SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Keonjhar News: ଶ୍ବାସରୁଦ୍ଧ ହୋଇ ୨ଜଣ ମୃତ୍ୟୁ, ୩ ଗୁରୁତର

Keonjhar News: ଶ୍ବାସରୁଦ୍ଧ ହୋଇ ୨ଜଣ ମୃତ୍ୟୁ ହୋଇଛି। ଅନ୍ୟ ୩ ଜଣ ଗୁରୁତର ଅବସ୍ଥାରେ ପ୍ରଥମେ କେନ୍ଦୁଝର ଜିଲ୍ଲା ବାଂଶପାଳ ଡ଼ାକ୍ତରଖାନା ଏବଂ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ହୋଇଛନ୍ତି ।

Reported By Abhaya Mohanty Written By Narmada Behera
Published: Oct 29, 2026, 12:22 PM IST | Updated: Oct 29, 2026, 12:25 PM IST
Image Credit: Representative -Zee Odisha News
Join

Keonjhar News: ଶ୍ବାସରୁଦ୍ଧ ହୋଇ ୨ଜଣ ମୃତ୍ୟୁ ହୋଇଛି।  ଅନ୍ୟ ୩ ଜଣ ଗୁରୁତର ଅବସ୍ଥାରେ ପ୍ରଥମେ କେନ୍ଦୁଝର ଜିଲ୍ଲା ବାଂଶପାଳ ଡ଼ାକ୍ତରଖାନା ଏବଂ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ହୋଇଛନ୍ତି । ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକ ନୟାକୋଟ ଥାନା ସୁଡ଼ଙ୍ଗ ଗାଁରେ ।

ସୂଚନା ଅନୁସାରେ, ସୁଡ଼ଙ୍ଗ ଗାଁରେ ଲକ୍ଷ୍ମୀପୂଜା ଚାଲିଥିଲା । ଲାଇନ୍ ଚାଲିଯିବା ପରେ ଗତକାଲି ରାତିରେ ୫ଜଣ ପିଲା ଗୋଟିଏ ଘରେ ଜେନେରେଟର୍ ଲଗାଇ କବାଟ, ଝରକା ବନ୍ଦ କରି ଶୋଇ ପଡିଥିଲେ । ଆଜି ସକାଳୁ ୫ଜଣଙ୍କୁ ଅଚେତ୍ ଅବସ୍ଥାରେ ଉଦ୍ଧାର କରି ଲୋକେ ବାଂଶପାଳ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ALSO READ: November 2026 Astrology:ନଭେମ୍ବର ପ୍ରଥମ ସପ୍ତାହରୁ ଚମକିବ ୪ରାଶିଙ୍କ ଭାଗ୍ୟ, ମିଳିବ ଶୁଭ ଖବର...

ALSO READ: Odisha Assembly Winter Session 2026: ଆସନ୍ତାମାସ ୧୮ରୁ ବିଧାନସଭା ଶୀତ ଅଧିବେଶନ, ପ୍ରଥମ ଦିନରେ ଆସିବ...

ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ମୃତ ଘୋଷଣା କରିଥିଲେ ଡ଼ାକ୍ତର । ଅନ୍ୟ ୩ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି । ଏଭଳି ଏକ ଘଟଣାରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଘଟଣାସ୍ଥଳରେ ନୟାକୋଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
 

Add Zee News as a Preferred Source
TAGS:

About the Author

Abhaya Mohanty
Read More

ZEENEWS TRENDING STORIES