SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Keonjhar News: ଆନନ୍ଦପୁରରେ ସକାଳୁ ଏନକାଉଣ୍ଟର , ଦୁର୍ଦ୍ଦାନ୍ତ ଅପରାଧି ଅର୍ଜୁନ ଗୁରୁତର

Keonjhar News: କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ସକାଳୁ ସକାଳୁ ଏନକାଉଣ୍ଟର ହୋଇଛି। ଦୁର୍ଦ୍ଦାନ୍ତ ଅପରାଧି ଅର୍ଜୁନ୍ ପ୍ରାଧନ ଗୁରୁତର ହୋଇଛି।

Written By Narmada Behera Edited By Narmada Behera
Published: Oct 23, 2026, 09:21 AM IST | Updated: Oct 23, 2026, 09:24 AM IST
Image Credit: ଦୁର୍ଦ୍ଦାନ୍ତ ଅପରାଧି ଅର୍ଜୁନ ଗୁରୁତର
Join

Keonjhar News: କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ସକାଳୁ ସକାଳୁ ଏନକାଉଣ୍ଟର ହୋଇଛି। ଦୁର୍ଦ୍ଦାନ୍ତ ଅପରାଧି  ଅର୍ଜୁନ୍ ପ୍ରାଧନ ଗୁରୁତର ହୋଇଛି। ଫଳରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ପରେ ଆନନ୍ଦପୁର ହସପିଟାଲରେ ଭର୍ତ୍ତି କରାଯାଇଥିଲା, ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଛି। ତେବେ,ଅପରାଧିକୁ ଛେନାପଦୀ ନିକଟରେ ଗୁଳି କରାଯାଇଥିବା ବେଳେ  ତାର ଡାହାଣ ଗୋଡ଼ରେ ଗୁଳି ବାଜିଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି,ସେପ୍ଟେମ୍ବର  ୨୭ ତାରିଖରେ ସୋସା ଥାନା ବନ୍ତଳା ଗାଁରେ ଜଣେ ସୁନା ବ୍ୟବସାୟୀ ଙ୍କୁ ଗୁଳି ଫୁଟାଇ ଲୁଟ୍ କରିଥିଲା। ଏହି ଘଟଣାର ସେ ମୁଖ୍ୟ ଅଭିଯୁକ୍ତ ଥିଲା।

ସୂଚନା ଅନୁସାରେ, ଦୁର୍ଦ୍ଦାନ୍ତ ଅପରାଧୀ  ଅର୍ଜୁନ ପ୍ରଧାନ ଦିର୍ଘ ଦିନ ହେବ ବିଭିନ୍ନ ପ୍ରକାର ଅପରାଧିକ କାର୍ଯ୍ୟରେ ଲିପ୍ତ ଅଛନ୍ତି। ଅର୍ଜୁନ୍ ର ଘର ଯାଜପୁର ଦଶମାଣିଆ ଗାଁରେ । ଓଡ଼ିଶା ସମେତ ଝାରଖଣ୍ତରେ ୨୦ ରୁ ଅଧିକ ଅପରାଧିରେ ସାମିଲ୍ ଥିବା ନେଇ ଏନକାଉଣ୍ଟର  କରିଛି ପୋଲିସ୍। ନନ୍ଦିପଦା ପୋଲିସ୍  ଅର୍ଜୁନ୍ କୁ ଧରିବା ଲାଗି ପ୍ରୟାସ୍ କରୁଥିବା ବେଳେ ସେ ପୋଲିସ୍ ଉପରକୁ ପାଲଟା ଗୁଳିମାଡ଼ କରିଥିଲା। ଫଳରେ ପୋଲିସ୍ ଗୁଳିରେ ସେ ଗୁରୁତର ହୋଇଛି। 
 

ALSO READ: Earthquake: ତିଦ୍ଦତରେ ଭୟଙ୍କର ଭୂକମ୍ପ, ୧୮ ମୃତ; ଏକାଧିକ ଆହତ

ALSO READ: Cyclone: ପୁଣି ବାତ୍ୟା ଭୟ! କେଉଁଠି କରିବ ଲ୍ୟାଣ୍ତଫଲ୍ ଓଡ଼ିଶା ନା ଆନ୍ଧ୍ର?

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES