SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Illegal LPG Transport: ରାଜଧାନୀ ଉପକଣ୍ଠରେ ବଡ଼ ଚଢ଼ାଉ: ୭୯ ସିଲିଣ୍ଡର ଜବତ, ୨ ଗାଡ଼ି ଜବତ

ଚଢ଼ାଉ ସମୟରେ ଟିମ୍ ୭୯ଟି ଗ୍ୟାସ୍ ସିଲିଣ୍ଡର ଜବତ କରିବା ସହ ଏହି ଚାଲାଣରେ ବ୍ୟବହୃତ ୨ଟି ଗାଡ଼ିକୁ ମଧ୍ୟ ଜବତ କରିଛି। ଗାଡ଼ିରେ ଗ୍ୟାସ୍ ସିଲିଣ୍ଡର ନେଇ ଯାଉଥିବା ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

Written By Priyambada Rana Edited By Priyambada Rana
Published: Sep 30, 2026, 07:25 PM IST | Updated: Sep 30, 2026, 07:33 PM IST
Image Credit: Illegal LPG Transport: ରାଜଧାନୀ ଉପକଣ୍ଠରେ ବଡ଼ ଚଢ଼ାଉ: ୭୯ ସିଲିଣ୍ଡର ଜବତ, ୨ ଗାଡ଼ି ଜବତ
Join

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ବେଆଇନ ଗ୍ୟାସ୍ ଚାଲାଣ ଉପରେ ଚଢ଼ାଉ କରିଛି ଯୋଗାଣ ବିଭାଗ। ହଂସପାଳ ଓ ନହରକଣ୍ଟା ଅଞ୍ଚଳରେ ଚୋରା ଗ୍ୟାସ୍ ଚାଲାଣ ହେଉଥିବା ଖବର ପାଇ ଯୋଗାଣ ବିଭାଗର ଟିମ୍ ଚଢ଼ାଉ କରିଥିଲା।

ଚଢ଼ାଉ ସମୟରେ ଟିମ୍ ୭୯ଟି ଗ୍ୟାସ୍ ସିଲିଣ୍ଡର ଜବତ କରିବା ସହ ଏହି ଚାଲାଣରେ ବ୍ୟବହୃତ ୨ଟି ଗାଡ଼ିକୁ ମଧ୍ୟ ଜବତ କରିଛି। ଗାଡ଼ିରେ ଗ୍ୟାସ୍ ସିଲିଣ୍ଡର ନେଇ ଯାଉଥିବା ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

ପଚରାଉଚରା ସମୟରେ ଡ୍ରାଇଭରମାନେ ଗ୍ୟାସ୍ ଚାଲାଣ ସମ୍ପର୍କିତ ବୈଧ କାଗଜପତ୍ର ଦେଖାଇପାରିନଥିବା ସୂଚନା ମିଳିଛି। ଏହାପରେ ଯୋଗାଣ ବିଭାଗ ପକ୍ଷରୁ ଜବତ ସିଲିଣ୍ଡର ଓ ଗାଡ଼ି ସମ୍ପର୍କରେ ଆଇନଗତ ପଦକ୍ଷେପ ଆରମ୍ଭ କରାଯାଇଛି।

ଏହି ବେଆଇନ କାରବାର ପଛରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏବଂ ଏହାର ମୁଖ୍ୟ ଚାଲକ କିଏ, ତାହା ଜାଣିବା ପାଇଁ ତଦନ୍ତ ଚାଲିଛି। ଘଟଣା ସମ୍ପର୍କରେ ପାହାଳ ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହୋଇଛି। ପୋଲିସ ଅଟକ ଥିବା ଡ୍ରାଇଭରଙ୍କୁ ପଚରାଉଚରା କରିବା ସହ ଚୋରା ଗ୍ୟାସ୍ କାରବାରର ମାଷ୍ଟରମାଇଣ୍ଡଙ୍କୁ ଖୋଜୁଛି।

ତେବେ ଏତେ ପରିମାଣର ଗ୍ୟାସ୍ ସିଲିଣ୍ଡର କେଉଁଠାରୁ ଆସିଥିଲା ଏବଂ କେଉଁଠାକୁ ଚାଲାଣ ହେଉଥିଲା, ସେନେଇ ମଧ୍ୟ ତଦନ୍ତ ଜାରି ରହିଛି।

Add Zee News as a Preferred Source
TAGS:

About the Author

I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
Read More

ZEENEWS TRENDING STORIES