SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ କେନ୍ଦୁଝର ଜିଲ୍ଲାପାଳ

ଜାତୀୟସ୍ତରରେ ଶ୍ରେଷ୍ଠ ୫ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ସ୍ଥାନ ପାଇଲା କେନ୍ଦୁଝରର ରାଙ୍କି; ରାଷ୍ଟ୍ରପତିଙ୍କ ଦ୍ୱାରା ଜିଲ୍ଲାପାଳ ସମ୍ବର୍ଦ୍ଧିତ

Written By Soubhagya Ranjan Mishra Edited By Soubhagya Ranjan Mishra
Published: Nov 13, 2026, 07:11 PM IST | Updated: Nov 13, 2026, 07:17 PM IST
Image Credit: Kendujhar News
Join

କେନ୍ଦୁଝର: (ଅଭୟ ମହାନ୍ତି) ଜନଜାତି ଶିକ୍ଷା କ୍ଷେତ୍ରରେ କେନ୍ଦୁଝର ଜିଲ୍ଲା ପାଇଁ ଏକ ଗୌରବମୟ ଅଧ୍ୟାୟ ଯୋଡ଼ି ହୋଇଛି। ଜାତୀୟସ୍ତରରେ ଶ୍ରେଷ୍ଠ ୫ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (EMRS) ମଧ୍ୟରେ କେନ୍ଦୁଝର ଜିଲ୍ଲାର ରାଙ୍କି ସ୍ଥିତ ଇଏମଆରଏସ ସ୍ଥାନ ପାଇଛି। ଏହି ଉଲ୍ଲେଖନୀୟ ସଫଳତା ପାଇଁ ମାନନୀୟା ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଜିଲ୍ଲାପାଳ ବିଶାଲ ସିଂହଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

ଏହି ଅବସରରେ ଓଡ଼ିଶା ଆଦର୍ଶ ଜନଜାତି ଶିକ୍ଷା ସମିତି ସଚିବ ସୁରେନ୍ଦ୍ର କୁମାର ମୀନା, ରାଙ୍କି ଏକଲବ୍ୟ ବିଦ୍ୟାଳୟର ପ୍ରିନ୍ସିପାଲ ଶ୍ରୀ ରବିଶଙ୍କର ଚୌଧୁରୀ ମଧ୍ୟ ଉପସ୍ଥିତ ରହିଥିଲେ। ସୂଚନାଯୋଗ୍ୟ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ଅବସରରେ ଆୟୋଜିତ ଜନଜାତିୟ ଗୌରବ ପକ୍ଷ-୨୦୨୬ ଅନ୍ତର୍ଗତ ନଭେମ୍ବର ୧୨ ତାରିଖରେ ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ରାଷ୍ଟ୍ରପତି ଦେଶର ବିଭିନ୍ନ ଏକଲଵ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀ ଓ ପୂର୍ବତନ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ।

ଜନଜାତି ଶିକ୍ଷାର ପ୍ରସାର ଦିଗରେ କେନ୍ଦୁଝର ଜିଲ୍ଲା ନିରନ୍ତର ଅଗ୍ରସର ହେଉଛି। ବର୍ତ୍ତମାନ ଜିଲ୍ଲାରେ ୮ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଶିକ୍ଷାଦାନ ଜାରି ରହିଛି। ଏହା ସହିତ ଯୋଡ଼ା ଏବଂ ଝୁମ୍ପୁରା ବ୍ଲକରେ ଆଉ ଦୁଇଟି ଇଏମଆରଏସ ସ୍ଥାପନ ପାଇଁ ପ୍ରଶାସନିକ ଅନୁମୋଦନ ମିଳିଛି। ଏହି ଦୁଇଟି ବିଦ୍ୟାଳୟ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବା ସହ ଜିଲ୍ଲାରେ ଏକଲବ୍ୟ ବିଦ୍ୟାଳୟ ସଂଖ୍ୟା ୧୦ରେ ପହଞ୍ଚିବ।

ଏହି ସଫଳତା ଜିଲ୍ଲାର ଶିକ୍ଷାଗତ ଉତ୍କର୍ଷତା ସହ ଜନଜାତି ସମ୍ପ୍ରଦାୟର ଶିଶୁ ଓ ଯୁବପିଢ଼ିଙ୍କୁ ଗୁଣାତ୍ମକ ଶିକ୍ଷା, ସମାନ ସୁଯୋଗ ଏବଂ ଉଜ୍ଜ୍ୱଳ ଭବିଷ୍ୟତ ପ୍ରଦାନ ଦିଗରେ କେନ୍ଦୁଝର ଜିଲ୍ଲା ପ୍ରଶାସନର ପ୍ରତିବଦ୍ଧତାର ପ୍ରତିଫଳନ।

Also Read- କାଜିରଙ୍ଗାରେ ମର୍ମନ୍ତୁଦ ଦୁର୍ଘଟଣା: ମିନି ବସ୍ ଓ ଟ୍ରକ୍ ମଧ୍ୟaରେ ଜୋରଦାର ଧକ୍କା, ୨୩ ମୃତ...

Add Zee News as a Preferred Source
TAGS:

About the Author

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ZEENEWS TRENDING STORIES