Bhubaneswar News: ଦୁର୍ଗା ପୂଜା ସମୟରେ ଟ୍ରାଫିକ୍ ପରିଚାଳନା, ଭୁବନେଶ୍ବରକୁ ଜଗିବେ ୭୩ ଜଣ ଅଧିକାରୀ ଓ ୧୫ ପ୍ଲାଟୁନ୍ ଫୋର୍ସ
Bhubaneswar News: ଆରମ୍ଭ ହୋଇ ଯାଇଛି ପାର୍ବଣ। ଏନେଇ ଟ୍ରାଫିକ୍ କଟକଣା ଜାରି କରାଯାଇଛି। ଭିଡ଼କୁ ଦୃଷ୍ଟିରେ ରଖି କରାଯାଇଛି ମାଷ୍ଟର ପ୍ଲାନ୍। ଏନେଇ ଟ୍ରାଫିକ୍ ଏସପି ଉମାକାନ୍ତ ପ୍ରଧାନ ସୂଚନା ଦେଇଛନ୍ତି। ଦୁର୍ଗା ପୂଜାରେ ଆଜିଠାରୁ ୨୨ ତାରିଖ ଯାଏଁ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ୭୩ ଅଧିକାରୀ ଓ ୧୫ ଜଣ ସୁରକ୍ଷା କର୍ମୀଙ୍କୁ ମୃତୟନ କରାଯାଇଛି।
Bhubaneswar News: ଆରମ୍ଭ ହୋଇ ଯାଇଛି ପାର୍ବଣ। ଏନେଇ ଟ୍ରାଫିକ୍ କଟକଣା ଜାରି କରାଯାଇଛି। ଭିଡ଼କୁ ଦୃଷ୍ଟିରେ ରଖି କରାଯାଇଛି ମାଷ୍ଟର ପ୍ଲାନ୍। ଏନେଇ ଟ୍ରାଫିକ୍ ଏସପି ଉମାକାନ୍ତ ପ୍ରଧାନ ସୂଚନା ଦେଇଛନ୍ତି। ଦୁର୍ଗା ପୂଜାରେ ଆଜିଠାରୁ ୨୨ ତାରିଖ ଯାଏଁ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ୭୩ ଅଧିକାରୀ ଓ ୧୫ ଜଣ ସୁରକ୍ଷା କର୍ମୀଙ୍କୁ ମୃତୟନ କରାଯାଇଛି। ଏସପି କହିଛନ୍ତି ଯେ,ଉତ୍ସବରେ ଏହା ଭିଡ଼ ନିୟନ୍ତ୍ରଣା କରିବାରେ ସାହାର୍ଯ୍ୟ କରିବ। ରାଜଧାନୀରେ ସଡ଼କ ଦୁର୍ଘଟଣା ରୋକିବା ନେଇ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଏବଂ ସଚେତନତାକୁ ଜୋରଦାର୍ କରୁଛନ୍ତି। ଏବଂ ଅମାନିଆ ଗାଡ଼ି ଚାଳକଙ୍କୁ ସାବାଡ କରିବା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ବିଶେଷ କରି, ଏହି ସମୟରେ ମଦ୍ୟପାନ କରି ଗାଡି଼ ଚଳାଇବାକୁ ବାରଣ କରୁଛନ୍ତି। ଏବଂ ଅତ୍ୟାଧିକ ସ୍ପିଡ୍ ରେ ଗାଡ଼ି ନ ଚଳାଇବା ପାଇଁ ବି କହିଛନ୍ତି। ବିଶେଷକରି, ସୁରକ୍ଷିତ ଏବଂ ଦାୟିତ୍ବବାନ୍ ହୋଇ ଗାଡ଼ି ଚଳାଇବାକୁ ବି ପରାମର୍ଶ ଦେଇଛନ୍ତି।
ସେପଟେ, ୨୨ ତାରିଖ ଦିନ ଭସାଣୀ ଅନୁଷ୍ଠିତ ହେବ। ଏ-ନେଇ ବାଣୀ ବିହାରରୁ ରୂପାଲି ଛକ ରାସ୍ତାରେ କୌଣସି ଗାଡ଼ି ଚଳପ୍ରଚଳ କରିବ ନାହିଁ। ବିଶେଷକରି, ସେହିଦିନ ଗାଡି଼ ଚଳାଚଳର ରୁଟ୍ ପରିବର୍ତ୍ତନ ହୋଇଯିବ। ଖୋର୍ଦ୍ଧା ଆଡୁ ଆସୁଥିବା ଭାରୀ ଜାନ ଫାୟାରଷ୍ଟେସନ୍ ଦେଇ ରସୁଲଗଡ଼ରେ ବାହାରିପାରିବ। କଟକ ପଟୁ ଗାଡ଼ି ଆସିଲେ, ଜୟଦେବ ବିହାର ଦେଇ ବାମ ମୋଡ଼ ଦେଇ ବେହେରା ସାହି, ଶାସ୍ତ୍ରୀ ନଗର, ପାଓ୍ବାର ହାଉସ୍ ଦେଇ ସିଆରପିଏଫ୍ ରେ ବାହାରିବ।