Crime News: କେନ୍ଦୁଝରରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ
ଅଭିଯୋଗ ଅନୁଯାୟୀ ଛାତ୍ରୀ ଜଣକ କଲେଜ ଯାଉଥିବା ବେଳେ ଅଭିଯୁକ୍ତ ଯୁବକ ଜଣକ କୌଣସି ବାହାନା କରି ବସରୁ ଡ଼ାକି ନେଇ ଶାଳବଣି ଛକରେ ଥିବା ହୋଟେଲକୁ ନେଇଯାଇଥିଲା ।
Published: Oct 04, 2026, 05:34 PM IST
| Updated: Oct 04, 2026, 05:44 PM IST
କେନ୍ଦୁଝର: ସୋସୋ ଥାନା ଅଞ୍ଚଳରେ ଜଣେ ଯୁକ୍ତ-୩ ଛାତ୍ରୀଙ୍କୁ ରାସ୍ତାରୁ ଟେକିନେଇ ଏକ ହୋଟେଲ ଭିତରେ ଦୁଷ୍କର୍ମ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏହି ମାମଲାରେ ପୋଲିସ କେସ୍ ରୁଜୁ କରି ମୁଣ୍ଡୁକାଟି ଗ୍ରାମର ଅଭିଯୁକ୍ତ ରଞ୍ଜନ ସେଠୀଙ୍କୁ ଗିରଫ କରି ପଚରାଉଚରା କରୁଛି।
ଅଭିଯୋଗ ଅନୁଯାୟୀ ଛାତ୍ରୀ ଜଣକ କଲେଜ ଯାଉଥିବା ବେଳେ ଅଭିଯୁକ୍ତ ଯୁବକ ଜଣକ କୌଣସି ବାହାନା କରି ବସରୁ ଡ଼ାକି ନେଇ ଶାଳବଣି ଛକରେ ଥିବା ହୋଟେଲକୁ ନେଇଯାଇଥିଲା । ପରେ ସେଠାରେ ଦୁଷ୍କର୍ମ କରିଥିଲେ। ପୀଡ଼ିତା ଜଣକ କୌଣସି ମତେ ଘରକୁ ଫେରି ପରିବାର ଲୋକଙ୍କୁ ସବୁ କଥା ଜଣାଇବା ପରେ ସୋସୋ ଥାନାରେ ଏନେଇ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗକୁ ଆଧାର କରି ପୋଲିସ ପୀଡିତାଙ୍କର ଡାକ୍ତରୀ ମଇନା କରିବା ସହିତ ଅଭିଯୁକ୍ତକୁ ଗିରଫ କରିଛି।