• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /Top 10 News: ଆଜିଠାରୁ ବିଧାନସଭା ଶୀତକାଳୀନ ଅଧିବେଶନ, ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଓ ଅନ୍ୟ ଖବର

Top 10 News: ଆଜିଠାରୁ ବିଧାନସଭା ଶୀତକାଳୀନ ଅଧିବେଶନ, ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଓ ଅନ୍ୟ ଖବର

Top 10 News Today: ସକାଳର ୧୦ଟି ବଡ ଖବର ଏଠାରେ ପଢନ୍ତୁ

Written BySoubhagya Ranjan MishraEdited BySoubhagya Ranjan Mishra
Published: Nov 18, 2026, 10:00 IST|Updated: Nov 18, 2026, 10:00 IST
joinshare
Top 10 News: ଆଜିଠାରୁ ବିଧାନସଭା ଶୀତକାଳୀନ ଅଧିବେଶନ, ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଓ ଅନ୍ୟ ଖବର
Image Credit: Representative - AI

About the Author

Soubhagya Ranjan Mishra

Soubhagya Ranjan Mishra

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
Cyclone Update: ଆନ୍ଧ୍ର ନୁହେଁ ଓଡ଼ିଶା ମୁହାଁ 'ବାତ୍ୟା'! ସ୍ପଷ୍ଟ କଲେ IMD ଡିଜି

Cyclone Update: ଆନ୍ଧ୍ର ନୁହେଁ ଓଡ଼ିଶା ମୁହାଁ 'ବାତ୍ୟା'! ସ୍ପଷ୍ଟ କଲେ IMD ଡିଜି

2

Odisha Assembly: ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ମୁଲତବି

3

ଦୁର୍ଘଟଣାରେ ଜୀବନହାନି ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି

4

Top 10 News: ଆଜିଠାରୁ ବିଧାନସଭା ଶୀତକାଳୀନ ଅଧିବେଶନ, ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଓ ଅନ୍ୟ ଖବର

5

ବକେୟା ପାଉଣା ପାଇଁ ରାସ୍ତାରେ ହାଇଡ୍ରାମା, ଅପେରା ଗାଡ଼ି ଅଟକାଇଲେ କଳାକାର!

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.

Top 10 News Today

Headlines 01- ଆଜିଠାରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ। ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଗୃହରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ଗୃହରେ ମହାନଦୀ, ଧାନ ପଞ୍ଜୀକରଣ ଓ ଆଇନଶୃଙ୍ଖଳା ପ୍ରସଙ୍ଗ ଉଠିପାରେ । ସରକାରଙ୍କୁ ଘେରିବାକୁ ଉଭୟ ବିରୋଧୀ କଂଗ୍ରେସ ଏବଂ ବିଜେଡି ରଣନୀତି ପ୍ରସ୍ତୁତ କରିଥିବା ସୂଚନା ମିଳିଛି ।

Headlines 02- ଆଜି ପବିତ୍ର ଅଁଳା ନବମୀ। ପୁରୀ ଜିଲ୍ଲାର ପ୍ରସିଦ୍ଧ ସାକ୍ଷୀଗୋପାଳ ମନ୍ଦିରରେ ଚାଲିଛି ମା’ ରାଧାରାଣୀଙ୍କ ଦୁର୍ଲଭ ପାଦ ଦର୍ଶନ। ମାଆଙ୍କୁ ଦର୍ଶନ କରିବାକୁ ଭକ୍ତଙ୍କର ଲମ୍ୱା ଧାଡି ଦେଖିବାକୁ ମିଳିଛି । ସୁରୁଖୁରୁରେ ଦର୍ଶନ ଏବଂ ଭିଡ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

Headlines 03- ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଅଂଶ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ “ଆକଭାନ୍” ଗତ ୦୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୦୩ କିଲୋମିଟର ବେଗରେ ଧୀରେ ଧୀରେ ଉତ୍ତର ଦିଗକୁ ଗତି କରିଛି। ଏହା ଧୀରେ ଧୀରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆଜି  ଭୀଷଣ ସାମୁଦ୍ରିକ ଝଡ଼ ରୂପ ନେଇଛି ।

Headlines 04- ୧୮ ନଭେମ୍ବରରୁ ୨୦ ନଭେମ୍ବର ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସମୁଦ୍ର ଅଶାନ୍ତରୁ ଅତି ଅଶାନ୍ତ ରହିବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀମାନଙ୍କୁ ଓଡ଼ିଶା ଉପକୂଳ ଏବଂ ଏହାର ଆଖପାଖ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି।

Headlines 05- ନିଜ ଦେହରେ ନିଆଁ ଲଗାଇ ଆତ୍ମଦାହ ଉଦ୍ୟମ କରିଛନ୍ତି ଜଣେ ଯୁବତୀ । ଇନ୍‌ଫୋସିଟି ଥାନା ପଥରଗାଡ଼ିଆ ୨ ଶହ ଫୁଟିଆ ରୋଡ୍‌ରେ ଆତ୍ମଦାହ ଉଦ୍ୟମ କରିବା ସମୟରେ ସୂଚନା ପାଇ ଉଦ୍ଧାର କରିଛି ଇନ୍‌ଫୋସିଟି ଥାନା ପୋଲିସ । ଶରୀର ୯୦% ପୋଡ଼ିଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ୍‌ ଏବଂ ପରେ ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ବୟଫ୍ରେଣ୍ଡଙ୍କ ସହ ମତାନ୍ତର ପାଇଁ ଯୁବତୀ ଜଣଙ୍କ ଏପରି କରିଥିବା ସୂଚନା ମିଳିଛି ।

Headlines 06- ଆଜି ପୁଣି ଜମ୍ମୁ-କଶ୍ମୀର କୁଲଗାମ୍‌ରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ଆତଙ୍କବାଦୀ ଲୁଚି ରହିଥିବା ସୂଚନା ପାଇବା ପରେ ସର୍ଚ୍ଚ ଅପରେସନ୍‌ ଜୋରଦାର କରାଯାଇଛି । କାଲି LeTର ଆତଙ୍କବାଦୀ ନିପାତ ପରେ ଆକ୍ସନ ମୋଡ୍‌ରେ ସୁରକ୍ଷାକର୍ମୀ । କିଛି ଆତଙ୍କୀଙ୍କୁ ଏନ୍‌କାଉଣ୍ଟର ନେଇ ସୂଚନା ଜାରି କରିଛି ଜମ୍ମୁ-କଶ୍ମୀର ପୋଲିସ ।

Headlines 07- ବାତ୍ୟା ପାଇଁ ମାଲକାନଗିରିରେ ୨ଦିନ ଛୁଟି ଘୋଷଣା କରାଯାଇଛି । ସ୍କୁଲ୍ କଲେଜ୍ ଇତ୍ୟାଦି ଛାତ୍ରଛାତ୍ରୀଙ୍କ ପାଇଁ ବନ୍ଦ ରହିବ । ଅନ୍ୟପଟେ, ଆସନ୍ତା ୩ ଦିନ ପାଇଁ ବ୍ରହ୍ମପୁରରେ ସମୁଦ୍ର ବେଳାଭୂମୀ ବ୍ୟାନ୍‌ କରାଯାଇଛି । ଗର୍ଭବତୀ ଓ ପାହାଡ଼ିଆ ଅଂଚଳ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ଗୋପାଳପୁର, ସୋନପୁର, ଆର୍ଯ୍ୟପଲ୍ଲୀ ବେଳାଭୂମୀ ବନ୍ଦ । କାଲିଠାରୁ ୨୦ ତାରିଖ ପର୍ଯ୍ୟନ୍ତ ଅଙ୍କୁଶ ଲଗାଇଛି ପ୍ରଶାସନ ।

Headlines 08- ଜଣେ ଜୁଆଙ୍ଗ ମହିଳାଙ୍କୁ ଦୁଷ୍କର୍ମ ସହିତ ହତ୍ୟା ଘଟଣାର ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ତେଲକୋଇ ଥାନା ପଡାଙ୍ଗ ପଞ୍ଚାୟତରୁ ଆସିଛି ଏହି ଲଜ୍ୟାଜନକ ଖବର । ଟେଣ୍ଟେଇନାଳି ଗ୍ରାମର ଦାଶରଥୀ ଜୁଆଙ୍ଗକୁ ଶେଷରେ ଗିରଫ କରିଛି ପୋଲିସ ।

Headlines 09- ଚରମ୍ପା କାଳୀପୂଜାରେ ଯାତ୍ରା ପରିବେଷଣ ସାରି ଅପେରା ସୂର୍ଯ୍ୟବଂଶୀର ଗାଡ଼ି ଓଳାଭର ଅଭିମୁଖେ ଫେରୁଥିବା ବେଳେ କିଛି କଳାକାର ଗାଡ଼ିକୁ ଅଟକାଇଥିଲେ। ବକେୟା ଟଙ୍କା ନମିଳିବାରୁ ଶେଷରେ ରାସ୍ତାରେ ଗାଡ଼ି ଅଟକାଇ ପ୍ରତିବାଦ କରିଥିଲେ କଳାକାର। ଖବର ପାଇ ଭଦ୍ରକ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଟକ ଥିବା ଅପେରା ଗାଡ଼ିକୁ ଥାନାକୁ ଆଣିଥିଲା।

Headlines 10- ୧୯ରୁ ୨୨ ଯାଏଁ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୧୯-୨୦ ପାଇଁ କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଜପତି, ଗଞ୍ଜାମ, ପୁରୀ, ୨୦-୨୧ ପାଇଁ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ୨୧-୨୨ ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏଥିସହ ନୂଆପଡ଼ା, ନବରଙ୍ଗପୁର, କୋରାପୁଟକୁ ମଧ୍ୟ ଅରେଞ୍ଜ ୱାର୍ଣ୍ଣିଂ କରାଯାଇଛି ।

Also Read- Cyclone Alert: ଧୀରେ ଧୀରେ ଉତ୍ତର ଦିଗକୁ ଗତି କରୁଛି ବାତ୍ୟା 'ଆକଭାନ୍'

Add Zee News as a Preferred Source
TAGS:
Top 10 News Today