SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Odisha News: ଦୀପାବଳିରେ ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ , କହିଲେ...

Odisha News: ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Reported By Abhaya Mohanty Written By Narmada Behera
Published: Nov 08, 2026, 06:40 PM IST | Updated: Nov 08, 2026, 06:43 PM IST
Image Credit: Representative - Social Media
Join

Odisha News: ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ସର୍କିଟ୍ ହାଉସରେ ଶତାଧିକ ଲୋକଙ୍କର ଅଭିଯୋଗ ଶୁଣାଣୀ କରିଛନ୍ତି । ଜିଲ୍ଲାର କୋଣ ଅନୁକୋଣରୁ ବିଭିନ୍ନ ସମସ୍ୟା ନେଇ ଆସିଥିବା ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ସମସ୍ୟାର ସମାଧାନ ହେବା ନେଇ ଆଶା ବାନ୍ଧିଛନ୍ତି । କେନ୍ଦୁଝରର ମୁଖ୍ୟ ପର୍ବ ଦୀପାବଳି ପାଳନ ନକରି ମୁଖ୍ୟମନ୍ତ୍ରୀ ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ନେଇ ଲୋକେ ଖୁସିବ୍ୟକ୍ତ କରିଛନ୍ତି ।

ଆଜି ପବିତ୍ର ଦୀପାବଳି ର ଅବସରରେ କେନ୍ଦୁଝର ସର୍କିଟ୍ ହାଉସ୍ ରେ ଲୋକଙ୍କ ଭିଡ଼ ଜମିଥିଲା । ପୁଅ ସହିତ ହ୍ୱିଲ୍ ଚେୟାର୍ ରେ ଆସିଥିବା ମହିଳାଙ୍କୁ ହାତରେ ଟେକି ପାହାଚ ଚଢ଼ାଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ହାଜର୍ କରିଥିଲେ ପୋଲିସ କର୍ମୀ । ଏଥିସହିତ, ସ୍ୱାମୀଙ୍କ ମୃତ୍ୟୁ ପରେ ପେନସନ୍ ନପାଇ ଦୀର୍ଘଦିନ ଧରି ସନ୍ତାନମାନଙ୍କ ସହ ଦୁଃଖରେ କାଳ କାଟୁଥିବା ମହିଳା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ସମସ୍ୟାର ସମାଧାନ ହେବା ନେଇ ଆଶା ବାନ୍ଧିଥିଲେ ।

ଦିନ ୧୧ଟାରୁ ଆରମ୍ଭ ହୋଇ ଏହି ଅଭିଯୋଗ ଶୁଣାଣୀ ଅପରାହ୍ନ ୨ଟା ଯାଏ ଚାଲିଥିଲା । ଜିଲ୍ଲାର କୋଣ ଅନୁକୋଣରୁ ଆସିଥିବା ଶତାଧିକ ଲୋକଙ୍କର ଅଭିଯୋଗ ଜଣ ଜଣ କରି ମୁଖ୍ୟମନ୍ତ୍ରୀ ନିଜେ ଅବଗତ ହେବା ପରେ ଏହାର ସମାଧାନ ଦିଗରେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଧାୟକ ଥିବା ବେଳେ ତାଙ୍କ ଦୋକାନର ନିୟମିତ ଗ୍ରାହକ ଥିଲେ । ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମେ କେନ୍ଦୁ ଖାଇବାକୁ ଦେଇଥଲେ । ଆଜି ମୁଖ୍ୟମନ୍ତ୍ରୀଙ୍କୁ ସେ ନିଜ ଦୋକାନର ଗୁଲଗୁଲା ଦେଇ ଖୁସି ବ୍ୟକ୍ତ କରିଛନ୍ତି । ଏଥିସହ, କେନ୍ଦୁଝର ର ମୁଖ୍ୟପର୍ବ କାଳୀପୂଜା ଅବସରରେ ମୁଖ୍ୟମନ୍ତ୍ରୀ ଲୋକଙ୍କର ଅଭିଯୋଗ ଶୁଣାଣୀ କରିଥିବାରୁ ଲୋକେ ଖୁସିବ୍ୟକ୍ତ କରିଛନ୍ତି ।

 

Add Zee News as a Preferred Source
TAGS:

About the Author

Abhaya Mohanty
Read More

ZEENEWS TRENDING STORIES