SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Keonjhar News: ଚିକିତ୍ସା ଅଧାରୁ ଛାଡ଼ିଦେବାରୁ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ!

କେନ୍ଦୁଝରରୁ ଆସିଛି ଏକ ଅତ୍ୟନ୍ତ ଦୁଃଖଦ ଓ ସମ୍ବେଦନଶୀଳ ଖବର। ମେଡିକାଲ କଲେଜ ଭଳି ବଡ଼ ସ୍ୱାସ୍ଥ୍ୟ ପ୍ରତିଷ୍ଠାନକୁ ଆଶା ଓ ଭରସା ନେଇ ଆସିଥିଲେ ଜଣେ ଗରିବ ନିରିହ ଅସହାୟ ଆଦିବାସି ବୃଦ୍ଧା। କିନ୍ତୁ କଟକ ନେଇଯିବାକୁ କହି ଚିକିତ୍ସା ଅଧାରୁ ଛାଡ଼ି ଦିଆଯିବା ପରେ, ସମ୍ବଳହୀନ ପରିବାର ପାଇଁ ସବୁ ବାଟ ବନ୍ଦ ହୋଇଯାଇଥିଲା। ଶେଷରେ ମେଡିକାଲ ନିକଟସ୍ଥ ଓଭରବ୍ରିଜ୍ ତଳେ ରାତି ବିତାଇ ସକାଳୁ ପ୍ରାଣ ହରାଇଛନ୍ତି ସେହି ଅସହାୟ ବୃଦ୍ଧା।

Reported By Abhaya Mohanty Written By Narmada Behera
Published: Oct 04, 2026, 10:30 AM IST | Updated: Oct 04, 2026, 10:32 AM IST
Image Credit: ଚିକିତ୍ସା ଅଧାରୁ ଛାଡ଼ିଦେବାରୁ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ!କେନ୍ଦୁଝରରୁ ଆସିଛି ଏକ ଅତ୍ୟନ୍ତ ଦୁଃଖଦ ଓ ସମ୍ବେଦନଶୀଳ ଖବର।
Join

Keonjhar News: କେନ୍ଦୁଝରରୁ ଆସିଛି  ଏକ ଅତ୍ୟନ୍ତ ଦୁଃଖଦ ଓ ସମ୍ବେଦନଶୀଳ ଖବର। ମେଡିକାଲ କଲେଜ ଭଳି ବଡ଼ ସ୍ୱାସ୍ଥ୍ୟ ପ୍ରତିଷ୍ଠାନକୁ ଆଶା ଓ ଭରସା ନେଇ ଆସିଥିଲେ ଜଣେ ଗରିବ ନିରିହ ଅସହାୟ ଆଦିବାସି ବୃଦ୍ଧା। କିନ୍ତୁ କଟକ ନେଇଯିବାକୁ କହି ଚିକିତ୍ସା ଅଧାରୁ ଛାଡ଼ି ଦିଆଯିବା ପରେ, ସମ୍ବଳହୀନ ପରିବାର ପାଇଁ ସବୁ ବାଟ ବନ୍ଦ ହୋଇଯାଇଥିଲା। ଶେଷରେ ମେଡିକାଲ ନିକଟସ୍ଥ ଓଭରବ୍ରିଜ୍ ତଳେ ରାତି ବିତାଇ ସକାଳୁ ପ୍ରାଣ ହରାଇଛନ୍ତି ସେହି ଅସହାୟ ବୃଦ୍ଧା। ଟଙ୍କା ଅଭାବରୁ ଚିକିତ୍ସା ପାଇପାରିଲେନି କି ଘରକୁ ଫେରିପାରିଲେନି।

ଜୀବନ ରକ୍ଷା ପାଇଁ ମେଡିକାଲ ଆସିଥିଲେ, କିନ୍ତୁ ଓଭରବ୍ରିଜ୍ ତଳେ ହିଁ ଚାଲିଗଲା ଜୀବନ। କେନ୍ଦୁଝର ପାଟଣା ଅଞ୍ଚଳର ବୃଦ୍ଧା ସାଗୀ ମୁଣ୍ଡା ଙ୍କୁ ପ୍ରାୟ ଏକ ମାସ ତଳେ କୁକୁର କାମୁଡ଼ିଥିଲା। ପ୍ରଥମେ ପାଟଣା ମେଡିକାଲ ଓ ପରେ ଘରେ ଦେଶୀ ଚିକିତ୍ସା ଚାଲିଥିଲା। ଦୁଇ ଦିନ ତଳେ ଦେହ ଅଧିକ ଅସୁସ୍ଥ ହେବାରୁ ପ୍ରଥମେ କରଞ୍ଜିଆ ମେଡିକାଲ ଓ ପରେ ତାଙ୍କୁ କେନ୍ଦୁଝର ଧରଣୀଧର ମେଡିକାଲ କଲେଜକୁ ଆଣି ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଅବସ୍ଥା ଗୁରୁତର ଦର୍ଶାଇ କଟକ ବଡ଼ ମେଡିକାଲ ନେବାକୁ କୁହାଯାଇଥିଲା।

ଅସହାୟ ସ୍ୱାମୀ ଲଙ୍କା ମୁଣ୍ଡାଙ୍କ ପାଖରେ ନଥିଲା କଟକ ଯିବାକୁ ଟଙ୍କା। ନିଜର ଅସହାୟତା ପ୍ରକାଶ କରିବା ପରେ, ଘରକୁ ନେଇଯିବାକୁ କହି ରାତି ପ୍ରାୟ ୮ଟାରେ ତାଙ୍କୁ ମେଡିକାଲରୁ ଛାଡ଼ି ଦିଆଯାଇଥିଲା। ଗାଡ଼ି ଭଡ଼ା ନଥିବାରୁ ଘରକୁ ଫେରିବା ବି ଶେଷରେ ସମ୍ଭବ ହୋଇନଥିଲା। ବାଧ୍ୟ ହୋଇ ସାଗୀ ମୁଣ୍ଡା, ତାଙ୍କ ସ୍ୱାମୀ ଓ ପୁତୁରା ମେଡିକାଲ ନିକଟ ରେଳଧାରଣା ଓଭରବ୍ରିଜ୍ ତଳେ ଆଶ୍ରୟ ନେଇଥିଲେ। ରାତିସାରା ଭୋକଉପାସରେ ପଡ଼ିରହି ବୃଦ୍ଧା ଜଣକ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଥିଲେ। ଆଜି ସକାଳେ ଭରସା ପରିବାର'' ସଂସ୍ଥାର ସଦସ୍ୟମାନେ ସେଠାରେ ପହଞ୍ଚିବା ତାଙ୍କର ଖାଇବାର ବ୍ୟବସ୍ଥା କରିଥିଲେ ସତ, କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇସାରିଥିଲା। ଚିକିତ୍ସା ଓ ସହାୟତା ବିନା ଓଭରବ୍ରିଜ୍ ତଳେ ହିଁ ଲିଭିଯାଇଥିଲା ସାଗୀ ମୁଣ୍ଡାଙ୍କ ଜୀବନ ଦୀପ।


ମେଡିକାଲ କଲେଜ ଭଳି ଏକ ବଡ଼ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ଦ୍ୱାରଦେଶରେ ଜଣେ ରୋଗୀ ଅସହାୟ ଭାବେ ପ୍ରାଣ ହରାଇବା ସ୍ୱାସ୍ଥ୍ୟସେବାର ବ୍ୟବସ୍ଥା ଉପରେ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ବୃଦ୍ଧିଜିବୀ ମାନେ ଚିନ୍ତା ପ୍ରକଟ କରିଛନ୍ତି । ଅନ୍ୟପଟେ ଏହି ଦୁଃଖଦ ଘଟଣାକୁ ନେଇ ମେଡିକାଲ କଲେଜ କର୍ତ୍ତୃପକ୍ଷ ଦୁଃଖ ପ୍ରକାଶ କରିବା ସହ ତଦନ୍ତ କରାଯାଇ ଦୋଶି ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଆଗକୁ ଯେପରି ଏଭଳି ନଘଟେ ସେଥିପାଇଁ ପଦକ୍ଷପ ନିଆଯିବ ବୋଲି କହିଛନ୍ତି ।

 

Add Zee News as a Preferred Source
TAGS:

About the Author

Abhaya Mohanty
Read More

ZEENEWS TRENDING STORIES