍ୟାନର ଦେଖାଇ ଗୃହ ମଧ୍ୟ ଭାଗରେ ବିଜେଡି ପ୍ରତିବାଦ କରିଛି । କୋଟିଆ ପ୍ରସଙ୍ଗରେ ଗୃହ ମଧ୍ୟଭାଗରେ କଂଗ୍ରେସ ମଧ୍ୟ ପ୍ରତିବାଦ କରିଛି ।
ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି କରିଛନ୍ତି ବାଚସ୍ପତି । ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ ଲାଗି ରହିବାରୁ ମୁଲତବି କରାଯାଇଛି ।
Also Read- ଦୁର୍ଘଟଣାରେ ଜୀବନହାନି ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି