SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Keonjhar News: କେରିଗାଁରେ ୩୬ ଟିକିଆ ହାତୀପଲଙ୍କ ଉପଦ୍ରବ

Keonjhar News: କେନ୍ଦୁଝର ସଦର ରେଞ୍ଜ ମଇଦାନକେଲ କେରିଗାଁରେ ୩୬ ଟିକିଆ ହାତୀପଲଙ୍କ ଉପଦ୍ରବ । ରାତି ଅଧରେ ଚାଷ ଜମିରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି ହାତୀପଲ । ଗତକାଲି ରାତି ପ୍ରାୟ ୨ଟାରୁ ୪ଟା ମଧ୍ୟରେ କେରିଗାଁ ଅଞ୍ଚଳରେ ଘଟିଛି ଏହି ଘଟଣା ।

Reported By Abhaya Mohanty Written By Narmada Behera
Published: Oct 06, 2026, 01:01 PM IST | Updated: Oct 06, 2026, 01:04 PM IST
Image Credit: କେନ୍ଦୁଝର ସଦର ରେଞ୍ଜ ମଇଦାନକେଲ କେରିଗାଁରେ ୩୬ ଟିକିଆ ହାତୀପଲଙ୍କ ଉପଦ୍ରବ । ରାତି ଅଧରେ ଚାଷ ଜମିରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି ହାତୀପଲ । ଗତକାଲି ରାତି ପ୍ରାୟ ୨ଟାରୁ ୪ଟା ମଧ୍ୟରେ କେରିଗାଁ ଅଞ୍ଚଳରେ ଘଟିଛି ଏହି ଘଟଣା ।
Join

Keonjhar News: କେନ୍ଦୁଝର ସଦର ରେଞ୍ଜ ମଇଦାନକେଲ କେରିଗାଁରେ ୩୬ ଟିକିଆ ହାତୀପଲଙ୍କ ଉପଦ୍ରବ । ରାତି ଅଧରେ ଚାଷ ଜମିରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି ହାତୀପଲ । ଗତକାଲି ରାତି ପ୍ରାୟ ୨ଟାରୁ ୪ଟା ମଧ୍ୟରେ କେରିଗାଁ ଅଞ୍ଚଳରେ ଘଟିଛି ଏହି ଘଟଣା । ଏବେ ଗାଁ ନିକଟସ୍ଥ ଜଙ୍ଗଲରେ ହାତୀପଲ ରହିଥିବାରୁ ଆତଙ୍କିତ ଗ୍ରାମବାସୀ । ସେପଟେ ହାତୀପଲଙ୍କୁ ଘଉଡ଼ାଇବାକୁ ବନ ବିଭାଗର ଉଦ୍ୟମ ଜାରି ରହିଛି ।

ରାତିର ଅନ୍ଧାରରେ ଚାଷ ଜମିରେ ପଶିଥିଲେ ୩୬ ଟିକିଆ ହାତୀପଲ । ପ୍ରାୟ ଦୁଇଟାରୁ ଚାରିଟା ମଧ୍ୟରେ କେରିଗାଁ ଅଞ୍ଚଳରେ ଧାନ ଫସଲରେ ପଶି ବ୍ୟାପକ ଫସଲ ନଷ୍ଟ କରିଛନ୍ତି ହାତୀ । ହାତୀପଲରେ ୧୫ଟି ମାଇ ହାତୀ, ୧୫ଟି ଛୁଆ ହାତୀ ଏବଂ ୬ଟି ଦନ୍ତା ହାତୀ ଥିବା ଜଣାପଡ଼ିଛି ।

ଫସଲ ନଷ୍ଟ କରିବା ପରେ ଏବେ ହାତୀପଲ ଗାଁ ନିକଟସ୍ଥ ଜଙ୍ଗଲରେ ରହିଛନ୍ତି । ହାତୀପଲ ଗାଁ ଆଡ଼କୁ ନଆସନ୍ତୁ, ସେଥିପାଇଁ ଗ୍ରାମବାସୀ ରାତିରେ ଜଗି ରହୁଛନ୍ତି । ହାତୀ ଉପଦ୍ରବ ଯୋଗୁଁ ଚାଷୀଙ୍କ ଫସଲ ନଷ୍ଟ ହେଉଥିବାରୁ କ୍ଷତିପୂରଣ ବୃଦ୍ଧି କରିବାକୁ ଚାଷୀମାନେ ଦାବି କରିଛନ୍ତି । ଅନ୍ୟପଟେ ହାତୀଙ୍କୁ ଘଉଡ଼ାଇବା ପାଇଁ ଲୋକମାନେ ଚେଷ୍ଟା କରୁଥିବାରୁ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି ।

ସେପଟେ ହାତୀପଲର ଗତିବିଧି ଉପରେ ବନ ବିଭାଗ ନଜର ରଖିଥିବା ବେଳେ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି । ରାତିସାରା ହାତୀ ଘଉଡାଇ ସକାଳେ ସେହି ଜଙ୍ଗଲରେ ଦାନ୍ତ ଘସି ଜଳଖିଆ ଖାଇ ପୁଣି ଲାଗିପଡୁଛନ୍ତି ହାତୀ ଘଉଡାଇବା ପିଲା । ବନ ବିଭାଗ ଅଧିକାରୀ ସକାଳେ ଗାଁରେ ପହଞ୍ଚି ଲୋକଙ୍କ କ୍ଷୟକ୍ଷତି ବୁଝିବା ସହ ,ଦିନରେ ହାତୀ ପାଖକୁ ନ ଯିବା ଓ ହାତୀଙ୍କୁ ନ ଘଉଡାଇବା କୁ ଅନୁରୋଧ କରିଛନ୍ତି ।

 

Add Zee News as a Preferred Source
TAGS:

About the Author

Abhaya Mohanty
Read More

ZEENEWS TRENDING STORIES